ପୋଲିସ୍ ଗୁଳିରେ ୨ ପିଏଲ୍‌ଏଫ୍‌ଆଇ ସଦସ୍ୟ ମୃତ,୫ ଆହତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବିସ୍ରା ଥାନା ଅନ୍ତର୍ଗତ ସୋରଡ଼ା ଜଙ୍ଗଲରେ ଆଜି ପୋଲିସ୍ ଗୁଳିରେ ୨ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ  ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଠାରୁ ଗୋଟିଏ ଏକେ-୪୭, ୧୨ଟି ବନ୍ଧୁକ ଓ ପିସ୍ତଲ ଏବଂ ଗୁଳି ଜବତ କରାଯାଇଛି। ଏହା ବ୍ୟତୀତ ପିଏଲ୍‌ଏଫ୍‌ଆଇ କ୍ୟାମ୍ପରୁ ଏକାଧିକ ମୋବାଇଲ୍ ଓ ସେମାନଙ୍କ ଦ୍ୱାରା ବ୍ୟବହୃତ ଜିନିଷପତ୍ର ଜବତ କରାଯାଇଛି। ପୋଲିସ୍ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି। ପଞ୍ଚାୟତ ନିର୍ବାଚନ […]

plfeguns

Rakesh Mallick
  • Published: Thursday, 09 February 2017
  • , Updated: 09 February 2017, 11:58 AM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବିସ୍ରା ଥାନା ଅନ୍ତର୍ଗତ ସୋରଡ଼ା ଜଙ୍ଗଲରେ ଆଜି ପୋଲିସ୍ ଗୁଳିରେ ୨ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ  ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଠାରୁ ଗୋଟିଏ ଏକେ-୪୭, ୧୨ଟି ବନ୍ଧୁକ ଓ ପିସ୍ତଲ ଏବଂ ଗୁଳି ଜବତ କରାଯାଇଛି। ଏହା ବ୍ୟତୀତ ପିଏଲ୍‌ଏଫ୍‌ଆଇ କ୍ୟାମ୍ପରୁ ଏକାଧିକ ମୋବାଇଲ୍ ଓ ସେମାନଙ୍କ ଦ୍ୱାରା ବ୍ୟବହୃତ ଜିନିଷପତ୍ର ଜବତ କରାଯାଇଛି। ପୋଲିସ୍ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି।

ପଞ୍ଚାୟତ ନିର୍ବାଚନ ପାଇଁ ସୀମାନ୍ତ ଅଞ୍ଚଳରେ ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ପିଏଲ୍‌ଏଫ୍‌ଆଇ କ୍ୟାମ୍ପ୍ କରିଥିବା ସୂଚନା ପାଇଥିଲେ। ପୋଲିସ୍ ସେଠାରେ ପହଞ୍ଚିବା ପରେ ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ସେମାନଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ପୋଲିସ୍‌ର ପାଲଟା ଗୁଳିରେ ଘଟଣାସ୍ଥଳରେ ଦୁଇ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା।

ମୃତ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଏଥିପାଇଁ ଝାଡ଼ଖଣ୍ଡ ପୋଲିସ୍‌ ସହ ଯୋଗାଯୋଗ କରାଯାଇଛି ବୋଲି ପଶ୍ଚିମାଞ୍ଚଳ ଆଇଜି ଆର୍‌.କେ ଶର୍ମା ଓ ରାଉରକେଲା ଏସ୍‌ପି ଅନିରୁଦ୍ଧ ସିଂ ସୂଚନା ଦେଇଛନ୍ତି।

Related story