ରାଇରଙ୍ଗପୁର: ମହିଳାଙ୍କୁ ଗୁଳି କରି ହତ୍ୟା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ନିକଟ ସିଜୁକଳା ଗାଁରେ ଜଣେ ମହିଳାଙ୍କୁ ୩ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ମୃତା ମହିଳା ଜଣଙ୍କ ହେଲେ ମାନୁକୁ ମାଝି। ମୃତ୍ୟୁର କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଗୁଣିଗାରେଡ଼ି ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଇଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ସକାଳେ ମାନୁକୁ ଗାଁ ନିକଟ କେନାଲ ବନ୍ଧରେ ଛେଳି ଚରାଉ […]

hotya

Rakesh Mallick
  • Published: Thursday, 26 May 2016
  • , Updated: 26 May 2016, 04:18 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ନିକଟ ସିଜୁକଳା ଗାଁରେ ଜଣେ ମହିଳାଙ୍କୁ ୩ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ମୃତା ମହିଳା ଜଣଙ୍କ ହେଲେ ମାନୁକୁ ମାଝି। ମୃତ୍ୟୁର କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଗୁଣିଗାରେଡ଼ି ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଇଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ସକାଳେ ମାନୁକୁ ଗାଁ ନିକଟ କେନାଲ ବନ୍ଧରେ ଛେଳି ଚରାଉ ଥିବା ବେଳେ ୩ ଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଗୁଳି ମାନୁକୁଙ୍କ ମୁଣ୍ଡରେ ବାଜିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Related story