ବିକ୍ରି ହୋଇଗଲା ଐତିହାସିକ ଲାଲ କିଲା !

ନୂଆଦିଲ୍ଲୀ: ମୋଗଲ ଶାସନ କାଳର ଶେଷ ସନ୍ଥକ ତଥା ଦେଶର ପ୍ରମୁଖ ଐତିହାସିକ ଦୁର୍ଗ ଲାଲ କିଲା ମୋଦି ସରକାରଙ୍କ ହାତରୁ ଖସିଯାଇଛି।  ସରକାରଙ୍କ ‘ଆଡପ୍ଟ ଏ ହେରିଟେଜ୍‌’ ସ୍କିମ୍‌ରେ ଲାଲ୍ କିଲାକୁ ପୋଷ୍ୟ ଭାବେ ଗ୍ରହଣ କରିଛି ଡାଲ୍‌ମିଆ ଗ୍ରୁପ୍। ତେବେ କଂଗ୍ରେସ ଅଭିଯୋଗ କରିଛି ଯେ, ଲାଲ କିଲାକୁ ମୋଦି ସରକାର ବିକ୍ରି କରିଦେଇଛନ୍ତି।  ବହୁ ବର୍ଷର ଏହି ଭାରତୀୟ ଐତିହ୍ୟ ସରକାରଙ୍କ ହାତରୁ ଖସିଯିବା ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଏହାକୁ ନେଇ […]

1524814612-1299

Rakesh Mallick
  • Published: Saturday, 28 April 2018
  • , Updated: 28 April 2018, 10:25 PM IST

ନୂଆଦିଲ୍ଲୀ: ମୋଗଲ ଶାସନ କାଳର ଶେଷ ସନ୍ଥକ ତଥା ଦେଶର ପ୍ରମୁଖ ଐତିହାସିକ ଦୁର୍ଗ ଲାଲ କିଲା ମୋଦି ସରକାରଙ୍କ ହାତରୁ ଖସିଯାଇଛି।  ସରକାରଙ୍କ 'ଆଡପ୍ଟ ଏ ହେରିଟେଜ୍‌' ସ୍କିମ୍‌ରେ ଲାଲ୍ କିଲାକୁ ପୋଷ୍ୟ ଭାବେ ଗ୍ରହଣ କରିଛି ଡାଲ୍‌ମିଆ ଗ୍ରୁପ୍। ତେବେ କଂଗ୍ରେସ ଅଭିଯୋଗ କରିଛି ଯେ, ଲାଲ କିଲାକୁ ମୋଦି ସରକାର ବିକ୍ରି କରିଦେଇଛନ୍ତି।  ବହୁ ବର୍ଷର ଏହି ଭାରତୀୟ ଐତିହ୍ୟ ସରକାରଙ୍କ ହାତରୁ ଖସିଯିବା ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଏହାକୁ ନେଇ କଂଗ୍ରେସ  ସମାଲୋଚନା କରିବା ସହ ମୋଦି ସରକାର ଆଉ କେଉଁ ଜିନିଷ ନିଜ ଦାୟିତ୍ୱରୁ ହଟାଇ ଦେବାକୁ ଚାହୁଁଛନ୍ତି ବୋଲି ଦଳ ପ୍ରଶ୍ନ କରିଛି।

ସୂଚନା ଅନୁଯାୟୀ, 'ଆଡପ୍ଟ ଏ ହେରିଟେଜ୍‌' ସ୍କିମ୍‌ ଅନୁଯାୟୀ କମ୍ପାନୀ ପ୍ରତିବର୍ଷ ଲାଲ୍‌ କିଲାର ବିକାଶ ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରିବ। ଲାଲ୍‌ କିଲାରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ସହିତ ଏହାକୁ ଆକର୍ଷଣୀୟ କରିବା ଦିଗରେ ଏହି ଟଙ୍କା ଖର୍ଚ୍ଚ କରାଯିବ। ଏନେଇ କେନ୍ଦ୍ର ପର୍ଯ୍ୟଟନ ବିଭାଗ ଓ ଡାଲ୍‌ମିଆ ଗ୍ରୁପ୍‌ କମ୍ପାନୀ ମଧ୍ୟରେ ଏକ ଏମ୍‌ଓୟୁ ଚୁକ୍ତି ସ୍ୱାକ୍ଷର ହୋଇଛି।

