ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଅଟକ ପ୍ରସଙ୍ଗ; ବିବୃତି ରଖିବାକୁ ସରକାରଙ୍କୁ ବାଚସ୍ପତିଙ୍କ ରୁଲିଂ, ଗୃହକାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ୱର: ଗତକାଲି ଭଳି ଶନିବାର ବି ବିଧାନସଭାରେ ଦେଖିବାକୁ ମିଳିଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଅଟକ ତାତି। ଗତକାଲି ଏ ପ୍ରସଙ୍ଗକୁ ନେଇ ଦିନ ତମାମ ଗୃହ କାର୍ଯ୍ୟ ଚାଲି ପାରି ନ ଥିବା ବେଳେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ଆରମ୍ଭ କରି ଦେଇଥିଲେ ହଟ୍ଟଗୋଳ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି […]

assembly5

assembly5

Rakesh Mallick
  • Published: Saturday, 05 December 2015
  • Updated: 05 December 2015, 10:13 AM IST

Sports

Latest News

ଭୁବନେଶ୍ୱର: ଗତକାଲି ଭଳି ଶନିବାର ବି ବିଧାନସଭାରେ ଦେଖିବାକୁ ମିଳିଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଅଟକ ତାତି। ଗତକାଲି ଏ ପ୍ରସଙ୍ଗକୁ ନେଇ ଦିନ ତମାମ ଗୃହ କାର୍ଯ୍ୟ ଚାଲି ପାରି ନ ଥିବା ବେଳେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ଆରମ୍ଭ କରି ଦେଇଥିଲେ ହଟ୍ଟଗୋଳ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି କହିଥିଲେ। ସେ କହିଥିଲେ, ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଅଟକ ଘଟଣାରେ ଆମେ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ଦାବି କରିଥିଲୁ। କିନ୍ତୁ ଏନେଇ ସରକାର କିଛି ଉତ୍ତର ଦେଲେ ନାହିଁ। ତେବେ ବାଚସ୍ପତି ଏଥିପ୍ରତି ଗୁରୁତ୍ୱ ନଦେବାରୁ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲି ଯାଇଥିଲେ ଏବଂ ନାରାବାଜି କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ୍ ଉପରୁ ମାଇକ୍ ଉଠାଇ ନେବାକୁ ଉଦ୍ୟମ କରିଥିଲେ। ସ୍ଥିତିକୁ ଦେଖି ବାଚସ୍ପତି ଗୃହକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ତା’ପରେ ମଧ୍ୟ ଗୃହକାର୍ଯ୍ୟ ଚାଲି ପାରି ନ ଥିଲା। ବିରୋଧୀ ଦଳ ନିଜ ଜିଦରେ ଅଟଳ ରହିବାରୁ ବାଚସ୍ପତି ଗୃହକୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଏହା ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଏକ ରୁଲିଂ ଦେଇ ଏ ପ୍ରସଙ୍ଗରେ ଅପରାହ୍ନରେ ଗୃହରେ ବିବୃତି ରଖିବାକୁ ସରକାରୀ ଦଳକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ଅପରାହ୍ନ ୩ଟାରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ରମାଦେବୀ ପ୍ରସଙ୍ଗ ଉଠାଇଥିଲେ। ରମାଦେବୀ ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ର ଦେଇଥିବା ମନ୍ତବ୍ୟ ଦାୟିତ୍ୱହୀନ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ। ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ବାଚସ୍ପତି ଗୃହକୁ ଅଧଘଣ୍ଟା ପାଇଁ ଅର୍ଥାତ ସାଢ଼େ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ଏହା ସହିତ ଉଭୟ ଶାସକ ଓ ବିରୋଧୀ ଦଳକୁ ପୁଣି ଥରେ ଆଲୋଚନା କରିବାକୁ ବାଚସ୍ପତି ଡାକିଥିଲେ। ତେବେ ତା’ପରେ ବି ସ୍ଥିତି ନସୁଧୁରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି।

ଅଚଳାବସ୍ଥା ଦୂର କରିବା ପାଇଁ ବାଚସ୍ପତି ଆଜି ଦୁଇ ଥର ସର୍ବଦଳୀୟ ବୈଠକ ଡାକିଥିଲେ। ପ୍ରଥମ ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସକାଳେ ଏହି ବୈଠକ ଡାକି ଥିଲେ। ତେବେ ଏହା ସଫଳ ହୋଇ ନ ଥିଲେ। ଗୃହରେ ଅଚଳାବସ୍ଥା ଲାଗି ରହିବାରୁ ସାଢ଼େ ୧୧ଟା ପରେ ପୁଣି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ।

ଗତକାଲି ବିରୋଧୀ ଏ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ପ୍ରଥମେ ଦିନ ୧୨ଟା, ପରେ ଅପରାହ୍ନ ୩ଟା ଓ ଏହା ପରେ ଦିନକ ପାଇଁ ମୁଲତବି ଘୋଷଣା କରିଥିଲେ। ସେହିପରି କଂଗ୍ରେସ ଓ ବିଜେପି ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ଅବରୋଧ କରାଯାଇଥିଲା। ଏ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଉଭୟ ଦଳ ଜୋରଦାର ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଗୁରୁବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କିଛି ଛାତ୍ରୀଙ୍କୁ ତାଲା ପକାଇ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ସଭାସ୍ଥଳକୁ ଛଡ଼ା ଯାଇ ନ ଥିଲା। ମୁଖ୍ୟମନ୍ତ୍ରୀ ଯିବା ପରେ ସେମାନଙ୍କୁ ଛଡ଼ା ଯାଇଥିଲା। ବିରୋଧୀ କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି ଯେ ଏଭଳି କରି ଛାତ୍ରୀମାନଙ୍କ ମାନବାଧିକାର କ୍ଷୁର୍ଣ୍ଣ କରାଯାଇଛି।

ଗୋଟିଏ ପକ୍ଷରେ ଏପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ବିଧାନସଭାରେ ହଟ୍ଟଗୋଳ କରୁଥିବା ବେଳେ ଅନ୍ୟପଟେ ଅଟକ ଛାତ୍ରୀମାନେ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story