ରମେଶ ଗ୍ରୀନ୍ ଇଣ୍ଡିଆ ଚିଟ୍‌ଫଣ୍ଡ୍‌ ସଂସ୍ଥା ସହିତ ସଂପୃକ୍ତ: ବ୍ରହ୍ମପୁର ଏସ୍‌ପି

ବ୍ରହ୍ମପୁର: ଗିରଫ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କର ଚିଟ୍‌ଫଣ୍ଡ୍‌ ସଂସ୍ଥା ସହିତ ସଂପୃକ୍ତି ରହିଛି। ସେ ଗ୍ରୀନ୍ ଇଣ୍ଡିଆ ଚିଟ୍‌ଫଣ୍ଡ୍‌ ସଂସ୍ଥା ସହିତ ସଂପୃକ ଥିବା ନେଇ ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି। ଏନେଇ ସିବିଆଇ ସହ ଯୋଗାଯୋଗ କରାଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ହୋଇଥିବା ଚିଟ୍‌ଫଣ୍ଡ୍‌ ଦୁର୍ନୀତିର ତଦନ୍ତ ସିବିଆଇ କରୁଛି। ବ୍ରହ୍ମପୁର ଏସ୍‌ପି ଆହୁରି ମଧ୍ୟ କହିଛନ୍ତି ଯେ ରମେଶଙ୍କଠାରୁ ହରିୟାଣା ନମ୍ବର ଥିବା ଏକ ଦାମୀ ଗାଡ଼ି ଜବତ କରାଯାଇଛି। […]

ramesh

Rakesh Mallick
  • Published: Friday, 11 March 2016
  • , Updated: 11 March 2016, 05:30 AM IST

ବ୍ରହ୍ମପୁର: ଗିରଫ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କର ଚିଟ୍‌ଫଣ୍ଡ୍‌ ସଂସ୍ଥା ସହିତ ସଂପୃକ୍ତି ରହିଛି। ସେ ଗ୍ରୀନ୍ ଇଣ୍ଡିଆ ଚିଟ୍‌ଫଣ୍ଡ୍‌ ସଂସ୍ଥା ସହିତ ସଂପୃକ ଥିବା ନେଇ ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି। ଏନେଇ ସିବିଆଇ ସହ ଯୋଗାଯୋଗ କରାଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ହୋଇଥିବା ଚିଟ୍‌ଫଣ୍ଡ୍‌ ଦୁର୍ନୀତିର ତଦନ୍ତ ସିବିଆଇ କରୁଛି।

ବ୍ରହ୍ମପୁର ଏସ୍‌ପି ଆହୁରି ମଧ୍ୟ କହିଛନ୍ତି ଯେ ରମେଶଙ୍କଠାରୁ ହରିୟାଣା ନମ୍ବର ଥିବା ଏକ ଦାମୀ ଗାଡ଼ି ଜବତ କରାଯାଇଛି।

ସେ ବେଆଇନ୍ ବନ୍ଧୁକ କାରବାର ସହିତ ସଂପୃକ୍ତ ଥିବା ନେଇ ଗତକାଲି ଦକ୍ଷିଣାଞ୍ଚଳ ଆଇଜି ଓ ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଥିଲେ।

ମାର୍ଚ୍ଚ ୬ ତାରିଖରେ ରମେଶଙ୍କ ବିରୋଧରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା, ବୋମାମାଡ଼, ଅପରାଧିକ ଷଡ଼ଯନ୍ତ୍ର ଓ ଅପରାଧିକୁ ଆଶ୍ରୟ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ବାଲିଘାଟ ନିଲାମ, ବିଲଡର୍ସଙ୍କଠାରୁ ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସିଂ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର କାରବାର କ୍ଷେତ୍ରରେ ରମେଶଙ୍କ ସଂପୃକ୍ତି ଅଭିଯୋଗ ନେଇ ବ୍ରହ୍ମପୁର ପୋଲିସ୍ ଖୋଳତାଡ଼ ଜାରି ରଖିଛି। ବ୍ରହ୍ମପୁର ପୋଲିସ୍ ତାଙ୍କୁ ଭୁବନେଶ୍ୱରରୁ ଉଠାଇ ନେଇ ଅଟକ ରଖିବା ପରେ ଗିରଫ କରିଥିଲା। ତାଙ୍କ ସହିତ ତାଙ୍କ ବାପା ଓ ଅନ୍ୟ ଦୁଇ ସହଯୋଗୀ ବାପି ଓ ଜ୍ୟାକିଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି।

Related story