କ୍ୟାନସରକୁ ରୋକିବା ପାଇଁ ମିଳିଲା ପ୍ରୋଟିନ୍: ସମୟ ପୂର୍ବରୁ ମିଳିଲେ ଚିକିତ୍ସା ସମ୍ଭବ!

କ୍ୟାନସର ହେଉଛି ମୃତ୍ୟୁର ସୌଦାଗର। ଥରେ ହେଲେ ଡେରିରେ ହେଉ ଅବା ଶୀଘ୍ର ଏ ରୋଗ ଜୀବନ ନେଇଯାଏ। ସବୁଠୁ ବଡ ଦୁଃଖର କଥା, କ୍ୟାନସର ତା’ର କାୟା ବିସ୍ତାର କରି ଚାଲିଛି ଓ ଜୀବନ ନେଇ ଯାଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ନିରାକରଣ ପାଇଁ ସଠିକ ଔଷଧର ସନ୍ଧାନ କରାଯାଇପାରିନାହିଁ। ଏବେ ଶୁଣିବାକୁ ମିଳିଛି କ୍ୟାନସରକୁ ରୋକିବା ପାଇଁ ବିଶେଷଜ୍ଞମାନେ ଏକ ପ୍ରୋଟିନ୍‌ର ସନ୍ଧାନ କରିଛନ୍ତି। ଯାହା କ୍ୟାନସର ଚିହ୍ନଟ କରିବା ସହ ଏହାର […]

cancer-cell1

Rakesh Mallick
  • Published: Friday, 23 March 2018
  • , Updated: 23 March 2018, 02:35 PM IST

କ୍ୟାନସର ହେଉଛି ମୃତ୍ୟୁର ସୌଦାଗର। ଥରେ ହେଲେ ଡେରିରେ ହେଉ ଅବା ଶୀଘ୍ର ଏ ରୋଗ ଜୀବନ ନେଇଯାଏ। ସବୁଠୁ ବଡ ଦୁଃଖର କଥା, କ୍ୟାନସର ତା'ର କାୟା ବିସ୍ତାର କରି ଚାଲିଛି ଓ ଜୀବନ ନେଇ ଯାଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ନିରାକରଣ ପାଇଁ ସଠିକ ଔଷଧର ସନ୍ଧାନ କରାଯାଇପାରିନାହିଁ। ଏବେ ଶୁଣିବାକୁ ମିଳିଛି କ୍ୟାନସରକୁ ରୋକିବା ପାଇଁ ବିଶେଷଜ୍ଞମାନେ ଏକ ପ୍ରୋଟିନ୍‌ର ସନ୍ଧାନ କରିଛନ୍ତି। ଯାହା କ୍ୟାନସର ଚିହ୍ନଟ କରିବା ସହ ଏହାର କାୟା ବିସ୍ତାର କରିବାରୁ ରୋକିବ ।

ଲିଭରରେ ଅନିୟନ୍ତ୍ରିତ କେଶର କୋଶିକାର ପ୍ରସାରକୁ ରୋକିବା ପାଇଁ ବିଶେଷଜ୍ଞମାନେ ଏକ ସ୍ୱତନ୍ତ୍ର ପ୍ରୋଟିନ୍‌ ବାହାର କରିଛନ୍ତି। ଏହାର ନାଁ 'ଏଲ୍ଏଚ୍‌ପିପି' ରହିଛି। ଏଲ୍ଏଚ୍‌ପିପି ଲିଭର୍ କ୍ୟାନସର ଶୀଘ୍ର ଚିହ୍ନଟ କରିବାରେ ସଫଳ ହେବ।

ସାଧାରଣତଃ ଲିଭର୍ କ୍ୟାନସରର ଚିହ୍ନଟ ହେବା ବେଳକୁ ଡେରି ହୋଇଯାଇଥାଏ। ଅର୍ଥାତ କ୍ୟାନସର ଶେଷ ସ୍ତରରେ ପହଁଚି ଯାଇଥାଏ। ଲିଭର ଗମ୍ଭିର ଭାବେ କ୍ଷତିଗ୍ରସ୍ତ ହୋଇଯାଇଥାଏ। ସେହି ସମୟରେ ରୋଗ ଭଲ କରିବା କଷ୍ଟକର ହୋଇପଡେ।

ଗବେଷକଙ୍କ କହିବା ଅନୁଯାୟୀ ଏହି ପ୍ରୋଟିନ ଦ୍ୱାରା କ୍ୟାନସର ରୋଗୀଙ୍କୁ ଭଲ ଚିକିତ୍ସାର ବିକଳ୍ପ ମିଳିପାରିବ। ଏଲଏଚ୍‌ପିପି ସ୍ୱାସ୍ଥ ପେଶୀରେ ଦେଖିବାକୁ ମିଳିଥାଏ ଟ୍ୟୁମର ପେଶୀରେ ଏହା ଦେଖିବାକୁ ମିଳେନି।

Related story