ସାଇକେଲ୍‌ଟିଏ ପାଇଁ... ଟ୍ରେନ୍‌ ଲାଇନ୍‌କୁ ଡେଇଁ ପଡିଲା ଝିଅ, ବଞ୍ଚାଇବାକୁ ଯାଇ ଚାଲିଗଲା ମାଆର ଜୀବନ

ପୁରୀ: ସାଇକେଲ୍‌ଟିଏ ପାଇଁ ଚାଲିଗଲା କଲେଜ ପଢୁଆ ଝିଅ ସାଙ୍ଗକୁ ମାର ଜୀବନ। ଝିଅକୁ ସାଇକେଲ୍ ଦେଇ ନପାରିବା କାରଣରୁ ଘରେ ଝଗଡ଼ା ତା’ପରେ ଟ୍ରେନ୍ ଆଗକୁ ଡେଇଁ ଝିଅର ଆତ୍ମହତ୍ୟା, ବଂଚାଇବାକୁ ଯାଇ ମାର ବି ଜୀବନ ଗଲା। ପୁରୀ ଜିଲ୍ଲା ନୂଆପାଟଣା ଗାଁରେ ଘଟିଥିବା ଏଇ ଅଭାବନୀୟ ଘଟଣା ପୁଣି ଦାରିଦ୍ର୍ୟର ନିଷ୍ଠୁର ଛବିକୁ ଉଜାଗର କରିଛି। କେମିତି ଘଟିଥିଲା ଏହି ଘଟଣା ସକାଳ ପାଖାପାଖି ୬ଟା।  ବୀରହରେକୃଷ୍ଣପୁର ନୂଆପାଟଣା ଗାଁ ପାଖ ରେଳଧାରଣା […]

puri

Rakesh Mallick
  • Published: Saturday, 13 May 2017
  • , Updated: 13 May 2017, 07:32 PM IST

ପୁରୀ: ସାଇକେଲ୍‌ଟିଏ ପାଇଁ ଚାଲିଗଲା କଲେଜ ପଢୁଆ ଝିଅ ସାଙ୍ଗକୁ ମାର ଜୀବନ। ଝିଅକୁ ସାଇକେଲ୍ ଦେଇ ନପାରିବା କାରଣରୁ ଘରେ ଝଗଡ଼ା ତା’ପରେ ଟ୍ରେନ୍ ଆଗକୁ ଡେଇଁ ଝିଅର ଆତ୍ମହତ୍ୟା, ବଂଚାଇବାକୁ ଯାଇ ମାର ବି ଜୀବନ ଗଲା। ପୁରୀ ଜିଲ୍ଲା ନୂଆପାଟଣା ଗାଁରେ ଘଟିଥିବା ଏଇ ଅଭାବନୀୟ ଘଟଣା ପୁଣି ଦାରିଦ୍ର୍ୟର ନିଷ୍ଠୁର ଛବିକୁ ଉଜାଗର କରିଛି।

କେମିତି ଘଟିଥିଲା ଏହି ଘଟଣା

ସକାଳ ପାଖାପାଖି ୬ଟା।  ବୀରହରେକୃଷ୍ଣପୁର ନୂଆପାଟଣା ଗାଁ ପାଖ ରେଳଧାରଣା ହାଓ୍ୱଡାରୁ ପୁରୀ ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ସ୍ୱତନ୍ତ୍ର ଏକ୍ସପ୍ରେସ୍ ଆଗକୁ ହଠାତ୍ ଡେଇଁ ପଡ଼ିଲା ଜଣେ ୨୦ ବର୍ଷର ଝିଅ । ପଛରେ ଆସୁଥିବା ଝିଅର ମା’ ବି ଝିଅକୁ ବଂଚାଇବାକୁ ଯାଇ ଟ୍ରେନ୍ ଆଗରେ ପଡ଼ିଗଲେ।  ଆଉ ତା ପରର ଦୃଶ୍ୟ ଥିଲା ଖୁବ୍‌ କରୁଣ।  ଆଖିପିଛୁଳାକେ ଖଣ୍ଡ ଖଣ୍ଡ ହୋଇଗଲା ମା-ଝିଅଙ୍କ ଶରୀର।

ଏ ଦୃଶ୍ୟ ଯେତିକି ମର୍ମାନ୍ତକ, ୟା ପଛର କାହାଣୀ ତାଠୁ ଆହୁରି ହୃଦୟ ବିଦାରକ। ସଂପର୍କୀୟଙ୍କ କହିବା ଅନୁଯାୟୀ, କଲେଜ ପଢୁଆ ଝିଅ ନୂଆପାଟଣା ଗାଁର ଗାୟତ୍ରୀ ପ୍ରଧାନଙ୍କର। ସାଇକେଲଟିଏ ଚୋରି ହୋଇଯିବାରୁ ସେ ଆଉ ଏକ ସାଇକେଲ ପାଇଁ ଘରେ ଅଳି କରି ଆସୁଥିଲେ । ହେଲେ ଗରିବ ବାପା-ମାଆଙ୍କ ପକ୍ଷେ ଝିଅର ଏଇ ଛୋଟିଆ ଇଚ୍ଛାକୁ ପୁରା କରିବା ସମ୍ଭବ ହେଉ ନଥିଲା। ଏହାକୁ ନେଇ ପରିବାରରେ ଝଡ଼। ମା-ଝିଅଙ୍କ ମଧ୍ୟରେ ଝଗଡ଼ା।  ଆଉ ଇଏ ଥିଲା ତାର ପରିଣତି।

ରେଲେୱେ ପୋଲିସ ଉଭୟଙ୍କ ମୃତଦେହକୁ ପୋଷ୍ଟମର୍ଟମ୍ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story