ଜାଣନ୍ତି କି, ଦେଶର ଧନୀ ମନ୍ଦିର ଗୁଡ଼ିକର ବାର୍ଷିକ ଆୟ କେତେ?

ବିଶ୍ୱର ସବୁଠାରୁ ପୁରୁଣା ସଭ୍ୟତାର ଏକ ଜଣାଶୁଣା ଦେଶ ହେଉଛି ଭାରତ। ଏହା ଏପରି ଏକ ଦେଶ ଯେଉଁଠି ପ୍ରାୟ ଅନେକ ଲୋକ ଭଗବତ ବିଶ୍ୱାସୀ। ଏଠାରେ ଅନେକ ପ୍ରାଚୀନ ମନ୍ଦିର ରହିଛି। ଯେଉଁଠିକୁ ଦର୍ଶନ କରିବାକୁ ଦୂର ଦୂରରୁ ଭକ୍ତ ଆସିଥାନ୍ତି। ବିଶ୍ୱାସ କରାଯାଏ ମନ୍ଦିରକୁ ଦାନ କଲେ କୋଟି ପୁଣ୍ୟ ମିଳିଥାଏ। ତେଣୁ ପୁଣ୍ୟ ଅର୍ଜନ ଲାଗି ଭକ୍ତ ଅଳଙ୍କାର ଓ ନଗଦ ଅର୍ଥ ମନ୍ଦିରକୁ ଦାନ ଆକାରରେ ପ୍ରଦାନ କରିଥାନ୍ତି। ବିଭିନ୍ନ ଦାନ […]

Jagannath-Temple-FI

Rakesh Mallick
  • Published: Wednesday, 04 April 2018
  • , Updated: 04 April 2018, 03:29 PM IST

ବିଶ୍ୱର ସବୁଠାରୁ ପୁରୁଣା ସଭ୍ୟତାର ଏକ ଜଣାଶୁଣା ଦେଶ ହେଉଛି ଭାରତ। ଏହା ଏପରି ଏକ ଦେଶ ଯେଉଁଠି ପ୍ରାୟ ଅନେକ ଲୋକ ଭଗବତ ବିଶ୍ୱାସୀ। ଏଠାରେ ଅନେକ ପ୍ରାଚୀନ ମନ୍ଦିର ରହିଛି। ଯେଉଁଠିକୁ ଦର୍ଶନ କରିବାକୁ ଦୂର ଦୂରରୁ ଭକ୍ତ ଆସିଥାନ୍ତି। ବିଶ୍ୱାସ କରାଯାଏ ମନ୍ଦିରକୁ ଦାନ କଲେ କୋଟି ପୁଣ୍ୟ ମିଳିଥାଏ। ତେଣୁ ପୁଣ୍ୟ ଅର୍ଜନ ଲାଗି ଭକ୍ତ ଅଳଙ୍କାର ଓ ନଗଦ ଅର୍ଥ ମନ୍ଦିରକୁ ଦାନ ଆକାରରେ ପ୍ରଦାନ କରିଥାନ୍ତି। ବିଭିନ୍ନ ଦାନ ସୂତ୍ରରୁ ମିଳିଥିବା ସୁନା, ରୂପା, ହୀରା ପରି ଅଳଙ୍କାର କିମ୍ୱା ନଗଦ ଅର୍ଥ ମନ୍ଦିରର ସଂପତ୍ତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଦେଶର କେତେକ ଧନୀ ମନ୍ଦିର ସଂପର୍କରେ।

ପଦ୍ମନାଭସ୍ୱାମୀ ମନ୍ଦିର, କେରଳ: ବିଶ୍ୱର ସବୁଠାରୁ ଧନୀ ମନ୍ଦିର ତାଲିକାର ପ୍ରଥମରେ ରହିଛି ପଦ୍ମନାଭସ୍ୱାମୀ ମନ୍ଦିର।ଏହା  କେରଳର ଥିରୁଅନନ୍ତପୁରମ ସହରରେ ଅବସ୍ଥିତ। ଏହି ମନ୍ଦିରର ସମ୍ପତ୍ତି ମୂଲ୍ୟ ୨୦ ବିଲିଅନ୍‌ ଡଲାର(୧୩,୬୦,୯୯ କୋଟି ଟଙ୍କା)ବୋଲି ଆକଳନ କରାଯାଉଛି। ଏହି ମନ୍ଦିରରେ ବିଷ୍ଣୁଙ୍କ ଏକ ପ୍ରତିମୂର୍ତ୍ତି ରହିଛି। ଯାହାର ମୂଲ୍ୟ ରହିଛି ୫୦୦ କୋଟି ଟଙ୍କା। ଏହି ମନ୍ଦିରରେ ବହୁ କାଳର ସୁନା, ହୀରା, ମୋତି ମାଣିକ ଭଳି ଅଳଙ୍କାର ରହିଛି। ଏସବୁ ଅଳଙ୍କାର ମନ୍ଦିରକୁ ସବୁଠାରୁ ଧନୀ ମନ୍ଦିର ରୂପେ ପରିଗଣିତ କରିଛି।

