ଅଧୁରା ରହିଗଲା ଶିଳ୍ପପତିଙ୍କ ଲଭ୍‌ ଷ୍ଟୋରୀ: ୪ ଜଣଙ୍କୁ ଭଲ ପାଇ ବି ନିସଙ୍ଗ ରହିଲେ ରତନ ଟାଟା

ଶିଳ୍ପପତି ରତନ ଟାଟା। ବ୍ୟକ୍ତିତ୍ୱ ଯେମିତି ବଳିଷ୍ଠ। କର୍ତ୍ତବ୍ୟରେ ସେମିତି ନିଷ୍ଠାପର।  ଟାଟା କମ୍ପାନୀର ନେତୃତ୍ୱ ନେଇ ଉଭୟ କମ୍ପାନୀ ଓ ଦେଶରେ ଆର୍ଥିକ ବିକାଶ କ୍ଷେତ୍ରରେ ସେ  ଆଣିଛନ୍ତି ଅନେକ ବୈପ୍ଲବିକ ପରିବର୍ତ୍ତନ। ଅମାପ ସମ୍ପତ୍ତିର ଅଧିକାରୀ ସେ। କଠିଣ ଅଧ୍ୟବସାୟ ପାଇଁ ସେ ପାଇଛନ୍ତି ଅନେକ ସଫଳତା। ମାନ, ମର୍ଯ୍ୟାଦା, ଯଶ, କୀର୍ତ୍ତି ଏମିତି ସବୁ କିଛି ହାସଲ କରିଛନ୍ତି। ବେପାର ବଣିଜରେ ହିସାବନିକାଶ କରିବାରେ ମାହିର ଏହି ବ୍ୟକ୍ତି ଜଣକ କିନ୍ତୁ ପ୍ରେମ […]

Tata image

Rakesh Mallick
  • Published: Saturday, 13 January 2018
  • , Updated: 13 January 2018, 06:18 PM IST

ଶିଳ୍ପପତି ରତନ ଟାଟା। ବ୍ୟକ୍ତିତ୍ୱ ଯେମିତି ବଳିଷ୍ଠ କର୍ତ୍ତବ୍ୟରେ ସେମିତି ନିଷ୍ଠାପର।  ଟାଟା କମ୍ପାନୀର ନେତୃତ୍ୱ ନେଇ ଉଭୟ କମ୍ପାନୀ ଓ ଦେଶରେ ଆର୍ଥିକ ବିକାଶ କ୍ଷେତ୍ରରେ ସେ  ଆଣିଛନ୍ତି ଅନେକ ବୈପ୍ଲବିକ ପରିବର୍ତ୍ତନ। ଅମାପ ସମ୍ପତ୍ତିର ଅଧିକାରୀ ସେ। କଠିଣ ଅଧ୍ୟବସାୟ ପାଇଁ ସେ ପାଇଛନ୍ତି ଅନେକ ସଫଳତା। ମାନ, ମର୍ଯ୍ୟାଦା, ଯଶ, କୀର୍ତ୍ତି ଏମିତି ସବୁ କିଛି ହାସଲ କରିଛନ୍ତି। ବେପାର ବଣିଜରେ ହିସାବନିକାଶ କରିବାରେ ମାହିର ଏହି ବ୍ୟକ୍ତି ଜଣକ କିନ୍ତୁ ପ୍ରେମ ପାଠରେ ଫେଲ ହୋଇଗଲେ। ନିଜ ଜୀବନରେ ୪ ଥର ପ୍ରେମରେ ପଡ଼ି ବି ସେ ହାତକୁ ଦିହାତ ହୋଇପାରିଲେନି।  ଜୀବନ ସାଥୀ ପାଇବାର ସ୍ୱପ୍ନ ଅଧୁରା ରହିଗଲା। ହେଲେ ମନରେ ଅବଶୋଷ ନାହିଁକି ଦୁଃଖ ନାହିଁ।

ସିଏନନ ପକ୍ଷରୁ ଟକ୍ ଏସିଆ କାର୍ଯ୍ୟକ୍ରମରେ(ଇଣ୍ଟର୍ଭ୍ୟୁ)ରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶ୍ନ ହୋଇଥିଲା। ପଚରାଯାଇଥିଲା ଏତେ ବଡ଼ ଶିଲ୍ପପତି ହୋଇ ମଧ୍ୟ କାହିଁକି ଅବିବାହିତ ରହିଲେ। ଏହି ପ୍ରଶ୍ନର ଖୁବ୍ ସରଳ ଭାବେ ଉତ୍ତର ରଖିଥିଲେ ରତନ ଟାଟା। କହିଥିଲେ ତାଙ୍କ ଜୀବନରେ ସେ ୪ ଥର ପ୍ରେମରେ ଫସିଛନ୍ତି। ଅନେକ ସମୟରେ ସେ ଅତି ନିକିଟତର ମଧ୍ୟ ହୋଇଛନ୍ତି। ହେଲେ କେଜାଣି କାହିଁକି ବିବାହ ହୋଇପାରିଲା ନାହିଁ। ଆମେରିକାରେ କାମ କରୁଥିଲା ବେଳେ ଜଣେ ସ୍ଥାନୀୟ ଯୁବତୀ ସହ ପ୍ରେମ ହୋଇଥିଲା। ନିବିଡ଼ ହୋଇଯାଇଥିଲା ସମ୍ପର୍କ। ହେଲେ ଏହି ଭଲପାଇବା ରହିପାରିଲା ନାହିଁ। ଏହି ସମୟରେ ନିଜ ଜେଜେ ମା’ର  ଦେହ ଅସୁସ୍ଥ ହେବାରୁ ସେ ଭାରତ ପଳାଇ ଆସିଥିଲେ।  ତାଙ୍କ ବାନ୍ଧବୀ ତାଙ୍କୁ ପିଛା କରି ଆସିଥିଲେ। ଅନ୍ୟ ଏକ ଘଟଣା ହେଉଛି

