୭ ଜିଲ୍ଲାକୁ ରେଳ ସଂଯୋଗ ପାଇଁ ରାଜ୍ୟ ସରକାର ଓ ରେଳ ମନ୍ତ୍ରାଳୟ ମଧ୍ୟରେ ଏମଓୟୁ

ନୂଆଦିଲ୍ଲୀ: ଓଡ଼ିଶାରେ ରେଳ ସଂଯୋଗ ନଥିବା ଜିଲ୍ଲାରେ ନୂଆ ରେଳ ପ୍ରକଳ୍ପ ଲାଗି ଆଜି  ଦିଲ୍ଲୀରେ ରେଳ ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ରାଜ୍ୟର ୭ଟି ଜିଲ୍ଲା- ବୌଦ୍ଧ, କନ୍ଧମାଳ, ନୟାଗଡ଼, ନବରଙ୍ଗପୁର, କେନ୍ଦ୍ରାପଡ଼ା, ମାଲକାନାଗିରି ଏବଂ ଦେବଗଡ଼ରେ ନୂଆ ଟ୍ରେନ୍ ଲାଇନ୍ ନିର୍ମାଣ ପାଇଁ ରେଳ ବିଭାଗ ସହ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏମଓୟୁ ପରେ ସ୍ପେଶିଆଲ୍ ପର୍ପଜ ଭେଇକେଲ୍ କମିଟି ଗଠନ କରାଯାଇ ଏହି ପ୍ରକଳ୍ପ ଖୁବଶୀଘ୍ର […]

delhi1

Rakesh Mallick
  • Published: Wednesday, 04 November 2015
  • , Updated: 04 November 2015, 10:50 AM IST

ନୂଆଦିଲ୍ଲୀ: ଓଡ଼ିଶାରେ ରେଳ ସଂଯୋଗ ନଥିବା ଜିଲ୍ଲାରେ ନୂଆ ରେଳ ପ୍ରକଳ୍ପ ଲାଗି ଆଜି  ଦିଲ୍ଲୀରେ ରେଳ ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ରାଜ୍ୟର ୭ଟି ଜିଲ୍ଲା- ବୌଦ୍ଧ, କନ୍ଧମାଳ, ନୟାଗଡ଼, ନବରଙ୍ଗପୁର, କେନ୍ଦ୍ରାପଡ଼ା, ମାଲକାନାଗିରି ଏବଂ ଦେବଗଡ଼ରେ ନୂଆ ଟ୍ରେନ୍ ଲାଇନ୍ ନିର୍ମାଣ ପାଇଁ ରେଳ ବିଭାଗ ସହ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏମଓୟୁ ପରେ ସ୍ପେଶିଆଲ୍ ପର୍ପଜ ଭେଇକେଲ୍ କମିଟି ଗଠନ କରାଯାଇ ଏହି ପ୍ରକଳ୍ପ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ। ପ୍ରକଳ୍ପରେ ରାଜ୍ୟ ସରକାରଙ୍କର ୫୧ପ୍ରତିଶତ ଏବଂ ରେଲୱେ ବିଭାଗର ୪୯ ପ୍ରତିଶତ ଅଂଶଧନ ରହିବ। ଏମଓୟୁ ସ୍ୱାକ୍ଷର ବେଳେ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଓ ଓଡ଼ିଶାର ପରିବହନ ମନ୍ତ୍ରୀ ରମେଶ ମାଝୀ ଉପସ୍ଥିତ ରହିଥିଲେ। ସେହିଭଳି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରେଳ ରାଷ୍ଟ୍ର ମନ୍ତ୍ରୀ ମନୋଜ ସିହ୍ନା ଏବଂ ଓଡ଼ିଶାର ସମସ୍ତ ସାଂସଦ ଉପସ୍ଥିତ ରହିଥିଲେ। ଓଡ଼ିଶା ସରକାରଙ୍କ ସଚିବ ସଞ୍ଜୟ ରସ୍ତୋଗୀ ଏବଂ କେନ୍ଦ୍ର ରେଳନ୍ତ୍ରାଳୟର ପଦାଧିକାରୀ ଭିପି ଗୁଡେଜାଙ୍କ ମଧ୍ୟରେ ଏହି ଏମଓଏୟୁ ସ୍ୱାକ୍ଷରିତ ହୋଇଥିଲା।

ଏହି ଏମଓୟୁ ସ୍ୱାକ୍ଷର ଅବସରରେ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଥିଲେ ଯେ ଏହା ଏକ ଐତିହାସିକ ଦିନ। ରେଳ ପ୍ରକଳ୍ପ ପାଇଁ ଏଭଳି ଏମଓୟୁ ସ୍ୱାକ୍ଷର କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବନି ଯାଇଛି। ଏଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ଦେଇଥିଲେ।

ସେହିପରି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ ଯେ ଏହି ଏମଓୟୁ ଦ୍ୱାରା ଓଡ଼ିଶାରେ ରେଳର ବିକାଶ ହେବ। ରେଳର ବିକାଶ ସହିତ ରାଜ୍ୟର ପ୍ରଗତି ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଧନ୍ୟବାଦ।

Related story