ତିରୁମାଲା ତିରୁପତି ଭେଙ୍କଟେଶ୍ୱର ମନ୍ଦିର, ଆନ୍ଧ୍ରପ୍ରଦେଶ: ତିରୁପତି ଭେଙ୍କଟେଶ୍ୱର ମନ୍ଦିର ଏକ ପ୍ରାଚୀନ ମନ୍ଦିର। ଏହି ମନ୍ଦିରକୁ ପ୍ରାୟ ୬୦ ହଜାର ଭକ୍ତ ଆସିଥାନ୍ତି। ଏହି ମନ୍ଦିରରେ ବିରାଜମାନ କରିଥିବା ଭେଙ୍କଟଶ୍ୱର୧୦୦୦ କିଲୋଗ୍ରାମର ଅଳଙ୍କାର ପରିଧାନ କରିଛନ୍ତି। କେବଳ ଲଡ଼ୁ ବିକ୍ରିରୁ ବର୍ଷକୁ ୧୧ ବିଲିୟନ୍ ଡଲାର(୭୫ କୋଟି ଟଙ୍କା) ମିଳିଥାଏ। ମନ୍ଦିରର ବାର୍ଷିକ ଆୟ ପ୍ରାୟ ୭୨୫ କୋଟି।

ଶିରିଡ଼ି ସାଇବାବା ମନ୍ଦିର, ମହାରାଷ୍ଟ୍ର:  ଭାରତର ବିଖ୍ୟାତ ମନ୍ଦିର ଗୁଡ଼ିକ ମଧ୍ୟରୁ ଶିରିଡ଼ି ସାଈ ମନ୍ଦିର ଅନ୍ୟତମ। ଏହି ମନ୍ଦିରକୁ ଦର୍ଶନ କରିବା ଲାଗି ପ୍ରତିଦିନ ପ୍ରାୟ ୨୦,୦୦୦ ଭକ୍ତ ଆସିଥାନ୍ତି। ବର୍ଷକୁ ପ୍ରାୟ ଦାନ ସୁତ୍ରରେ ଏହି ମନ୍ଦିରକୁ ୩୬୦ କୋଟି ଟଙ୍କା ଆସିଥାଏ। ସାଇବାବାଙ୍କ ମୂର୍ତ୍ତି  ଏକ ୯୪ କିଲୋ ସିଂହାସନ ଉପରେ ବିରାଜିତ ହୋଇଛି। ଯାହାର ମୂଲ୍ୟ  ପ୍ରାୟ ୧୦ କୋଟି ଟଙ୍କା ।

ଜଗନ୍ନାଥ ମନ୍ଦିର, ପୁରୀ: ଚାରି ଧାମରୁ ଗୋଟିଏ ଧାମ ହେଉଛି ପୁରୀର ଜଗନ୍ନାଥ ମନ୍ଦିର। ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଶ୍ରୀ ସୁଭଦ୍ରାଙ୍କ ପ୍ରତିମା ଆକାରରେ ମନ୍ଦିରରେ ପୂଜା ପାଉଛନ୍ତି। ଶ୍ରୀ ମନ୍ଦିରର ବାର୍ଷିକ ଆୟ ପାଖା ପାଖି ୨୦୦ କୋଟି। ୨୦୧୭-୧୮ରେ ଏହା ଥିଲା ୧୮୫ କୋଟି ଟଙ୍କା। ମନ୍ଦିରର ବାଟି ବାଟି ମୂଳ୍ୟବାନ ଜମି ରହିଛି। ଅନ୍ୟାନ ରାଜସ୍ୱରୁ ଆୟ ସର୍ବାଧିକ।

