ପୁଣି ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ପୁଣି ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି।  ଅର୍ଡିନାରୀ ଓ ଏକ୍ସପ୍ରେସ୍‌ ବସ୍‌ରେ କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ରେ ୨ ପଇସା ଲେଖାଏଁ  ବୃଦ୍ଧି କରାଯାଇଛି। ଅଟୋମେଟିକ୍ ମେକାନିଜମ୍‌ରେ ବସ୍‌ ଭଡା ବୃଦ୍ଧି କରାଯାଇଛି। ପର୍ବରୁ ଅର୍ଡ଼ିନାରୀ ବସ୍‌ରେ ଯାତ୍ରା କରିବା ପାଇଁ କିଲୋମିଟର ପିଛା ୫୯ ପଇସା ଦେବାକୁ ପଡୁଥିଲା। ଏବେ ଏହାକୁ ୬୦ପଇସା ବଢ଼ାଇ ଦିଆଯାଇଛି। ସେହିପରି ଏକ୍ସପ୍ରେସ୍ […]

BUS

Rakesh Mallick
  • Published: Thursday, 02 June 2016
  • , Updated: 02 June 2016, 08:05 AM IST

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ପୁଣି ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି।  ଅର୍ଡିନାରୀ ଓ ଏକ୍ସପ୍ରେସ୍‌ ବସ୍‌ରେ କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ରେ ୨ ପଇସା ଲେଖାଏଁ  ବୃଦ୍ଧି କରାଯାଇଛି। ଅଟୋମେଟିକ୍ ମେକାନିଜମ୍‌ରେ ବସ୍‌ ଭଡା ବୃଦ୍ଧି କରାଯାଇଛି।

ପର୍ବରୁ ଅର୍ଡ଼ିନାରୀ ବସ୍‌ରେ ଯାତ୍ରା କରିବା ପାଇଁ କିଲୋମିଟର ପିଛା ୫୯ ପଇସା ଦେବାକୁ ପଡୁଥିଲା। ଏବେ ଏହାକୁ ୬୦ପଇସା ବଢ଼ାଇ ଦିଆଯାଇଛି। ସେହିପରି ଏକ୍ସପ୍ରେସ୍ ବସ୍‌ରେ କିଲୋମିଟର ପିଛା ୬୨ ପଇସା ଥିଲା ବେଳେ ଏବେ ଏହା ବଢି ୬୩ ପଇସା ହୋଇଛି।

ଡିଲକ୍ସ ବସ୍‌ କିଲୋମିଟର ପିଛା ଭଡ଼ା ପୂର୍ବରୁ ୮୨ ପଇସା ଥିବାବେଳେ ଏବେ ଏହା ୮୪ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏସି ଡିଲକ୍ସ ବସ୍‌ କିଲୋମିଟର ପିଛା  ୧ଟଙ୍କା ୦୩ ପଇସାରୁ ୧ଟଙ୍କା ୦୫ ପଇସା ବୃଦ୍ଧି କରାଯାଇଛି।

ଗତ ମେ’ ମାସରେ ରାଜ୍ୟ ସରକାର ଦୁଇଥର ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି।

Related story