ରାଜ୍ୟରେ ହିଂସା ବଢିଛି, ତୃତୀୟ ମହଲାରୁ ଷଡ଼ଯନ୍ତ୍ର କରାଯାଉଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଦେଖା ଦେଇଥିବା ହିଂସା ପାଇଁ ବିଜେପି ଶାସକ ବିଜେଡିକୁ ଦାୟୀ କରିଛି। ଏହାକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ଅସମର୍ଥିତ ସୂତ୍ରରୁ ଦୁଇଟି ପର୍ଯ୍ୟାୟ ନିର୍ବାଚନରୁ ମିଳିଥିବା ତଥ୍ୟରୁ ରାଜ୍ୟବାସୀ ପରିବର୍ତ୍ତନ ଚାହୁଁଥିବା ସ୍ପଷ୍ଟ ହୋଇଛି। ରାଜ୍ୟ ସରକାର ଏହାକୁ ସ୍ୱୀକାର କରିବା ଆବଶ୍ୟକ। ରାଜ୍ୟରେ ନିର୍ବାଚନୀ ହିଂସା ବଢିଛି। ୩ୟ ମହଲରେ କିଛି ଅମଲା ଏହି ହିଂସାର ଷଡ଼ଯନ୍ତ୍ର କରୁଛନ୍ତି।” ଏହାସହ ବିଜେଡି, କଂଗ୍ରେସ ସହ ହାତ ମିଳାଇଥିବା […]

dharmendra

Rakesh Mallick
  • Published: Thursday, 16 February 2017
  • , Updated: 16 February 2017, 05:16 PM IST

ଭୁବନେଶ୍ୱର: ରାଜ୍ୟରେ ଦେଖା ଦେଇଥିବା ହିଂସା ପାଇଁ ବିଜେପି ଶାସକ ବିଜେଡିକୁ ଦାୟୀ କରିଛି। ଏହାକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ଅସମର୍ଥିତ ସୂତ୍ରରୁ ଦୁଇଟି ପର୍ଯ୍ୟାୟ ନିର୍ବାଚନରୁ ମିଳିଥିବା ତଥ୍ୟରୁ ରାଜ୍ୟବାସୀ ପରିବର୍ତ୍ତନ ଚାହୁଁଥିବା ସ୍ପଷ୍ଟ ହୋଇଛି। ରାଜ୍ୟ ସରକାର ଏହାକୁ ସ୍ୱୀକାର କରିବା ଆବଶ୍ୟକ। ରାଜ୍ୟରେ ନିର୍ବାଚନୀ ହିଂସା ବଢିଛି। ୩ୟ ମହଲରେ କିଛି ଅମଲା ଏହି ହିଂସାର ଷଡ଼ଯନ୍ତ୍ର କରୁଛନ୍ତି।” ଏହାସହ ବିଜେଡି, କଂଗ୍ରେସ ସହ ହାତ ମିଳାଇଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି।

ସେ କହିଛନ୍ତି,“ଦୁଇଟି ପର୍ଯ୍ୟାୟ ନିର୍ବାଚନ ଫଳାଫଳ ଆସିବା ପରେ ସରକାରୀ ଦଳର ବନ୍ଧୁମାନେ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି। ଯାହା ପାରୁଛନ୍ତି ବକ୍ତବ୍ୟ ଦେଉଛନ୍ତି। ସେମାନେ ଗତକାଲି ଅମଲା ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ଏହାର ଅର୍ଥ ସେମାନେ କହିବାକୁ ଚାହୁଁଛନ୍ତି ଦଳ ଆମର, କଳ ଆମର। ତୁମେ (ବିଜେପି) କାହିଁଙ୍କି ବଚସ୍କର ଅମଲାଙ୍କୁ ବିରୋଧ କରୁଛ।”

ସେ କହିଛନ୍ତି,“ରାଜ୍ୟରେ ହିଂସା ବଢିବାରେ ଲାଗିଛି। ଗତକାଲି ବହୁ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଆଠଗଡ଼ରେ ନିଜ ଦଳର କର୍ମୀଙ୍କ ମଧ୍ୟରେ ଝଗଡା ହେଲା। ଭୋଟରଙ୍କ ମନରେ ଆତଙ୍କ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। ସରକାରୀ ଦଳ ଏଥିରୁ ଦୂରେଇ ରହିବା ଆବଶ୍ୟକ। କିଛି ମୁଷ୍ଟିମେୟ ଅମଳା ୩ୟ ମହଲାରେ ବସି ଏହି ଷଡ଼ଯନ୍ତ୍ର କରୁଛନ୍ତି। ଓଡ଼ିଶାର ସାଧାରଣ ଲୋକ ସେମାନଙ୍କ ବିରୋଧରେ ମତ ଦେବା ଆରମ୍ଭ କରିଛନ୍ତି। ଓଡ଼ିଶା ପରିବର୍ତ୍ତନ ଆଡୁକୁ ମୁହାଁଉଛି, ଏହା ଆରମ୍ଭ ମାତ୍ର।”

