ରାଜ୍ୟରେ ସ୍ୱାସ୍ଥ୍ୟସେବା, କୃଷକ ଓ ଶିକ୍ଷାକୁ ଅବହେଳା କରୁଛନ୍ତି ସରକାର: ରାହୁଲ ଗାନ୍ଧି

ଭୁବନେଶ୍ୱର: ନବୀନ ସରକାର ରାଜ୍ୟରେ ସ୍ୱାସ୍ଥ୍ୟସେବା, କୃଷକ ଓ ଶିକ୍ଷାକୁ ଅବହେଳା କରୁଛନ୍ତି। ନବୀନଙ୍କ ଶାସନରେ ବିକାଶରେ ବହୁତ ବଡ଼ ଗ୍ୟାପ୍ ରହିଛି। ଆଜି କଂଗ୍ରେସ ଭବନରେ ପିସିସି ପରିବର୍ଦ୍ଧିତ କାର୍ଯ୍ୟକାରୀଣିରେ ଯୋଗ ଦେବା ଅବସରରେ ଏହା କହିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ପ୍ରସଙ୍ଗକୁ କଂଗ୍ରେସ ଭଲ ଭାବେ ବୁଝିଛି ଓ ଏହାକୁ ପ୍ରାଧ୍ୟାନ୍ୟ ଦେବ ବୋଲି ସେ କହିଛନ୍ତି। ରାହୁଲ ଆଜି କଟକ ଶିଶୁ ଭବନ ପରିଦର୍ଶନ ସାରି ଭୁବନେଶ୍ୱରରେ କଂଗ୍ରେସ […]

rahul-1 (3)

Rakesh Mallick
  • Published: Friday, 11 September 2015
  • , Updated: 11 September 2015, 08:33 AM IST

ଭୁବନେଶ୍ୱର: ନବୀନ ସରକାର ରାଜ୍ୟରେ ସ୍ୱାସ୍ଥ୍ୟସେବା, କୃଷକ ଓ ଶିକ୍ଷାକୁ ଅବହେଳା କରୁଛନ୍ତି। ନବୀନଙ୍କ ଶାସନରେ ବିକାଶରେ ବହୁତ ବଡ଼ ଗ୍ୟାପ୍ ରହିଛି। ଆଜି କଂଗ୍ରେସ ଭବନରେ ପିସିସି ପରିବର୍ଦ୍ଧିତ କାର୍ଯ୍ୟକାରୀଣିରେ ଯୋଗ ଦେବା ଅବସରରେ ଏହା କହିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ପ୍ରସଙ୍ଗକୁ କଂଗ୍ରେସ ଭଲ ଭାବେ ବୁଝିଛି ଓ ଏହାକୁ ପ୍ରାଧ୍ୟାନ୍ୟ ଦେବ ବୋଲି ସେ କହିଛନ୍ତି। ରାହୁଲ ଆଜି କଟକ ଶିଶୁ ଭବନ ପରିଦର୍ଶନ ସାରି ଭୁବନେଶ୍ୱରରେ କଂଗ୍ରେସ କାର୍ଯ୍ୟାଳୟକୁ ଆସିବା ପରେ ତାଙ୍କୁ ସେବାଦଳ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହାପରେ ସେ ବରୁପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ କଂଗ୍ରେସ ଭବନ ପରିସରରେ ବୃକ୍ଷରୋପଣ କରିଥିଲେ।

Related story