ପେପର ମୁକ୍ତ ହେବ ରେଲୱେ: ଏଣିକି ସଂରକ୍ଷଣ ବଗିରେ ଲାଗିବନି ଚାର୍ଟ!

ନୂଆଦିଲ୍ଲୀ: ପେପର ମୁକ୍ତ ହେବ ରେଲୱେ। ଏଣିକି ଆଉ ସଂରକ୍ଷଣ ବଗିରେ ଲାଗିବନି ସୂଚନାଭିତ୍ତିକ ପେପର ଚାର୍ଟ । ଆପଣଙ୍କର କେଉଁ ବର୍ଥ, କେତେ ନମ୍ବର ସିଟ୍‌ ଏବଂ କେଉଁ କୋଚ୍‌ ସେ ସମ୍ପର୍କରେ କୌଣସି ତଥ୍ୟ ରେଳଡବାରେ ଲାଗିବନି। କାରଣ ଖର୍ଚ୍ଚକାଟ ଲକ୍ଷ୍ୟରେ ଅଛି ରେଳମନ୍ତ୍ରଣାଳୟ। ସେ ୱେଟିଂ ଲିଷ୍ଟ ହେଉକି ଅନ୍ୟ କିଛି ହେଉ ଯାତ୍ରୀଙ୍କ ସୁବିଧା ପାଇଁ ଟ୍ରେନ୍‌ ଯାତ୍ରା ପୂର୍ବରୁ ରେଲୱେ ପକ୍ଷରୁ ଯେଉଁ ଚାର୍ଟ ପ୍ରସ୍ତୁତ ହେଉଥିଲା ତାକୁ ବନ୍ଦ […]

train

train

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 04:29 PM IST

Sports

Latest News

ନୂଆଦିଲ୍ଲୀ: ପେପର ମୁକ୍ତ ହେବ ରେଲୱେ। ଏଣିକି ଆଉ ସଂରକ୍ଷଣ ବଗିରେ ଲାଗିବନି ସୂଚନାଭିତ୍ତିକ ପେପର ଚାର୍ଟ । ଆପଣଙ୍କର କେଉଁ ବର୍ଥ, କେତେ ନମ୍ବର ସିଟ୍‌ ଏବଂ କେଉଁ କୋଚ୍‌ ସେ ସମ୍ପର୍କରେ କୌଣସି ତଥ୍ୟ ରେଳଡବାରେ ଲାଗିବନି। କାରଣ ଖର୍ଚ୍ଚକାଟ ଲକ୍ଷ୍ୟରେ ଅଛି ରେଳମନ୍ତ୍ରଣାଳୟ।

ସେ ୱେଟିଂ ଲିଷ୍ଟ ହେଉକି ଅନ୍ୟ କିଛି ହେଉ ଯାତ୍ରୀଙ୍କ ସୁବିଧା ପାଇଁ ଟ୍ରେନ୍‌ ଯାତ୍ରା ପୂର୍ବରୁ ରେଲୱେ ପକ୍ଷରୁ ଯେଉଁ ଚାର୍ଟ ପ୍ରସ୍ତୁତ ହେଉଥିଲା ତାକୁ ବନ୍ଦ କରିଦିଆଯିବ। କାରଣ ଏଥିପାଇଁ ବ୍ୟବହୃତ ହେଉଥିବା କାଗଜ ଅତ୍ୟନ୍ତ ବ୍ୟୟବହୁଳ ବୋଲି ରେଲୱେ ଅନୁଭବ କରୁଛି।

ପ୍ରାଥମିକ ପର୍ଯ୍ୟାୟରେ କେତେକ ନିର୍ଦ୍ଦିଷ୍ଟ ଷ୍ଟେସନରେ ପରୀକ୍ଷାମୂଳକଭାବେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବା ନେଇ ବିଚାର କରାଯାଉଛି। ସେହି ଷ୍ଟେସନ ଗୁଡ଼ିକ ହେଲା ନୂଆଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ। ଏନେଇ ରେଳମନ୍ତ୍ରଣାଳୟ ପକ୍ଷରୁ  ଏକ ସର୍କୁଲାର ସମ୍ପୃକ୍ତ ରେଳ ଜୋନଗୁଡ଼ିକୁ ଜାରି କରାଯାଇଛି। ଏହି ନୂତନ ପରିକଳ୍ପନା ଉପରେ ବିଚାର କରି ଆସନ୍ତା ୨ ମାସ ଭିତରେ ରିପୋର୍ଟ ଦେବାକୁ ସର୍କୁଲାରରେ ନିର୍ଦ୍ଦେଶ ଦିଆଯାଇଛି। ଆଉ  ରିପୋର୍ଟ ଅନୁସାରେ ରେଳମନ୍ତ୍ରଣାଳୟ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ

ତେବେ   କାଗଜ ପାଇଁ ଖର୍ଚ୍ଚ ହେଉଥିବା ଲକ୍ଷ ଲକ୍ଷ ଟଙ୍କା ବଞ୍ଚିଯିବ ବୋଲି ହିସାବ କରାଯାଇଛି। ତେବେ ଯାତ୍ରୀଙ୍କୁ ସୂଚନା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

ପୂର୍ବରୁ ଏଦିଗରେ ଦକ୍ଷିଣ ପଶ୍ଚିମ ରେଲୱେ ବେଙ୍ଗାଲୁର ପକ୍ଷରୁ ପଦକ୍ଷେପ ନିଆଯାଇଥିବା ବେଳେ ଏଥିରୁ ରେଳମନ୍ତ୍ରଣାଳୟ ଅନୁପ୍ରାଣିତ ହୋଇଥିବା ସୂଚନା ମିଳିଛି। କାରଣ ପୂର୍ବରୁ ଦକ୍ଷିଣ ପଶ୍ଚିମ ରେଲୱେ ପକ୍ଷରୁ ବେଙ୍ଗାଲୁର ଏବଂ ଯଶବନ୍ତପୁର ରେଲୱେ ଷ୍ଟେସନରେ ଏହି ଚାର୍ଟ ପେଷ୍ଟିଂ ବନ୍ଦ କରିଦିଆଯାଇଛି। ଆଉ କାଗଜ ପାଇଁ ଖର୍ଚ୍ଚ ହେଉଥିବା ୬୦ ଲକ୍ଷ ଟଙ୍କା ବଞ୍ଚି ଯାଉଛି ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos