କେବେ ବନ୍ଦ ହେବ କୁନି ଝିଅଙ୍କ ଉପରେ ଯୌନ ନିର୍ଯାତନା?

Ordigital Desk
  • Published: Thursday, 03 May 2018
  • , Updated: 03 May 2018, 03:20 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାନ୍ଦୁଛି କୁନିଝିଅ। ଅସୁରକ୍ଷିତ ହୋଇପଡ଼ିଛି ଆମ ଘରର ଲକ୍ଷ୍ମୀ। ଘରେ, ବାହାରେ, ସବୁଠି ତା&rsquo; ପାଇଁ ଜଗି ବସିଛି ବିପଦ। ଆଜି କେଉଁଠି ବି ସୁରକ୍ଷିତ ନୁହେଁ ନାବାଳିକା। ଯେଉଁ ବୟସରେ ସେମାନେ ଖେଳି ବୁଲି ସଂସାରକୁ ଉପଭୋଗ କରିବା କଥା, ସେହି ସମୟରେ ତା&rsquo; ଉପରେ ପଡୁଛି ଲୋଲୁପ ନଜର।</p> <p>ଆଇନ୍ କଡ଼ାକଡ଼ି ହେଉଛି, ଘଟଣାର ପ୍ରତିବାଦ ବି କରାଯାଉଛି। କିନ୍ତୁ ଥମୁନି ନାବାଳିକାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଘଟଣା। ସେ ସାଲେପୁର ହେଉ କି ସମ୍ବଲପୁର, ନୀଳଗିରି ହେଉକି ପଟ୍ଟାମୁଣ୍ଡାଇ, ବ୍ୟାଧି ଭଳି ବଢ଼ିଚାଲିଛି ନାବାଳିକା ଦୁଷ୍କର୍ମ ଭଳି କୁତ୍ସିତ ଘଟଣା।</p> <p>ଆମ ପୂରା ବ୍ୟବସ୍ଥା ଯେମିତି ନାଚାର ଓ ବଧିର ହୋଇପଡ଼ିଛି। କାହାରି କାନକୁ କ&rsquo;ଣ ଶୁଭୁନି ଅସହାୟ କୁନି ଝିଅଟିର କାନ୍ଦ? କାହିଁକି ବାରମ୍ବାର ଘଟିଚାଲିଛି ଏ ଲଜ୍ଜାଜନକ ଘଟଣା? କିଏ ଏଥିପାଇଁ ଦାୟୀ? ଶୁଣନ୍ତୁ କ&rsquo;ଣ କହୁଛନ୍ତି ବିଭିନ୍ନ ବର୍ଗଙ୍କ ଲୋକ।</p>

Related story