ଅନଧିକୃତ ସେବାୟତଙ୍କୁ ସ୍ନାନ ମଣ୍ଡପ ମନା: ଶୃଙ୍ଖଳିତ ସେବା ପାଇଁ ଜାରି ହେଲା ନିର୍ଦ୍ଦେଶନାମା

ପୁରୀ: ସ୍ନାନ ପୂର୍ଣ୍ଣିମାରେ ଅନଧିକୃତ ସେବାୟତମାନେ ସ୍ନାନ ମଣ୍ଡପକୁ ଚଢ଼ି ପାରିବେ ନାହିଁ। କେବଳ ଅଧିକାରପ୍ରାପ୍ତ ସେବାୟତମାନେ ମଣ୍ଡପକୁ ଯାଇପାରିବେ। ସେହିପରି ରଥକୁ ଚଢି ମହାପ୍ରଭୁଙ୍କୁ ଛୁଇଁବା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରାଯିବ। କିଏ ସ୍ପର୍ଶ କରିପାରିବେ ତା’ର ତାଲିକା ଶ୍ରୀମନ୍ଦିର ପ୍ରଶାସନ ଦେବ। ଏହାକୁ ପୋଲିସ କାର୍ଯ୍ୟକାରୀ କରିବ ବୋଲି ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ କହିଛନ୍ତି। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆଜି ଅନୁଷ୍ଠିତ ହୋଇଥିଲା ଦ୍ୱିତୀୟ ରଥ ସମନ୍ୱୟ […]

puri

Rakesh Mallick
  • Published: Tuesday, 02 May 2017
  • , Updated: 02 May 2017, 05:19 PM IST

ପୁରୀ: ସ୍ନାନ ପୂର୍ଣ୍ଣିମାରେ ଅନଧିକୃତ ସେବାୟତମାନେ ସ୍ନାନ ମଣ୍ଡପକୁ ଚଢ଼ି ପାରିବେ ନାହିଁ। କେବଳ ଅଧିକାରପ୍ରାପ୍ତ ସେବାୟତମାନେ ମଣ୍ଡପକୁ ଯାଇପାରିବେ। ସେହିପରି ରଥକୁ ଚଢି ମହାପ୍ରଭୁଙ୍କୁ ଛୁଇଁବା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରାଯିବ। କିଏ ସ୍ପର୍ଶ କରିପାରିବେ ତା’ର ତାଲିକା ଶ୍ରୀମନ୍ଦିର ପ୍ରଶାସନ ଦେବ। ଏହାକୁ ପୋଲିସ କାର୍ଯ୍ୟକାରୀ କରିବ ବୋଲି ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ କହିଛନ୍ତି।

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆଜି ଅନୁଷ୍ଠିତ ହୋଇଥିଲା ଦ୍ୱିତୀୟ ରଥ ସମନ୍ୱୟ କମିଟି ବୈଠକ। ଏଥିରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଏ.ବି. ଓତାଙ୍କ ଅଧ୍ୟକ୍ଷତା କରିଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ସମସ୍ତ ବିଭାଗୀୟ ଅଧକାରୀମାନେ ଯୋଗଦେଇଥିଲେ। ତେବେ ପ୍ରଥମ ସମନ୍ୱୟ କମିଟି ବୈଠକ ଭଳି ଦ୍ୱିତୀୟ ବୈଠକରେ ସବୁ ନିଯୋଗରେ ସେବାୟତମାନେ ଯୋଗଦେଇ ନାହାନ୍ତି। ଖୁଣ୍ଟିଆ, ଦଇତାପତି ଓ ମୁଦୁଲି ନିଯୋଗ ଭଳି ହାତଗଣତି ନିଯୋଗର ସେବାୟତମାନେ ଯୋଗ ଦେଇଥିଲେ।

Related story