ସେ କହିଛନ୍ତି,“ଜାପାନିଜ ଜ୍ୱରରେ ଆକ୍ରାନ୍ତ ମାଲକାନଗିରି ଅଞ୍ଚଳର ଜିଲ୍ଲା ପରିଷଦରେ ବିଜେଡି ୬୦୦୦ରୁ ଅଧିକ ଭୋଟ୍‌ରେ ହାରିଛି। ଦାନ ମାଝିର ଜିଲ୍ଲା କଳାହାଣ୍ଡି ବିଜେପିକୁ ସ୍ପଷ୍ଟ ବହୁମତ ଦେଇଛି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ସରକାରୀ ଦଳ ବିରୋଧରେ ବିଦ୍ରୋହ କରିଛି। କିଏ କାହା ସହ ମିଶିଛନ୍ତି ଏସବୁ ତଥ୍ୟ ତାହାର ପ୍ରମାଣ।”

ସେ ଆହୁରି କହିଛନ୍ତି,“ଗତ ଶୀତ ଅଧିବେଶନରେ ଲୋକସଭାରେ ଭର୍ତ୍ତୃହରି ବାବୁ କହିଥିଲେ, ଆମେ (ବିଜେଡି) କଂଗ୍ରେସ ସହ ବୁଝାମଣା କରିବୁ। ନବୀନ ବାବୁ ଦୁଇଦିନ ପରେ ନାଲିଆଖି ଦେଖାଇବା ସହ ଛୋଟ ମୋଟର ଦଳୀୟ ଅଧିକାରୀଙ୍କ ଜରିଆରେ ତାଙ୍କୁ ନୋଟିସ୍‌ ଦେଲେ। ଭର୍ତ୍ତୃହରି ବାବୁ ଏହି ନୋଟିସ୍‌ର ଜବାବ ଦେଲେ କି ନାହିଁ, ନବୀନ ବାବୁ ତାଙ୍କୁ କ୍ଷମା କଲେ କି ନାହିଁ ତାହା କେହି ଜାଣିପାରିଲେ ନାହିଁ। ବିଜେଡି କଂଗ୍ରେସ ସହ ବୁଝାମଣା କରି ଓଡ଼ିଶାରେ ଶାସନ କରୁଛନ୍ତି। ଓଡ଼ିଶାର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ରାଜ୍ୟ ସରକାର ଜନମତକୁ ସ୍ୱୀକାର କରନ୍ତୁ।”

ଧର୍ମେନ୍ଦ୍ରଙ୍କ ସମାଲୋଚନା ପରେ ବିଜେଡି ଉତ୍ତର ରଖିଛି। ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି,“ସବୁ ପ୍ରସଙ୍ଗରେ ୩ୟ ମହଲାକୁ ଯୋଡିବା ଧର୍ମେନ୍ଦ୍ରଙ୍କ ଅଭ୍ୟାସ ହୋଇ ଗଲାଣି। ଧର୍ମେନ୍ଦ୍ର ଭଲ କାମ ସହ ୩ୟ ମହଲାକୁ ଯୋଡିଥିଲେ ଭଲ ହୋଇଥାନ୍ତା। ନିର୍ବାଚନ ସମୟରେ ହିଂସା ବଢିଛି ନିଶ୍ଚିତ, ଏଥିରେ କିଏ ସମ୍ପୃକ୍ତ ବିଜେପି ତଥ୍ୟ ରଖୁ। ନିଆଳିରେ ବିଜେଡି କର୍ମୀଙ୍କୁ ହତ୍ୟାର ଜବାବ ବିଜେପି ଦେଉ।”

ସେ କହିଛନ୍ତି,“ ଜଣେ ଦାୟିତ୍ୱ ସମ୍ପନ୍ନ କେନ୍ଦ୍ରମନ୍ତ୍ରୀ ହିସାବରେ ଧର୍ମେନ୍ଦ୍ର ବୁଝି ବିଚାରି ମନ୍ତବ୍ୟ ରଖିବା ଉଚିତ। ୩ୟ ସ୍ଥାନରୁ ୨ୟ ସ୍ଥାନକୁ ଉଠିବା ପରେ ବିଜେପି ଗର୍ବ କରିବା ଆରମ୍ଭ କରିଦେଇଛି। ଜନଧନ ଯୋଜନାରେ ୭୫୦ କୋଟି ଟଙ୍କା ଜମା ହେବାକୁ ନେଇ ଧର୍ମେନ୍ଦ୍ର ହିସାବ ମାଗୁଛନ୍ତି। ସେ କ’ଣ ଇନ୍ସପେକ୍ଟର ଆମେ ତାଙ୍କୁ ଜନଧନ ଆକାଉଣ୍ଟରେ ହୋଇଥିବା ଜମାର ହିସାବ ଦେବୁ।”

Related story