ରାଜ୍ୟ ସରକାରଙ୍କ ମରୁଡି ପ୍ୟାକେଜ ତ୍ରୁଟିପୂର୍ଣ୍ଣ: ବିଜୟ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତି ଓ ଚାଷୀ ଆତ୍ମହତ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଉଭୟ ବିଜେପି ଓ କଂଗ୍ରେସ ଟାର୍ଗେଟ କରିଛି। ବିଜେପି ପକ୍ଷରୁ କୁହାଯାଇଛି ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଉପୁଜିଥିବା ଆଗରୁ ଜାଣିଥିଲେ ମଧ୍ୟ କୌଣସି ଜରୁରୀକାଳିନ ଯୋଜନା ସରକାର କରି ନ ଥିଲେ। ଫଳରେ ଚାଷୀ ଆତ୍ମହତ୍ୟା ପରି ପରିସ୍ଥିତି ଉପୁଜିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। କେନ୍ଦ୍ରୀୟ ଟିମ୍ ଆସିଲା ପରେ ରାଜ୍ୟ ସରକାର ତରବରିଆ ମରୁଡ଼ି ପ୍ୟାକେଜ୍ ଘୋଷଣା କଲେ। ତେବେ […]

prash-5

Rakesh Mallick
  • Published: Monday, 26 October 2015
  • , Updated: 26 October 2015, 03:01 PM IST

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତି ଓ ଚାଷୀ ଆତ୍ମହତ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଉଭୟ ବିଜେପି ଓ କଂଗ୍ରେସ ଟାର୍ଗେଟ କରିଛି। ବିଜେପି ପକ୍ଷରୁ କୁହାଯାଇଛି ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଉପୁଜିଥିବା ଆଗରୁ ଜାଣିଥିଲେ ମଧ୍ୟ କୌଣସି ଜରୁରୀକାଳିନ ଯୋଜନା ସରକାର କରି ନ ଥିଲେ। ଫଳରେ ଚାଷୀ ଆତ୍ମହତ୍ୟା ପରି ପରିସ୍ଥିତି ଉପୁଜିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। କେନ୍ଦ୍ରୀୟ ଟିମ୍ ଆସିଲା ପରେ ରାଜ୍ୟ ସରକାର ତରବରିଆ ମରୁଡ଼ି ପ୍ୟାକେଜ୍ ଘୋଷଣା କଲେ। ତେବେ ମରୁଡ଼ି ପ୍ୟାକେଜ୍ ପରେ ଚାଷୀ କାହିଁକି ଆତ୍ମହତ୍ୟା କରୁଛନ୍ତି ବୋଲି ଦଳ ପ୍ରଶ୍ନ କରିଛି। ପ୍ୟାକେଜକୁ ତ୍ରୁଟିପୂର୍ଣ୍ଣ ବୋଲି ବିଜେପି ଦର୍ଶାଇଛି । ପ୍ରକୃତ ଚାଷୀଙ୍କୁ ଚିହ୍ନଟ ପାଇଁ ଓଏଲଆର ଆକ୍ଟ କାହିଁକି କାର୍ଯ୍ୟକାରୀ ହେଉନାହିଁ ଓ କୃଷି କମିଶନ ରିପୋର୍ଟ କୁଆଡେ ଗଲା ବୋଲି ବିଜେପି ପ୍ରଶ୍ନ କରିଛି। ଗତ ଦେଢ଼ ମାସରେ ୩୬ ରୁ୪୦ ଚାଷୀ ଆତ୍ମହତ୍ୟା କରିଥିବା ଦଳ ପକ୍ଷରୁ ଅଭିଯୋଗ କରିଛି। ଅଣ ଜଳସେଚିତ ଜମି ପାଇଁ କମ ଓ ଜଳସେଚିତ ଜମି ଲାଗି ଅଧିକ କ୍ଷତିପୂରଣ ଘୋଷଣା କରାଯିବାକୁ ନେଇ ମଧ୍ୟ ଦଳ ପ୍ରଶ୍ନ ଉଠାଇଛି। ଆତ୍ମହତ୍ୟା କରିଥିବା ଚାଷୀଙ୍କ ଋଣ ପରିମାଣ ଓ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚର ହିସାବ ରଖି ସରକାରଙ୍କୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଟାର୍ଗେଟ କରିଛି।

ଏପଟେ ଚାଷୀ ଆତ୍ମହତ୍ୟା ଓ ମରୁଡି ସ୍ଥିତିକୁ ନେଇ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। କେବଳ ବୟାନ ବାଜିରେ ସରକାର ଚାଲିଥିବା ଦଳ କହିଛି। ଦୁଇବର୍ଷ ତଳର କ୍ରପ କଟିଂ ରିପୋର୍ଟ ଏପର୍ଯ୍ୟନ୍ତ ଆସି ନ ଥିବା ବେଳେ ଏଥର ମରୁଡି ରିପୋର୍ଟ ନଭେମ୍ୱରରେ କିପରି ଆସିବ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ପ୍ରକୃତ ଚାଷୀ ଚିହ୍ନଟ ନେଇ ସରକାରଙ୍କ ପଦକ୍ଷେପକୁ ବି ସେ ସମାଲୋଚନା କରିଛନ୍ତି ।

ସେପଟେ ରାଜ୍ୟର ମରୁଡି ସ୍ଥିତିକୁ ନେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । କେନ୍ଦ୍ରୀୟ ଟିମ ଆସି ଅନୁର୍ଧ୍‌ନ କରିବା କେବଳ ଏକ ବାହାନା । ମରୁଡି କ୍ଷତିଗ୍ରସ୍ତଙ୍କ ପାଇଁ କେନ୍ଦ୍ର ସରକାର କୌଣସି ସହୟତା ଘୋଷଣା କରିନାହାନ୍ତି । ଏବେ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିନାହିଁ । କ୍ରପ କଟିଂ ରିପୋର୍ଟ ଆସିବା ପରେ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ସେ କହିଛନ୍ତି। ସେହିପରି ବିଜେଡି ମୁଖପାତ୍ର ସମୀର ଦାସ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ରାଜ୍ୟ ସରକାର ଘୋଷଣା କରିଥିବା ମରୁଡି ପ୍ୟାକେଜ ଚାଷୀଙ୍କ ପାଇଁ ସହାୟକ ହେବ । ପରବର୍ତ୍ତୀ ସମୟରେ ସ୍ଥିତିକୁ ଦେଖି ଅଧିକ ପଦକ୍ଷେପ ନିଆଯିବ। ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଆଶ୍ୱାସନା ଦେଇଛନ୍ତି । ଋଣ ପରିଶୋଧ ଲାଗି ଚାଷୀଙ୍କୁ କୁହାଯାଇନାହିଁ । ଋଣର ରି-ସିଡ୍ୟୁଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚାଷୀମାନେ ସରକାରଙ୍କ ଉପରେ ଭରଷା ରଖି ଆତ୍ମହତ୍ୟା ପରି ପଦକ୍ଷେପ ନେବାରୁ ଦୂରେଇ ରହିବାକୁ ସେ ଅନୁରୋଧ କରିଛନ୍ତି।

Related story