ଏମାନେ ସହରୀ ନୁହଁନ୍ତି, ତଥାପି କୋଟିପତି

ସମସ୍ତଙ୍କ ମନରେ ଧାରଣା ଥାଏ ସହରରେ ରହୁଥିବା ଲୋକେ ଧନୀ ହୋଇଥାନ୍ତି। ସେମାନଙ୍କ ପାଖରେ ଅଚଳା ଚଳ ସମ୍ପତ୍ତି ଥାଏ। ସହର ଲୋକଙ୍କ ତୁଳନାରେ ଗାଁ ଲୋକଙ୍କ ପାଖରେ ଅଧିକ ଧନ ନ ଥାଏ ବୋଲି ସମସ୍ତେ ଭାବିଥାନ୍ତି।  କିନ୍ତୁ ଆପଣଙ୍କୁ ଆମେ ଏମିତି ଏକ  ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁ ଗାଁର ପ୍ରତ୍ୟେକ ବ୍ୟକ୍ତି କୋଟିପତି। ଗାଁ ପ୍ରତ୍ୟେକ ଲୋକଙ୍କ ପାଖରେ କାର୍ ଓ ବଙ୍ଗଳା ରହିଛି। ଏହାସହ ଗାଁରେ ରହିଛି ଆଲିସାନ ମହଲ,ହୋଟେଲ […]

china

china

Rakesh Mallick
  • Published: Tuesday, 19 December 2017
  • Updated: 19 December 2017, 07:46 PM IST

Sports

Latest News

ସମସ୍ତଙ୍କ ମନରେ ଧାରଣା ଥାଏ ସହରରେ ରହୁଥିବା ଲୋକେ ଧନୀ ହୋଇଥାନ୍ତି। ସେମାନଙ୍କ ପାଖରେ ଅଚଳା ଚଳ ସମ୍ପତ୍ତି ଥାଏ। ସହର ଲୋକଙ୍କ ତୁଳନାରେ ଗାଁ ଲୋକଙ୍କ ପାଖରେ ଅଧିକ ଧନ ନ ଥାଏ ବୋଲି ସମସ୍ତେ ଭାବିଥାନ୍ତି।  କିନ୍ତୁ ଆପଣଙ୍କୁ ଆମେ ଏମିତି ଏକ  ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁ ଗାଁର ପ୍ରତ୍ୟେକ ବ୍ୟକ୍ତି କୋଟିପତି। ଗାଁ ପ୍ରତ୍ୟେକ ଲୋକଙ୍କ ପାଖରେ କାର୍ ଓ ବଙ୍ଗଳା ରହିଛି। ଏହାସହ ଗାଁରେ ରହିଛି ଆଲିସାନ ମହଲ,ହୋଟେଲ ଓ ୨୦୦୦ ରେଷ୍ଟୁରାଣ୍ଟ । ଯାତାୟତ ପାଇଁ ଚକଚକ୍‌ ସଡ଼କ। ଏହି ଗାଁକୁ ହେଲିକପ୍ଟର ଆସିବା ଏକ ସାଧାରଣ କଥା। ଏହି ଗାଁଟି ରହିଛି ଚୀନରେ। ।

ଚୀନର ଜିଗାୟୁସୁ ପ୍ରାନ୍ତରରେ ଏହି ଗାଁଟି ରହିଛି। ଏହି ଗାଁକୁ ସବୁଠୁ ଚୀନର ଧନୀ ଗାଁ ବୋଲି କୁହାଯାଏ। ଏହି ଗାଁର ପ୍ରତ୍ୟେକ ବ୍ୟକ୍ତି ବ୍ୟାଙ୍କ ଆକାଉଣ୍ଟରେ ୮୫ ଲକ୍ଷ ଟଙ୍କା ଜମାରାଶି ରହିଛି। ଏହି ଗାଁର ପ୍ରତ୍ୟେକ ବ୍ୟକ୍ତିଙ୍କ ମାସିକ ଆୟ ପ୍ରାୟ ଲକ୍ଷେ ଟଙ୍କା। ଏହି ଗାଁ ବିଶ୍ୱର ବଡ଼ ବଡ଼  ଆଧୁନିକ ଓ ମେଟ୍ରୋ ସହରକୁ ପଛରେ ପକାଇ ଦେଇଛି।

ଏହି ଗାଁର ଏକ ରହସ୍ୟ ରହିଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯେ ପର୍ଯ୍ୟନ୍ତ  ଲୋକ ଏହି ଗାଁରେ ରହିଥାନ୍ତି ସେମାନେ କୋଟିପତି ରହିଥାନ୍ତି। ଯେବେ ଗାଁ ଛାଡି ପଳାଇ ଯାଆନ୍ତି ,କୋଟିପତିରୁ ଗରୀବ ହୋଇଯାଆନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos