ରେଭେନ୍ସା ବିଶ୍ୱବିଦ୍ୟାଳୟର ନିଯୁକ୍ତି ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୪୧ଟି ପଦବି ପାଇଁ ଜାରି ହୋଇଥିବା ବିଜ୍ଞପ୍ତିକୁ ବୁଧବାର ରଦ୍ଦ କରିଛନ୍ତି ହାଇକୋର୍ଟ। ତା’ସହ ୪ସପ୍ତାହ ଭିତରେ ସାନି ବିଜ୍ଞପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ବିଜ୍ଞପ୍ତିର ୮ ସପ୍ତାହ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଉ ମାର୍ଚ୍ଚ ୧୪ ସୁଦ୍ଧା କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୬ ମାର୍ଚ୍ଚରେ ମାମଲାର ପରବର୍ତ୍ତି ଶୁଣାଣି ପାଇଁ ଧାର୍ଯ୍ୟହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଓ ପ୍ରାଧ୍ୟାପକ ପଦ […]

Ravenshaw-University

Rakesh Mallick
  • Published: Wednesday, 09 December 2015
  • , Updated: 09 December 2015, 08:12 AM IST

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୪୧ଟି ପଦବି ପାଇଁ ଜାରି ହୋଇଥିବା ବିଜ୍ଞପ୍ତିକୁ ବୁଧବାର ରଦ୍ଦ କରିଛନ୍ତି ହାଇକୋର୍ଟ। ତା’ସହ ୪ସପ୍ତାହ ଭିତରେ ସାନି ବିଜ୍ଞପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ବିଜ୍ଞପ୍ତିର ୮ ସପ୍ତାହ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଉ ମାର୍ଚ୍ଚ ୧୪ ସୁଦ୍ଧା କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୬ ମାର୍ଚ୍ଚରେ ମାମଲାର ପରବର୍ତ୍ତି ଶୁଣାଣି ପାଇଁ ଧାର୍ଯ୍ୟହୋଇଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଓ ପ୍ରାଧ୍ୟାପକ ପଦ ପାଇଁ ୨୦୧୪ ଜୁନରେ ବିଜ୍ଞପ୍ତି ଜାରି କରାଯାଇଥିଲା। ତେବେ ଏହି ବିଜ୍ଞପ୍ତି ୟୁଜିସିର ଗାଇଡ୍ ଲାଇନକୁ ଅନୁକରଣ କରି ଜାରି କରାଯାଇନାହିଁ ବୋଲି ଅଭିଯୋଗ କରି କିଛି ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ତାଙ୍କ ରାୟରେ କହିଥିଲେ ଯେ ଏହି ନିଯୁକ୍ତି ବିଜ୍ଞପ୍ତି ପାଇଁ ୟୁଜିସିର ଗାଇଡଲାଇନକୁ ଠିକ୍ ଭାବେ ଅନୁକରଣ କରାଯାଇନାହିଁ।

Related story