ଭାଇରାଲ ହେଉଛି ରାହୁଲଙ୍କ ବ୍ୟାଗ: ଜାଣିଛନ୍ତି କ’ଣ ଅଛି ଏଥିରେ

ଅହମ୍ମଦାବାଦ: ଗୁଜରାଟ ନିର୍ବାଚନକୁ ନେଇ ଏବେ ସାରା ଦେଶରେ ରାଜନୀତି ଜୋର ଧରିଛି। ୨୦ ବର୍ଷ ହେଲା ଗୁଜରାଟରେ ରାଜ କରୁଥିବା ବିଜେପି ନିଜ ଗଡ଼ ବଞ୍ଚାବାକୁ ଆପ୍ରାଣ ଉଦ୍ୟମ କରୁଛି। ବିରୋଧୀ କଂଗ୍ରେସ ମଧ୍ୟ ପଛରେ ନାହିଁ। ସରକାରୀ ବିରୋଧୀ ହାୱାରୁ ଫାଇଦା ନେଇ ପଦ୍ମଗଡ଼ରେ ହାତ ଟେକିବାକୁ ବସିଛି କଂଗ୍ରେସ। ଏଥିପାଇଁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଦିନରାତି ଏକ୍‌ କରିଦେଇଛନ୍ତି। ତେବେ ଗୁଜରାଟ ନିର୍ବାଚନୀ ମଇଦାନରେ ରାହୁଲ ଯେତିକି ଚର୍ଚ୍ଚାରେ ନାହାନ୍ତି ତା’ଠାରୁ […]

rahul-bag

Rakesh Mallick
  • Published: Saturday, 04 November 2017
  • , Updated: 04 November 2017, 11:31 AM IST

ଅହମ୍ମଦାବାଦ: ଗୁଜରାଟ ନିର୍ବାଚନକୁ ନେଇ ଏବେ ସାରା ଦେଶରେ ରାଜନୀତି ଜୋର ଧରିଛି। ୨୦ ବର୍ଷ ହେଲା ଗୁଜରାଟରେ ରାଜ କରୁଥିବା ବିଜେପି ନିଜ ଗଡ଼ ବଞ୍ଚାବାକୁ ଆପ୍ରାଣ ଉଦ୍ୟମ କରୁଛି। ବିରୋଧୀ କଂଗ୍ରେସ ମଧ୍ୟ ପଛରେ ନାହିଁ। ସରକାରୀ ବିରୋଧୀ ହାୱାରୁ ଫାଇଦା ନେଇ ପଦ୍ମଗଡ଼ରେ ହାତ ଟେକିବାକୁ ବସିଛି କଂଗ୍ରେସ। ଏଥିପାଇଁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଦିନରାତି ଏକ୍‌ କରିଦେଇଛନ୍ତି। ତେବେ ଗୁଜରାଟ ନିର୍ବାଚନୀ ମଇଦାନରେ ରାହୁଲ ଯେତିକି ଚର୍ଚ୍ଚାରେ ନାହାନ୍ତି ତା’ଠାରୁ ଅଧିକ ଚର୍ଚ୍ଚାରେ ଅଛି ତାଙ୍କ କାନ୍ଧରେ ଝୁଲୁଥିବା ବ୍ୟାଗ୍‌।

ଏବେ ଏହି ବ୍ୟାଗ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାହୁଲଙ୍କ କାନ୍ଧରେ ଥିବା ଏହି ବ୍ୟାଗ୍‌ର ଏକାଧିକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେଉଛି। ବହୁ ଲୋକ ରାହୁଲଙ୍କ ଏପରି ପଦକ୍ଷେପକୁ ପ୍ରଶଂସା କରୁଛନ୍ତି। ସେହିପରି କିଛି ଲୋକ ‘ଏହା ରାହୁଲଙ୍କ ନାଟକ ବାଜି’ ବୋଲି ମଧ୍ୟ କହୁଛନ୍ତି। ଯିଏ ଯାହା କହୁ, ରାହୁଲ ସାଙ୍ଗରେ ନେଉଥିବା ଏହି ବ୍ୟାଗ୍‌ରେ କ’ଣ ରହିଛି ତାକୁ ନେଇ ଏବେ ଚର୍ଚ୍ଚା।

ରିପୋର୍ଟ ମୁତାବକ ଗୁଜରାଟରେ ଏବେ କଂଗ୍ରେସ ନବସର୍ଜନ ଯାତ୍ରା କରୁଛି। ଏହାର ତୃତୀୟ ପର୍ଯ୍ୟାୟ ଯାତ୍ରାରେ ଯୋଗଦେବାକୁ ରାହୁଲ ଯେତେବେଳେ ଏୟାରପୋର୍ଟରେ ପହଞ୍ଚିଲେ ତାଙ୍କ କାନ୍ଧରେ ଏକ ବ୍ୟାଗ୍‌ ଦେଖିବାକୁ ମିଳିଥିଲା। ଏହାପରେ ସେ ଯେଉଁଠିକୁ ଯାଉଛନ୍ତି, କାନ୍ଧରେ ଏହି ବ୍ୟାଗ୍‌କୁ ଦେଖିବାକୁ ମିଳୁଛି।

ଏବେ ଭାବୁଥିବେ ଏହି ବ୍ୟାଗ୍‌ରେ ଏମିତି କ’ଣ ଅଛି ଯାହାକୁ ରାହୁଲ ସାଙ୍ଗରେ ଧରି ବୁଲୁଛନ୍ତି। ପ୍ରକୃତ କଥା ହେଲା ବ୍ୟାଗରେ ସେମିତି କିଛି ଦାମିକିଆ ଜିନିଷ ନାହିଁ। ଏଥିରେ ରାହୁଲଙ୍କ କିଛି କପଡ଼ା, ମୋବାଇଲ ଚାର୍ଜର ପରି ଅତ୍ୟାବଶ୍ୟକ ସମାଗ୍ରୀ ରହିଛି। ଯାହା ଆବଶ୍ୟକ ସମୟରେ ସେ ବ୍ୟବହାର କରିପାରିବେ ବୋଲି ସାଙ୍ଗରେ ନେଇ ବୁଲୁଛନ୍ତି।

Related story