ରାଜ୍ୟରେ ଦାରିଦ୍ର୍ୟ କମିଛି,ମୁଣ୍ଡପିଛା ଆୟ ବଢ଼ିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଶର ବିକାଶ ଇତିହାସରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଆଜି ଆମ ରାଜ୍ୟ ପୁଞ୍ଜି ନିବେଶ ପାଇଁ ପସନ୍ଦର ସ୍ଥାନ ହୋଇପାରିଛି। ଭିତ୍ତିଭୂମି ବିକାଶ ଅର୍ଥନୀତି ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ବଢିଛି, ଦାରିଦ୍ର୍ୟ କମିଛି। ଆମେ ଆଜି ନିଜ ପାଣ୍ଠିରୁ ବିଭିନ୍ନ କଲ୍ୟାଣ ଯୋଜନା କରିପାରିଛୁ ବୋଲି ଆଜି ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ […]

cm

cm

Rakesh Mallick
  • Published: Monday, 15 August 2016
  • Updated: 15 August 2016, 09:17 PM IST

Sports

Latest News

cm1

ଭୁବନେଶ୍ୱର: ଦେଶର ବିକାଶ ଇତିହାସରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଆଜି ଆମ ରାଜ୍ୟ ପୁଞ୍ଜି ନିବେଶ ପାଇଁ ପସନ୍ଦର ସ୍ଥାନ ହୋଇପାରିଛି। ଭିତ୍ତିଭୂମି ବିକାଶ ଅର୍ଥନୀତି ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ବଢିଛି, ଦାରିଦ୍ର୍ୟ କମିଛି। ଆମେ ଆଜି ନିଜ ପାଣ୍ଠିରୁ ବିଭିନ୍ନ କଲ୍ୟାଣ ଯୋଜନା କରିପାରିଛୁ ବୋଲି ଆଜି ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରି ଏହା କହିଛନ୍ତି।

କୃଷି କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, “ଆମେ ଆଜି ଖାଦ୍ୟ ଶସ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ ହୋଇପାରିଛୁ। ଅନ୍ୟ ରାଜ୍ୟକୁ ଆମେ ପର୍ଯ୍ୟାପ୍ତ ଖାଦ୍ୟ ଶସ୍ୟ ଯୋଗାଇ ପାରୁଛୁ। ଚାଷୀଙ୍କୁ ୧ ପ୍ରତିଶତ ହାରରେ ଋଣ ଯୋଗାଇ ଦିଆଯାଉଛି। କୃଷି କ୍ଷେତ୍ରରେ ମିଳିଥିବା ଜାତୀୟ ପୁରସ୍କାର ଆମ ଚାଷୀ ଭାଇଙ୍କ ସମ୍ମାନ ବଢାଇଛି। ସାମାଜିକ ସୁରକ୍ଷା, ଭିନ୍ନକ୍ଷମ କଲ୍ୟାଣ ଓ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଦେଶରେ ଏକ ମଡ଼େଲ ରାଜ୍ୟ ହୋଇପାରିଛି। ଆଜିଠାରୁ ମଧୁବାବୁ ଯୋଜନାରେ ୩ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଇଛି।”

cm3ଯୁବଶକ୍ତିଙ୍କ ଦକ୍ଷତା ବୃଦ୍ଧି ଓ ଶିକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି,“ଯୁବଶକ୍ତିର ଦକ୍ଷତା ବୃଦ୍ଧି ପାଇଁ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଗଠନ କରାଯାଇଛି। ଆଗାମୀ ୩ ବର୍ଷରେ ୮ ଲକ୍ଷ ଯୁବକଯୁବତୀଙ୍କୁ ଆନ୍ତର୍ଜାତୀୟ ସ୍ତରର ତାଲିମ ଦିଆଯିବାକୁ ଲକ୍ଷ ରଖାଯାଇଛି। ପିଲାଙ୍କ ଉଚ୍ଚଶିକ୍ଷା ସ୍ୱପ୍ନ ସାକାର କରିବାକୁ କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଆରମ୍ଭ କରାଯାଇଛି। ଏକ ପ୍ରତିଶତ ସୁଧରେ ପିଲାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଶିକ୍ଷା ଋଣ ବ୍ୟବସ୍ଥା କରାଯାଇଛି। ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବାକୁ ପଦକ୍ଷେପ ନିଆଯାଇଛି। ଆଦିବାସୀ ପିଲାଙ୍କ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ୩ଲକ୍ଷ ଆଦିବାସୀ ଝିଅ ହଷ୍ଟେଲରେ ରହି ପାଠ ପଢିବାର ସୁଯୋଗ ପାଇପାରୁଛନ୍ତି।”