୧୯୬୨ ମସିହାର କଥା  । ସେତେବେଳକୁ ଭାରତ-ଚାଇନା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥାଏ। ଯୁଦ୍ଧର ଦୃଶ୍ୟ ଦେ‌ଖି ତାଙ୍କ ପ୍ରେମିକା ଭୟଭୀତ ହୋଇଯାଇଥିଲେ। କାଳେ ଯୁଦ୍ଧର ପରିଣତି  ଭୟାବହ ହେବ ସେହି ଡରରେ ସେ ରତନଙ୍କ ଜୀବନରୁ ଦୂରେଇ ଯାଇଥିଲେ।

ପରେ ସେ ନିଜ ଦେଶ ଆମେରିକାର ଜଣେ ପୁରୁଷ ବନ୍ଧୁଙ୍କୁ ବିବାହ କରିଥିଲେ। ଏଭଳି ରତନ ଟାଟା ୪ ଥର କୌଣସି ନା କୌଣସି ଯୁବତୀଙ୍କ ସମ୍ପର୍କରେ ଆସିଛନ୍ତି।  ଆଉ ପ୍ରତିଥର ଏମିତି କିଛି ଘଟଣା ତାଙ୍କ ପ୍ରେମ ରାସ୍ତାରେ ପ୍ରତିବନ୍ଧକ ସାଜିଛି। ହେଲେ ସେ କେଉଁ ଝିଅଙ୍କ ସହ ପ୍ରେମରେ ପଡ଼ିଥିଲେ, ସେମାନଙ୍କ ନା ସିକେଟ୍ର ରଖିଥିଲେ। ଏହି ଭଲ ପାଇବାକୁ ନେଇ ତାଙ୍କ ମନରେ ଅନେକଥର ବିରୋଧାଭାସ ଉଙ୍କିମାରିଥିଲା। ବୈବାହିକ ଜୀବନ ଏକ ଜଟିଳ ପରିସ୍ଥିତି ବୋଲି ସେ ବିଚାର କରୁଥିଲେ। ରତନଙ୍କ କହିବା ଅନୁଯାୟୀ ଦୁନିଆକୁ ସେ ଖୁବ୍ ଅନୁଶୀଳ କରିଛନ୍ତି। ବିବାହ ନ ହୋଇ ମଧ୍ୟ ବଞ୍ଚିବାରେ କୌଣସି ସମସ୍ୟା ନ ଥିବା ସେ ଅନୁଭବ କରିଥିବା ପ୍ରକାଶ କରିଥିଲେ।

ଏକା ଏକା ରହିବାରେ ବି ଆନନ୍ଦ ଅଛି । ବିବାହ ନ ହୋଇ ମଧ୍ୟ ତାଙ୍କ ମନରେ କୌଣସି ଅବସାଦ ନାହିଁ କି ଅବଶୋଷ ନ ଥିବା ସେ ପ୍ରକାଶ କରିଥିଲେ। ତାଙ୍କୁ  ଏବେ ୭୯ ବର୍ଷ ହୋଇଥିବା  ବେଳେ ୨୦୧୨ରେ ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍‌ ପଦରୁ ବିଧିବଦ୍ଧଭାବେ ଇସ୍ତଫା ଦେଇଥିଲେ। ହେଲେ ୨୦୧୬ ନଭେମ୍ବରରେ ଏହି ପଦକୁ ସାମୟିକ ଭାବେ ଫେରିଥିଲେ। କମ୍ପାନୀର ପରିଚାଳନାଗତ ତ୍ରୁଟି ପାଇଁ  ଚେୟାରମ୍ୟାନ୍‌ ପଦରୁ ସାଇରସ ମିସ୍ତ୍ରୀକୁ ହଟାଯିବା ପରେ ରତନ ଟାଟା ମଧ୍ୟବର୍ତ୍ତୀକାଳୀନ ପାଇଁ ଏହି ପଦରେ ଅବସ୍ଥାପିତ ଥିଲେ।  ରତନ ଟାଟା  ଦେଶର ବେସାମରିକ ପୁରସ୍କାର ପଦ୍ମବିଭୂଷଣ ଓ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

Related story