ବିଚ୍ଛା କାମୁଡ଼ିଲେ ଆପଣାନ୍ତୁ ଘରୋଇ ଉପାୟ: ଶରୀରରୁ ଉତୁରି ଯିବ ବିଷ

ବିଚ୍ଛାକୁ ସାଧାରଣତ ଏକ ବିଶାକ୍ତ ଜୀବ ବୋଲି ଭାବିଥାଉ। କଙ୍କଡ଼ା ବିଚ୍ଛା କାମୁଡ଼ିଲେ ତା’ର ବିଷ ଧୀରେ ଧୀରେ ମଣିଷର ଶରୀରେ ଖେଳିଯାଏ। ଓ ଭିଷଣ ଯନ୍ତ୍ରଣା ହବା ସହିତ ବ୍ୟକ୍ତିର ମୁଣ୍ଡ ବୁଲାଏ। ଏଥିରେ ମଣିଷର ଜୀବନ ବି ଯାଇପାରେ। ତେଣୁ ବିଚ୍ଛା କାମୁଡ଼ିବା ମାତ୍ରେ ତୁରନ୍ତ ଚିକିତ୍ସା କରିବା ଦରକାର। ଯେମିତି ବିଷ ଶରୀରକୁ ନଯାଏ ସେଥିପାଇଁ ପ୍ରଥମେ ପ୍ରାଥମିକ ଚିକତ୍ସା କରି ବ୍ୟକ୍ତିଙ୍କୁ ଡାତ୍କରଖାନା ନେବା ଦରକାର। ବିଚ୍ଛା କାମୁଡ଼ିଲେ କିଭଳି କରିବେ […]

scorpion

Ordigital Desk
  • Published: Thursday, 18 January 2018
  • , Updated: 18 January 2018, 03:03 PM IST

ବିଚ୍ଛାକୁ ସାଧାରଣତ ଏକ ବିଶାକ୍ତ ଜୀବ ବୋଲି ଭାବିଥାଉ। କଙ୍କଡ଼ା ବିଚ୍ଛା କାମୁଡ଼ିଲେ ତା’ର ବିଷ ଧୀରେ ଧୀରେ ମଣିଷର ଶରୀରେ ଖେଳିଯାଏ। ଓ ଭିଷଣ ଯନ୍ତ୍ରଣା ହବା ସହିତ ବ୍ୟକ୍ତିର ମୁଣ୍ଡ ବୁଲାଏ। ଏଥିରେ ମଣିଷର ଜୀବନ ବି ଯାଇପାରେ। ତେଣୁ ବିଚ୍ଛା କାମୁଡ଼ିବା ମାତ୍ରେ ତୁରନ୍ତ ଚିକିତ୍ସା କରିବା ଦରକାର। ଯେମିତି ବିଷ ଶରୀରକୁ ନଯାଏ ସେଥିପାଇଁ ପ୍ରଥମେ ପ୍ରାଥମିକ ଚିକତ୍ସା କରି ବ୍ୟକ୍ତିଙ୍କୁ ଡାତ୍କରଖାନା ନେବା ଦରକାର। ବିଚ୍ଛା କାମୁଡ଼ିଲେ କିଭଳି କରିବେ ପ୍ରାଥମିକ ଚିକିତ୍ସା ଆସନ୍ତୁ ଜାଣିବା।

କଙ୍କଡ଼ା ବିଚ୍ଛା କାମୁଡ଼ିଲେ ବିଚ୍ଛା କାମୁଡ଼ିଥିବା ସ୍ଥାନର ଟିକେ ଉପରୁକ ଗୋଟିଏ ଗାମୁଚ୍ଛା କିମ୍ବା ପତଳା ଦୁଉଡ଼ି ସାହାଯ୍ୟରେ ଜୋର୍‌ରେ ଭିଡ଼ି ବାନ୍ଦି ଦିଅନ୍ତୁ। ଏପରି କରିବା ଦ୍ୱାରା ବିଷ ଶରୀର ଭିତରକୁ ପ୍ରବେଶ କରିପାରିବେ ନାହିଁ।

ଏହାପରେ ପୋଦିନା ପତ୍ରକୁ ବାଟି କିମ୍ବା ଛେଚି ଦେଇ କ୍ଷତ ସ୍ଥାନରେ ଲଗାନ୍ତୁ। ଏଥିସହିତ ବ୍ୟକ୍ତିଙ୍କୁ ପୋଦିନା ପତ୍ରର ରସ ପିଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଶରୀରୁ ବିଷର ପ୍ରଭାବ ସମ୍ପୂର୍ଣ୍ଣ ଭାବେ କମିଯିବ।

ଏହଛଡ଼ା ବିଚ୍ଛା କମୁଡ଼ିଲେ ଫିଟିକିରିର ମଧ୍ୟ ବ୍ୟବହାର କରିପାରିବେ। ଫିଟିକିରିକୁ ପାଣିରେ ବାଟି କ୍ଷତ ସ୍ଥାନରେ ଲଗାନ୍ତୁ। ଏହାପରେ ଗରମ କପଡ଼ାରେ ସେହି ସ୍ଥାନକୁ ସେକନ୍ତୁ। ଏପରି କଲେ ବିଷ ଶରୀରରରୁ ଉତୁରି ଯିବ।

Related story