ନୟାଗଡ଼ରୁ ଉଦ୍ଧାର ଅହିରାଜର ମୃତ୍ୟୁ: ସ୍ନେକ ରେସ୍କ୍ୟୁ ସର୍ଭିସ ସଂସ୍ଥା-ବନ ବିଭାଗ ମୁହାଁମୁହିଁ

ନୟାଗଡ: ଗତକାଲି ନୟାଗଡ଼ ଜିଲ୍ଲା ମାଛିପଡ଼ଶରୁ ଉଦ୍ଧାର ଅହିରାଜ (କିଙ୍ଗ କୋବ୍ରା)ର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ନେକ ରେସ୍କ୍ୟୁ ସର୍ଭିସ ସଂସ୍ଥା ଓ ବନ ବିଭାଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ବନ ବିଭାଗର ଅବହେଳାରୁ ସାପଟିର ମୃତ୍ୟୁ ଘଟିଥିବା ସ୍ନେକ ରେସ୍କ୍ୟୁ ସର୍ଭିସ ସଂସ୍ଥା ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଏପରି ଅଭିଯୋଗକୁ ବନ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି। ଗତକାଲି ମାଛିପଡ଼ାରୁ ପ୍ରାୟ ସାଢେ ୯ ଫୁଟ୍‌ ଲମ୍ବର ଅହିରାଜଟିକୁ ସ୍ନେକ ରେସ୍କ୍ୟୁ […]

nayagada

Rakesh Mallick
  • Published: Thursday, 01 June 2017
  • , Updated: 01 June 2017, 09:51 AM IST

ନୟାଗଡ: ଗତକାଲି ନୟାଗଡ଼ ଜିଲ୍ଲା ମାଛିପଡ଼ଶରୁ ଉଦ୍ଧାର ଅହିରାଜ (କିଙ୍ଗ କୋବ୍ରା)ର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ନେକ ରେସ୍କ୍ୟୁ ସର୍ଭିସ ସଂସ୍ଥା ଓ ବନ ବିଭାଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ବନ ବିଭାଗର ଅବହେଳାରୁ ସାପଟିର ମୃତ୍ୟୁ ଘଟିଥିବା ସ୍ନେକ ରେସ୍କ୍ୟୁ ସର୍ଭିସ ସଂସ୍ଥା ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଏପରି ଅଭିଯୋଗକୁ ବନ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି।

ଗତକାଲି ମାଛିପଡ଼ାରୁ ପ୍ରାୟ ସାଢେ ୯ ଫୁଟ୍‌ ଲମ୍ବର ଅହିରାଜଟିକୁ ସ୍ନେକ ରେସ୍କ୍ୟୁ ସର୍ଭିସ ସଂସ୍ଥା ପକ୍ଷରୁ ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ସାପଟି ମାଈ ହୋଇଥିବାରୁ ଏହାକୁ ନନ୍ଦନକାନନରେ ରଖାଯିବାକୁ ସ୍ଥିର ହୋଇଥିଲା। ବନ ବିଭାଗ କର୍ମଚାରୀମାନେ ସାପଟିକୁ ନନ୍ଦନକାନନ ନେବା କାଟରେ କୌଣସି କାରଣରୁ ତା’ର ମୃତ୍ୟୁ ଘଟିଥିଲା।

ସ୍ନେକ ରେସ୍କ୍ୟୁ ସର୍ଭିସ ସଂସ୍ଥାର ସଦସ୍ୟ କମଳାକାନ୍ତ ନାୟକ କହିଛନ୍ତି ସାପଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବନ ବିଭାଗର ଅବହେଳାରୁ ସାପଟିର ମୃତ୍ୟୁ ଘଟିଛି।

ତେବେ ଏପରି ଅଭିଯୋଗକୁ ବନ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି। ନୟାଗଡ ଏସିଏଫ୍ ସେ କହିଛନ୍ତି,“ଅହିରାଜଟି ପୂର୍ବରୁ ଅସୁସ୍ଥ ଥିଲା। ଅନନ୍ଦନକାନନ ନେବା ବାଟରେ ତା’ର ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ।”

Related story