ଆନ୍ଦୋଳନ ପ୍ରତ୍ୟାହାର କଲା ଅଟୋ ଚାଳକ ମହାସଂଘ

ଭୁବନେଶ୍ୱର: ଅନ୍‌ଲାଇନ୍ ଅଟୋ ଚଳାଚଳକୁ ବିରୋଧ କରି ଆଜି ସାରା ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ଅଲ୍ ଓଡ଼ିଶା ଅଟୋ ଚାଳକ ମହାସଂଘ ଅପରାହ୍ନରେ ଏହାକୁ ପ୍ରତ୍ୟାହାର କରି ନେଇଛି। ପରିବହନ ମନ୍ତ୍ରୀ ରମେଶ ମାଝିଙ୍କଠାରୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ପାଇବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି। ଆଜି ସକାଳେ ବନ୍ଦରେ ପ୍ରାୟ ୧ ଲକ୍ଷ ୧୦ ହଜାର ଅଟୋ ଓ ୨୨ ହଜାର ଟାକ୍ସି ସାମିଲ ହୋଇଥିଲେ।   ବିଭିନ୍ନ […]

auto

Rakesh Mallick
  • Published: Thursday, 05 May 2016
  • , Updated: 05 May 2016, 10:16 AM IST

ଭୁବନେଶ୍ୱର: ଅନ୍‌ଲାଇନ୍ ଅଟୋ ଚଳାଚଳକୁ ବିରୋଧ କରି ଆଜି ସାରା ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ଅଲ୍ ଓଡ଼ିଶା ଅଟୋ ଚାଳକ ମହାସଂଘ ଅପରାହ୍ନରେ ଏହାକୁ ପ୍ରତ୍ୟାହାର କରି ନେଇଛି। ପରିବହନ ମନ୍ତ୍ରୀ ରମେଶ ମାଝିଙ୍କଠାରୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ପାଇବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି।

ଆଜି ସକାଳେ ବନ୍ଦରେ ପ୍ରାୟ ୧ ଲକ୍ଷ ୧୦ ହଜାର ଅଟୋ ଓ ୨୨ ହଜାର ଟାକ୍ସି ସାମିଲ ହୋଇଥିଲେ।   ବିଭିନ୍ନ ଜିଲ୍ଲାର ଅଟୋ ଚାଳକମାନେ ଏଥିରେ ସାମିଲ ହୋଇଥିବାରୁ ଯାତ୍ରୀ ସେବା ପ୍ରଭାବିତ ହୋଇଥିଲା।

ବସ୍ ଓ ଟ୍ରକ୍ ଆଦିଙ୍କ ପାଇଁ ନୀତି ଥିବା ବେଳେ ଅଟୋଗୁଡ଼ିକ ପାଇଁ ମଧ୍ୟ ସ୍ୱତନ୍ତ୍ରୀ ନୀତି ପ୍ରଣୟନ କରିବାକୁ ଅଲ୍ ଓଡ଼ିଶା ଅଟୋ ଚାଳକ ମହାସଂଘ ଦାବି କରିଛି। ଅନ୍‌ଲାଇନ୍ ଅଟୋ ସେବା ପାଇଁ ନୀତି ପ୍ରସ୍ତୁତ କରିବା ଓ ଏଥିରେ ସମସ୍ତ ଅଟୋକୁ ସାମିଲ୍ କରିବାକୁ ସଂଘ ଦାବି କରିଛି। ସଂଘର ଏ ଦାବି ଉପରେ ବିଚାର କରାଯିବ ବୋଲି ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି।

ଗତ ମାସ ୨୧ ତାରିଖରେ ମଧ୍ୟ ଅନ୍‌ଲାଇନ୍ ଅଟୋ ସେବାକୁ ବିରୋଧ କରି ଅଟୋ ଚାଳକ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଟୋ ଚଳାଚଳ କ୍ଷେତ୍ରରେ ଘରୋଇ କଂପାନୀମାନଙ୍କର ଓଡ଼ିଶା ବଜାରରେ ପ୍ରବେଶ ଫଳରେ ସେମାନଙ୍କୁ ଗୁଜୁରାଣ ମେଣ୍ଟାଇବାରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରିଛି ଅଟୋ ଚାଳକ ମହାସଂଘ।

୧୨ ଘଣ୍ଟିଆ ବନ୍ଦ ବେଳେ ଭୁବନେଶ୍ୱରରେ କିଛି ସ୍ଥାନରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଥିଲା। ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଏକ ଟ୍ୟାକ୍ସିକୁ ଭଙ୍ଗାରୁଜା କରାଯାଇଥିଲା। ଭଙ୍ଗାରୁଜା ଘଟଣାରେ କମିଶନରେଟ୍ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି।

Related story