ପୁରୀରେ ଚାଲିଛି ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ

ପୁରୀ: ସୁନା ଅଳଙ୍କାରରେ ଆଚ୍ଛାଦିତ ହୋଇ ପୁରୀ ସିଂହ ଦ୍ୱାରରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର। ଚଳିତ ଶତାବ୍ଦୀର ପ୍ରଥମ ନବକଳେବର ପରେ ନୂଆଁ ଦିଅଁଙ୍କୁ ସୁନାବେଶରେ ଦେଖିବାକୁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ତିନି ରଥରେ ବିରାଜ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ହେଲେ ଆଜି ତିନି ଠାକୁରଙ୍କ ବେଶ୍ ହେଉଛି ନିଆରା। ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଲୀଳାମୟ ଠାକୁର ଜଗନ୍ନାଥ। ସେମାନଙ୍କ ଦେହରେ […]

jagannath1

Rakesh Mallick
  • Published: Monday, 27 July 2015
  • , Updated: 27 July 2015, 02:00 PM IST

ପୁରୀ: ସୁନା ଅଳଙ୍କାରରେ ଆଚ୍ଛାଦିତ ହୋଇ ପୁରୀ ସିଂହ ଦ୍ୱାରରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର। ଚଳିତ ଶତାବ୍ଦୀର ପ୍ରଥମ ନବକଳେବର ପରେ ନୂଆଁ ଦିଅଁଙ୍କୁ ସୁନାବେଶରେ ଦେଖିବାକୁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ।

ତିନି ରଥରେ ବିରାଜ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ହେଲେ ଆଜି ତିନି ଠାକୁରଙ୍କ ବେଶ୍ ହେଉଛି ନିଆରା। ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଲୀଳାମୟ ଠାକୁର ଜଗନ୍ନାଥ। ସେମାନଙ୍କ ଦେହରେ ଲାଗିଛି ମହଣ ମହଣ ସୁନା। ଆପାଦମସ୍ତକରେ ଲାଗିଛି ସୁନା। ପାଦରେ ଶ୍ରୀପୟର, ହାତରେ ଶ୍ରୀଭୂଜ, ମସ୍ତକରେ ସୁବର୍ଣ୍ଣ କିରିଟ, ଅଣ୍ଟାରେ ସୁନାପଟି ଓଡ଼ିଆଣୀ, କାନରେ କୁଣ୍ଡଳି, ଆଖିରେ ଚନ୍ଦ୍ରସୂର୍ଯ୍ୟ, କର୍ଣ୍ଣ କୁଣ୍ଡଳରେ ଆଡ଼କାନି ଲାଗିଛି। ଏ ତାଲିକା ଆହୁରି ଲମ୍ବା ଅଛି।

ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ଦାସ ସ୍ୱାଇଁ ମହାପାତ୍ର କହିଛନ୍ତି ଯେ ତିନି ଠାକୁରଙ୍କ ବେଶ ପାଇଁ ଲାଗିଛି ୧୩୮ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର। ଏଗୁଡ଼ିକ ମୋଟ ଓଜନ ୨୦୮ କିଲୋଗ୍ରାମରୁ ଅଧିକ ହେବ। ସୁନାବେଶ ପୂର୍ବରୁ ଆଜି ଶ୍ରୀମନ୍ଦିର ଭଣ୍ଡାର ଘରୁ ମହଣ ମହଣ ସୁନାର ବିଭିନ୍ନ ଅଳଙ୍କାର ରଥ ଉପରକୁ ଅଣାଯାଇଥିଲା। ତା’ପରେ କରାଯାଇଥିଲା ଶ୍ରୀଜିଉମାନଙ୍କର ସୁନାବେଶ।

ଅନ୍ୟପକ୍ଷରେ ସୁନା ଅଳଙ୍କାର ଶ୍ରୀମନ୍ଦିର ଭଣ୍ଡାର ଘରୁ ଆଣିବା ଓ ବେଶ ପରେ ସେସବୁକୁ ଫେରାଇବା ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ଏଥିପାଇଁ ତିନି ରଥରେ ତିନି ଜଣ ଓ ଭଣ୍ଡାର ଘର ଦାୟିତ୍ୱରେ ଜଣେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର।

ଆସନ୍ତାକାଲି ରଥ ଉପରେ ତିନି ଠାକୁରଙ୍କୁ ଅଧରପଣା ଲାଗି କରାଯିବ। ଗୁରୁବାର ଦିନ  ନୀଳାଦ୍ରି ବିଜେ ହେବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଭିଉମାନେ ଗୋଟି ପହଣ୍ଡିରେ ଯାଇ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବିଜେ ହେବେ।

Related story