ଏଟିଏମ୍‌ରୁ ଟଙ୍କା ନବାହାରିଲେ ଉପଭୋକ୍ତାଙ୍କୁ ଫାଇନ୍ ଦେବ ବ୍ୟାଙ୍କ

ଆଜିକାଲି ଟଙ୍କା ଉଠାଇବା ପାଇଁ ଲୋକ ଏଟିଏମ୍ ଉପରେ ଅଧିକ ନିର୍ଭର କରୁଛନ୍ତି। କାରଣ ଏହା ବ୍ୟାଙ୍କ ପରି ସୀମିତ ସମୟ ଯାଏଁ ଟଙ୍କା ଦିଏ ନାହିଁ। ଏହା ୨୪ ଘଣ୍ଟା ଖୋଲା ରହେ।  ଟଙ୍କା ପାଇଁ ବ୍ୟାଙ୍କରେ ଆଉ ଲମ୍ବା ଲାଇନ୍ ଲଗାଇବାକୁ ପଡୁନନାହିଁ କି ଅଯଥାରେ ସମୟ ମଧ୍ୟ ନଷ୍ଟ ହେଉନାହିଁ। ହେଲେ ବେଳେ ବେଳେ ଏଟିଏମ୍‌ରେ ଟଙ୍କା ଉଠାଇବା ବେଳେ କିଛି ସମସ୍ୟା ଦେଖାଦିଏ।  ବେଳେ ବେଳେ ଆପଣ ଦେଖିଥିବେ, ଏଟିଏମ୍‌ରୁ ଟଙ୍କା […]

ATM

Rakesh Mallick
  • Published: Thursday, 30 November 2017
  • , Updated: 30 November 2017, 01:33 PM IST

ଆଜିକାଲି ଟଙ୍କା ଉଠାଇବା ପାଇଁ ଲୋକ ଏଟିଏମ୍ ଉପରେ ଅଧିକ ନିର୍ଭର କରୁଛନ୍ତି। କାରଣ ଏହା ବ୍ୟାଙ୍କ ପରି ସୀମିତ ସମୟ ଯାଏଁ ଟଙ୍କା ଦିଏ ନାହିଁ। ଏହା ୨୪ ଘଣ୍ଟା ଖୋଲା ରହେ।  ଟଙ୍କା ପାଇଁ ବ୍ୟାଙ୍କରେ ଆଉ ଲମ୍ବା ଲାଇନ୍ ଲଗାଇବାକୁ ପଡୁନନାହିଁ କି ଅଯଥାରେ ସମୟ ମଧ୍ୟ ନଷ୍ଟ ହେଉନାହିଁ। ହେଲେ ବେଳେ ବେଳେ ଏଟିଏମ୍‌ରେ ଟଙ୍କା ଉଠାଇବା ବେଳେ କିଛି ସମସ୍ୟା ଦେଖାଦିଏ।  ବେଳେ ବେଳେ ଆପଣ ଦେଖିଥିବେ, ଏଟିଏମ୍‌ରୁ ଟଙ୍କା ଉଠାଇଲାବେଳେ ଆପଣଙ୍କ ଆକାଉଣ୍ଟରୁ ପଇସା କଟିଯାଏ ହେଲେ ଏଟିଏମ୍‌ରୁ ଟଙ୍କା ବାହାରେ ନାହିଁ। ଯଦି ଆପଣ ଏପରି ସ୍ଥିତି ଭୋଗନ୍ତି ତେବେ ବ୍ୟସ୍ତ ହେବାର କିଛି ନାହିଁ। କାରଣ ଏପରି ସ୍ଥିତି ଉପୁଜିଲେ ବ୍ୟାଙ୍କ ଆପଣଙ୍କ ଆକାଉଣ୍ଟରେ ୭ ଦିନ ମଧ୍ୟରେ ଟଙ୍କା ଡିପୋଜିଟ୍ କରିବ। ନହେଲେ ବ୍ୟାଙ୍କ ଆପଣଙ୍କୁ ଜୋରିମାନା ଦେବ।