https://twitter.com/INCIndia/status/990119637831401473

ପ୍ରକାଶ ଥାଉକି,  ଗତ ବର୍ଷ  ବିଶ୍ୱ ପର୍ଯ୍ୟଟନ ଦିବସରେ 'ଆଡପ୍ଟ ଏ ହେରିଟେଜ୍‌' ସ୍କିମ୍‌କୁ ରାଷ୍ଟ୍ରପତି ଆରମ୍ଭ କରିଥିଲେ। ଏହି ସ୍କିମ୍‌ ଅନୁସାରେ ଐତିହାସିକ ଦୁର୍ଗ କିମ୍ବା ମହଲର ଯତ୍ନ ନେବାକୁ ପ୍ରାଇଭେଟ୍‌ କମ୍ପାନୀଗୁଡ଼ିକୁ ସରକାର ଆମନ୍ତ୍ରଣ କରିବେ । ଏହି ଯୋଜନା ଅନୁସାରେ ଲାଲ୍ କିଲା ଓ ଆନ୍ଧ୍ରପ୍ରଦେଶର ଗଣ୍ଡିକୋଟା ଦୁର୍ଗକୁ ପୋଷ୍ୟ କରିବାକୁ ଡାଲମିଆ କମ୍ପାନୀ ଓ ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଛି। ସେହିପରି ତାଜମହଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ  ଆଇଟିସି ଓ ଜିଏମ୍‌ଆର୍‌ ଭଳି କମ୍ପାନୀ ଆଗେଇ ଆସିଛନ୍ତି। କିନ୍ତୁ ବର୍ତ୍ତମାନ ଏ ବିଷୟରେ କୌଣସି ନିସ୍ପତ୍ତି ନିଆଯାଇ ନାହିଁ। ୧୭ ଶହ ଶତାବ୍ଦୀରେ ମୋଗଲ ଶାସକ ଶାହା ଜାହାନ୍‌ ଆଗ୍ରାରୁ ବର୍ତ୍ତମାନର ଦିଲ୍ଲୀରେ ଅବସ୍ଥାପିତ ଥିବା ଲାଲ କିଲାକୁ ନିଜର ଶାସନ ବ୍ୟବସ୍ଥାକୁ  ସ୍ଥାନାନ୍ତର କରିଥିଲେ। ୧୯୩୯ରୁ ୧୯୪୮ ମଧ୍ୟରେ ଏହା ତିଆରି ହୋଇଥିବା ଇତିହାସରୁ ଜଣାପଡ଼େ।

ଆଡପ୍ଟ ଏ ହେରିଟେଜ୍‌ ସ୍କିମ୍‌ କ' ?

୨୦୧୭ ସେପ୍ଟେମ୍ବର ମାସରେ ଏହି ସ୍କିମ୍‌ ଆରମ୍ଭ ହୋଇଥିଲା। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସ୍କିମ୍‌ର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଅନୁସାରେ ଦେଶର ଐତିହାସିକ ଦୁର୍ଗ, ମହଲ କିମ୍ବା ଅନ୍ୟ କୌଣସି ଐତିହ୍ୟର ଯତ୍ନ ନେବାକୁ 'ମୋନୁମେଣ୍ଟସ ମିତ୍ର' ଚୟନ କରାଯାଏ।  ଏହି ଯୋଜନା ଅନୁସାରେ ପ୍ରାଇଭେଟ୍‌ କମ୍ପାନୀଗୁଡ଼ିକ ଐତିହ୍ୟ ସ୍ଥଳ ଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରି ତା’ର ବିକାଶ ଦିଗରେ କାର୍ଯ୍ୟ କରନ୍ତି। ଏବେ ଏହି ତାଲିକାରେ ଦେଶର ୧୦୦ଟି ଐତିହାସିକ ଦୁର୍ଗକୁ ସାମିଲ କରାଯାଇଛି।

Related story