“ଗାଁର ବିକାଶ ପାଇଁ ଆଉ ଅର୍ଥର ଅଭାବ ନାହିଁ। ବିକାଶ ପାଇଁ ପଞ୍ଚାୟତ ଆଜି ଅଧିକ ପାଣ୍ଠି ଓ କ୍ଷମତା ପାଇଛି। ଗତ ୨ ବର୍ଷରେ ୧୦ ଲକ୍ଷ କଚ୍ଚା ଘରକୁ ପକ୍କା କରାଯାଇଛି। ଆଗାମୀ ୨ ବର୍ଷରେ ରାଜ୍ୟରେ ଆଉ କଚ୍ଚା ଘର ରହିବ ନାହିଁ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, “ଆମ ଭାଷା ଆମ ପାଇଁ ଗର୍ବ ଓ ଗୌରବ। ଓଡ଼ିଆ ଭାଷାର ବିକାଶ ଓ ସୁରକ୍ଷା ପାଇଁ ଆମେ ନିଷ୍ଠାର ସହ କାମ କରୁଛୁ। ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବା ପାଇଁ ମୋ ସରକାର ପଦକ୍ଷେପ ନେଉଛି।”

cm2ସ୍ୱାଧୀନତା ଦିବସ ଅଭିବାଦନରେ ମୁଖ୍ୟମନ୍ତ୍ରୀ ମହନଦୀ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି, “ବିଭିନ୍ନ ରାଜ୍ୟ ଦେଇ ଯାଇଥିବା ନଦୀ ଉପରେ ଗୋଟିଏ ରାଜ୍ୟ ନିଜ ଅଧିକାର ଜାହିର କରିବା ଉଚିତ ନୁହେଁ। ମହାନଦୀ ଓ ଅନ୍ୟ ନଦୀ ଜଳ ବଣ୍ଟନ ନେଇ ଥିବା ସମସ୍ୟାର ସମାଧାନ ପାଇଁ ଆମେ ସମସ୍ତେ ଚେଷ୍ଟା କରୁଛୁ, ଏଥିରେ ଆମେ ସଫଳ ମଧ୍ୟ ହେବୁ। ଓଡ଼ିଶାର ସ୍ୱାଭିମାନ ଓ ଅଧିକାର ସହିତ କେବେ ବି ସାଲିସ କରାଯିବ ନାହିଁ। ଆମେ ସଂଘୀୟ ଚିନ୍ତାଧାରାରେ ବିଶ୍ୱାସ କରୁ ଓ ଏହାକୁ ଅଧିକ ମଜବୁତ କରିବା ପାଇଁ କାମ କରୁଛୁ। ଆମ ହକ୍‌ର ସୁରକ୍ଷା ପାଇଁ ସଂଗ୍ରାମ ଜରି ରହିବା ସହ ଭାରତର ବିକାଶରେ ଓଡ଼ିଶାର ଯୋଗଦାନ ରହିବ।”

ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପରେଡରେ ଆଜି ପୂର୍ବାହ୍ନ ପ୍ରାୟ ୯ଟାରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ ବୀର ପୁରୁଷ ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇବା ସହ ଜାତିର ପିତା ମହାତ୍ମାଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଜବାହାରଲାଲ ନେହେରୁ ମୌଲାନା ଆଜାଦ ଏବଂ ଡଃ ଆମ୍ବେଦକରଙ୍କ କରି ମହାନ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉତ୍କଳମଣୀ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ବକ୍ସି ଜଗବନ୍ଧୁ, ସହିଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ ଚୌଧୁରୀ, ମା’ ରମା ଦେବୀ, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ ଏବଂ ବିଜୁ ପଟ୍ଟନାୟକଙ୍କ ପରି ନେତାଙ୍କ ତ୍ୟାଗ ଓ ଦେଶଭକ୍ତି ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମକୁ ଅଧିକ ଗତିଶୀଳ କରିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ରାଜ୍ୟସ୍ତରୀୟ ପରେଡରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ପରେଡ ସ୍ଥଳ ରହିଛି। ପରେଡ ଅଞ୍ଚଳରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଏସ୍‌ଓଜି, ସ୍ପେଶାଲ ୟୁନିଟ୍‌, ବୋମା ନିଷ୍କ୍ରିୟକାରୀ ଦଳ ସହ ସାଦା ପୋଷାକରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ମାଷ୍ଟର କ୍ୟାଣ୍ଟିନରୁ ରବୀନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ୫୦ଟି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି। ଏହାସହ ପାରେଡ ସ୍ଥଳକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ମଧ୍ୟ ସିସିଟିଭି କ୍ୟାମେରା ଲାଗିଛି।

ଚଳିତଥର ରାଜ୍ୟସ୍ତରୀୟ ପରେଡରେ ୬୪ଟି ଟ୍ରୁପ୍‌ ସାମିଲ ହୋଇଛନ୍ତି।

ମାଓ ହିଂସାକୁ ଦୃଷ୍ଟିରେ ରଖି ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମାଓ ପ୍ରବଣ ଜିଲ୍ଲାରେ କମ୍ବିଂ ଅପରେସନ୍‌ ଜାରି ରହିଛି। ମାଓବାଦୀଙ୍କ ଗତିବିଧି ଉପରେ ପୋଲିସ ତୀକ୍ଷଣ ନଜର ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story