କ’ଣ କହୁଛି ନିୟମ

ଏଟିଏମ୍‌ରୁ ଟଙ୍କା ଉଠାଇଲା ବେଳେ ଯଦି ଏପରି ସ୍ଥିତି ଦେଖାଦିଏ, ତା’ହେଲେ ଆପଣଙ୍କୁ ନିଜ ଆକାଉଣ୍ଟ ଥିବା ବ୍ୟାଙ୍କକୁ ଯାଇ ଏ ସମ୍ପର୍କରେ ଅଭିଯୋଗ କରିବାକୁ ହେବ। ଅଭିଯୋଗ କରିବାର ୭ ଦିନ ମଧ୍ୟରେ ଯଦି ଟଙ୍କା ଫେରସ୍ତ ନ ଆସିଲା, ତେବେ ବ୍ୟାଙ୍କକୁ ପ୍ରତିଦିନ ଆକାଉଣ୍ଟଧାରୀକୁ ୧୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏହି ଜୋରିମାନା ସେତେଦିନ ପର୍ଯ୍ୟନ୍ତ ଦେବାକୁ ହେବ ଯେତେ ଦିନ ପର୍ଯ୍ୟନ୍ତ କଟିଥିବା ଟଙ୍କା ଫେରସ୍ତ ନ ଆସିଛି। ହେଲେ ଟଙ୍କା ଫେରସ୍ତ ଆସିବା ପରେ ବ୍ୟାଙ୍କକୁ ଆଉ ଜୋରିମାନା ଦେବାକୁ ହେବ ନାହିଁ।  ଖାସ୍ କଥା ହେଉଛି ଯେଉଁ ଦିନ ପଇସା ଫେରସ୍ତ ଆସିବ ସେହି ଦିନ ମଧ୍ୟ ବ୍ୟାଙ୍କକୁ ଜୋରିମାନା ଦେବାକୁ ପଡ଼ିବ।

କେମିତି ପାଇବେ ଜୋରିମାନା ଟଙ୍କା

ବ୍ୟାଙ୍କରୁ ଜୋରିମାନା ଟଙ୍କା ପାଇବା ପାଇଁ ଟ୍ରାଞ୍ଜାକ୍‌ସନ୍ ଫେଲ୍ ହେବାର ୩୦ ଦିନ ଭିତରେ ଅଭିଯୋଗ କରିବାକୁ ପଡ଼ିବ। ଅଭିଯୋଗ ସହ ସେହି ଟ୍ରାଞ୍ଜାକ୍‌ସନ୍‌ର ସ୍ଲିପ୍ କିମ୍ବା ଆକାଉଣ୍ଟ ସ୍ଟେଟ୍‌ମେଣ୍ଟ ବ୍ୟାଙ୍କରେ ଦେବାକୁ ହେବ। ବ୍ୟାଙ୍କର ଅଧିକୃତ କର୍ମଚାରୀଙ୍କୁ ନିଜ ଡେବିଟ୍ କାର୍ଡର ଡିଟେଲ୍ ଦେବାକୁ ହେବ। ଯଦି ୭ ଦିନ ଭିତରେ ଟଙ୍କା ଫେରସ୍ତ ନ ଆସେ ତେବେ ଆପଣଙ୍କୁ Annexure-5 ଫର୍ମ୍ ଭରିବାକୁ ହେବ। ଯେଉଁ ଦିନ ଆପଣ ଏହି ଫର୍ମ ଭରିବେ ଆପଣଙ୍କୁ ବ୍ୟାଙ୍କ ସେହି ଦିନଠୁ ଟଙ୍କା ଫେରସ୍ତ ନମିଳିବା ଯାଏଁ ପ୍ରତିଦିନ ୧୦୦ ଟଙ୍କା ଲେଖାଏଁ ଜୋରିମାନା ଦେବ। ଏହି ଜୋରିମାନା ଟଙ୍କା ବ୍ୟାଙ୍କ ନିଜେ ଆପଣଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିବ।

Related story