ଅନଶନରତ ସାମାଜିକ କର୍ମୀଙ୍କୁ ଉଠାଇନେବା ଘଟଣା: ଚାରିଛକରୁ ଉଠିଲା ଧାରଣା

କୋଣାର୍କ: ପୁରୀ ଜିଲ୍ଲା ନିମାପଡ଼ା ଚାରିଛକ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ ସମେତ ୮ ଦଫା ଦାବି ପୂରଣ ପାଇଁ ଅନଶନରେ ବସିଥିବା ସାମାଜିକ କର୍ମୀ ସନ୍ତୋଷ ପ୍ରଧାନଙ୍କୁ ପୋଲିସ୍ ଜୋରଜବରଦସ୍ତି ଉଠାଇ ନେବା ପ୍ରତିବାଦରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଖୁବ୍‌ଶୀଘ୍ର ସମସ୍ୟା ଦୂର କରାଯିବ ବୋଲି ଉପଜିଲ୍ଲାପାଳ ମଧୁସୂଦନ ଦାସ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଅନଶନରେ ବସିଥିବା ସାମାଜିକ କର୍ମୀଙ୍କୁ ପୋଲିସ୍ ଜୋରଜବରଦସ୍ତି ଧାରଣାସ୍ଥଳରୁ ଉଠାଇ ନେବା ପ୍ରତିବାଦରେ ଆଜି […]

charichhaka

Rakesh Mallick
  • Published: Saturday, 26 November 2016
  • , Updated: 26 November 2016, 07:05 PM IST

କୋଣାର୍କ: ପୁରୀ ଜିଲ୍ଲା ନିମାପଡ଼ା ଚାରିଛକ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ ସମେତ ୮ ଦଫା ଦାବି ପୂରଣ ପାଇଁ ଅନଶନରେ ବସିଥିବା ସାମାଜିକ କର୍ମୀ ସନ୍ତୋଷ ପ୍ରଧାନଙ୍କୁ ପୋଲିସ୍ ଜୋରଜବରଦସ୍ତି ଉଠାଇ ନେବା ପ୍ରତିବାଦରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଖୁବ୍‌ଶୀଘ୍ର ସମସ୍ୟା ଦୂର କରାଯିବ ବୋଲି ଉପଜିଲ୍ଲାପାଳ ମଧୁସୂଦନ ଦାସ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଅନଶନରେ ବସିଥିବା ସାମାଜିକ କର୍ମୀଙ୍କୁ ପୋଲିସ୍ ଜୋରଜବରଦସ୍ତି ଧାରଣାସ୍ଥଳରୁ ଉଠାଇ ନେବା ପ୍ରତିବାଦରେ ଆଜି ସକାଳେ ଚାରିଛକରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ୍‌ ଗାଡ଼ି ଉପରକୁ ଢ଼େଲା ପଥର ମାଡ଼ କରିବା ସହିତ ଭ୍ୟାନ୍‌ରେ ନିଆଁ ଲଗାଇ ଦେଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଚାରିଛକ ବଜାରରେ ୧୪୪ ଧାରା ଜାରି କରିଥିଲେ ନିମାପଡ଼ା ତହସିଲଦାର। ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ଚାରିଛକ ଡାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ କରିବା ଦାବିରେ ଗତ ୧୮ ତାରିଖଠାରୁ ପ୍ରଧାନ ଆମରଣ ଅନଶନରେ ବସିଥିଲେ। ଗୁରୁବାର ବିଳମ୍ବିତ ରାତିରେ ପୋଲିସ୍ ପକ୍ଷରୁ ତାଙ୍କୁ ଅନଶନ ସ୍ଥଳରୁ ଜୋରଜବରଦସ୍ତ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ଗତକାଲି ସ୍ଥାନୀୟ ଲୋକେ ଚାରିଛକଠାରେ ରାସ୍ତାରୋକ କରିଥିଲେ। ଚାରିଛକ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ସହିତ ସନ୍ତୋଷଙ୍କୁ ଛାଡ଼ି ଦେବାକୁ ସେମାନେ ଦାବି କରିଥିଲେ। ତାଙ୍କୁ ନଛାଡ଼ିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ।

Related story