ବଡ଼ଦାଣ୍ଡରେ ହନୁମାନଙ୍କ ସହ ସେଲ୍‌ଫି ନେବାକୁ ଭିଡ଼

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ସେଥିପାଇଁ ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଭିଡ଼। ବିଭିନ୍ନ ଚରିତ୍ରରେ ଚିତ୍ରବିଚିତ୍ର ଦେଖାଯାଉଛି ବଡ଼ଦାଣ୍ଡ। ଜମା ହୋଇଛନ୍ତି ସାରା ପୃଥିବୀର ଲୋକ। ଭିଡ଼ ମଧ୍ୟରେ କଳାକୌଶଳ ଦେଖାଉଛନ୍ତି ଅନେକ ଭକ୍ତ। କିଏ ଓଡ଼ିଶୀ ନାଚୁଛି ତ ଆଉ କିଏ ଗୋଟି ପୁଅ। ଅନେକ ବେଶଧାରୀଙ୍କୁ ବି ଦେଖିବାକୁ ମିଳୁଛି। କେହି ଶ୍ରଦ୍ଧାରେ ପିନ୍ଧିଛି ତ ଆଉ କିଏ ମାନସିକ ରଖି ପିନ୍ଧିଛି। ଏମିତି ଜଣେ ଭକ୍ତଙ୍କୁ ହନୁମାନ ବେଶରେ ଆସିଛନ୍ତି। ହାତରେ ଧରିଛନ୍ତି ଗଦା। ବଡ଼ ବଡ଼ ପାହୁଣ୍ଡ ପକାଇ ସେ ସିଂହଦ୍ୱାରା ଅଭିମୁଖେ ଆସୁଥିବା ବେଳେ ଅନେକ ଭକ୍ତ ତାଙ୍କ ସହିତ ସେଲ୍‌ଫି ନେଉଥିଲେ। ଅନେକ ତାଙ୍କର ଫଟୋ ବି ଉଠାଉଥିଲେ। ସେ ବି ଅଟକି ଯାଉଥିଲେ ସେଲ୍‌ଫି ନେବା ପାଇଁ। ଆଜି ଅବା କେମିତି କାହାକୁ ମନେ କରିବେ!