ରାଉରକେଲା: ୮ ମାସର ଶିଶୁକୁ ଚେଙ୍କ

ରାଉରକେଲା: ରାଉରକେଲାରେ ଏକ ୮ ମାସର ଶିଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ ଶରୀରରେ ୧୦ଟି ଚେଙ୍କ ଦାଗ ରହିଛି। ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଏହି ଶିଶୁଟିର ନାଁ ପ୍ରୀତମ ସିଂ। ତା’ ଘର କେ. ବଲାଙ୍ଗ ଥାନା ଅନ୍ତର୍ଗତ ରେଜଂଡ଼ା ଗାଁରେ। କିଛି ଦିନ ପୂର୍ବରୁ ଶିଶୁଟିର ପେଟ ଫୁଲି ଯାଇଥିଲା। ତେଣୁ ପରିବାର ଲୋକେ ତା’ପେଟରେ ଚେଙ୍କ ଦେଇଥିଲେ। ତେବେ […]

raurkela govt

Rakesh Mallick
  • Published: Sunday, 10 April 2016
  • , Updated: 10 April 2016, 04:45 PM IST

ରାଉରକେଲା: ରାଉରକେଲାରେ ଏକ ୮ ମାସର ଶିଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ ଶରୀରରେ ୧୦ଟି ଚେଙ୍କ ଦାଗ ରହିଛି।

ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଏହି ଶିଶୁଟିର ନାଁ ପ୍ରୀତମ ସିଂ। ତା’ ଘର କେ. ବଲାଙ୍ଗ ଥାନା ଅନ୍ତର୍ଗତ ରେଜଂଡ଼ା ଗାଁରେ। କିଛି ଦିନ ପୂର୍ବରୁ ଶିଶୁଟିର ପେଟ ଫୁଲି ଯାଇଥିଲା। ତେଣୁ ପରିବାର ଲୋକେ ତା’ପେଟରେ ଚେଙ୍କ ଦେଇଥିଲେ। ତେବେ ସୁସ୍ଥ ହେବା ବଦଳରେ ଶିଶୁଟିର ଅବସ୍ଥା ଅଧିକ ବିଗିଡ଼ି ଯିବାରୁ ପରିବାର ଲୋକେ ତାକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣା ସଂପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ପୋଲିସ୍‌କୁ ମଧ୍ୟ ସୂଚନା ଦେଇଛନ୍ତି।

ଏନେଇ ଡା.ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି, “ଗତ ତିନିଦିନ ହେଲା ପିଲାଟିର କାଶ ପ୍ରବଳ ହେବା ସହ ଖାଇବା କମାଇ ଦେଇଥିଲେ। ପିଲାଟି କାନ୍ଦୁ ଥିଲା। ପରିବାର ବର୍ଗ କାନ୍ଦିବାର କାରଣ ଜାଣିପାରୁ ନ ଥିଲେ। ଶିଶୁଟିର ପରିବାର ଡାକ୍ତରଖାନାକୁ ନେବାକୁ ଅଡି ବସିଥିଲା ବେଳେ ଅନ୍ୟ ପରିବାର ସଦସ୍ୟ ଚେଙ୍କ ଦେବାକୁ ନେଇଥିଲେ। ଶିଶୁଟିର ପେଟରେ ଲୁହା କଣ୍ଟା କିମ୍ବା ସୁରୁ ଲୁହାରେ ୧୨ରୁ ୧୩ଟି ଚେଙ୍କ ଦିଆଯାଇଛି। ଏହା ପଳରେ ପେଟରେ କ୍ଷତ ସୃଷ୍ଟି ହୋଇଛି। ଏହା ସହ ପିଲାଟିକୁ ମ୍ୟାଲିରିଆ ହୋଇଛି। ଝାତିରେ କଫ ଥିବାରୁ କାଶ ହେଉଛି। ଏହା ଫଳରେ ନିମୋନିଆ ହୋଇଛି। ଏବେ ପିଲାଟିର ସ୍ୱାସ୍ଥ୍ୟ ସ୍ଥିର ରହିଛି। ଏହାସହ ମ୍ୟାଲେରିଆ ଓ ନିମୋନିଆର ଚିକିତ୍ସା କରାଯାଉଛି।”

ଗତ ମାସରେ ରାଉରକେଲାର ରୂପତୋଳା ବସ୍ତିରେ ଚେଙ୍କ ଯୋଗୁଁ ଜଣେ ଏକ ମାସର ଶିଶୁର ମୃତ୍ୟୁ ଘଟିଥିଲା। ଶିଶୁଟିର ହାତରେ ଏକ କଳା ଶିରା ଦେଖାଯିବାରୁ ଏହାକୁ ଅଶୁଭ ମଣି ପରିବାର ପକ୍ଷରୁ ବସ୍ତିର ଜଣେ ମହିଳାଙ୍କୁ ଡାକି ଚେଙ୍କ ଦେଇଥିଲେ। ଶିଶୁଟିର ପେଟରେ ୧୦ଟି ଚେଙ୍କ  ଦିଆଯାଇଥିଲା।

Related story