ବୈଷ୍ଣୋଦେବୀ ମନ୍ଦିର, ଜମ୍ମୁ: ବୈଷ୍ଣୋଦେବୀ ମନ୍ଦିର ସବୁଠାରୁ ପ୍ରାଚୀନ ଓ ଧନୀ ମନ୍ଦିର ମଧ୍ୟରୁ ଅନ୍ୟତମ। ବୈଷ୍ଣୋଦେବୀ ପୂଜା ପାଉଥିବା ଏହି ମନ୍ଦିରରକୁ ଦେଶ ବିଦେଶରୁ ୮ ନିୟୁତ ଶ୍ରଦ୍ଧାଳୁ ଆସିଥାନ୍ତି।ଏହି ମନ୍ଦିରରେ ବାର୍ଷିକ ଆୟ ହେଉଛି ୫୦୦ କୋଟି।

ସିଦ୍ଧି ବିନାୟକ ମନ୍ଦିର, ମୁମ୍ୱାଇ: ଧନୀ ମନ୍ଦିରର ମଧ୍ୟରୁ ସିଦ୍ଧି ବିନାୟକ ମନ୍ଦିର ରହିଛି। ୪୮ କୋଟିରୁ ୧୨୫ କୋଟି ମଧ୍ୟରେ ରହିଛି ଏହି ମନ୍ଦିରର ବାର୍ଷିକ ଆୟ। ପ୍ରତିଦିନ ମନ୍ଦିରକୁ ପ୍ରାୟ ୨୫୦୦୦ରୁ ୨ଲକ୍ଷ ଭକ୍ତ ଦର୍ଶନ କରିବା ଲାଗି ଆସିଥାନ୍ତି।

ସୋମନାଥ ମନ୍ଦିର, ଗୁଜରାଟ:  ଭଗବାନ ଶିବଙ୍କ ୧୨ଟି ଜୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଜୋତିର୍ଲିଙ୍ଗ  ସୋମନାଥରେ ରହିଛି। ଏହି ମନ୍ଦିରରେ ସୁନା, ରୂପା, ଅଳଙ୍କାର, ଲୁଟ୍‌ ପାଇଁ ୧୭ଥର ଲୁଣ୍ଠନ କରାଯାଇଛି। ଏହା ବ୍ୟତୀତ ଏହାର କୋଟି କୋଟି ଟଙ୍କା ମୂଲ୍ୟର ସଂପତ୍ତି ରହିଛି। ଏହି ମନ୍ଦିରର ବାର୍ଷିକ ଆୟ ପ୍ରାୟ ୭୫ କୋଟି।

 ମୀନାକ୍ଷି ମନ୍ଦିର, ମଦୁରାଇ, ତାମିଲନାଡ଼ୁ:  ପ୍ରାଚୀନ ମିନାକ୍ଷୀ ମନ୍ଦିର ଦେବୀ ପାର୍ବତୀଙ୍କୁ ସମର୍ପିତ କରାଯାଇଛି। ପ୍ରତିଦିନ ଏଠାକୁ ୨୦ ରୁ ୩୦ ହଜାର ଶ୍ରଦ୍ଧାଳୁ ଆସନ୍ତି। ଏହି ମନ୍ଦିରରେ ରହିଛି ୩୩ ହଜାରରୁ ଅଧିକ ମୂର୍ତ୍ତି। ଏହାର ବାର୍ଷିକ ଆୟ ୬୦ ନିୟୁତ ଟଙ୍କା । ଏଠାରେ ସୁନାର ଦୁଇଟି ବିମାନ ରହିଛି। ମନ୍ଦିରରେ ଅନେକ ଧନ ସମ୍ପତ୍ତି ଥିବାରୁ ଏହା ଦକ୍ଷିଣ ଭାରତର ଅନ୍ୟତମ ଧନୀ ମନ୍ଦିର ଭାବେ ବିବେଚିତ ହୁଏ।

ସ୍ୱର୍ଣ୍ଣ ମନ୍ଦିର, ଅମୃତସର, ପଞ୍ଜାବ: ହରମନ୍ଦିର ସାହିବ୍‌ କୁହନ୍ତୁ କି ଦରବାର ସାହିବ୍‌ ସ୍ୱର୍ଣ୍ଣ ମନ୍ଦିରର ଅନେକ ନାଁ ରହିଛି। ପଞ୍ଜାବ ସ୍ଥିତ ଅମୃତସର ସହରରେ  ଏହା ଅବସ୍ଥିତ। ଏହି ମନ୍ଦିରରେ ସୁନାର ଆବରଣ ଦିଆଯାଇଥିବାରୁ ଏହାକୁ ସ୍ୱର୍ଣ୍ଣ ମନ୍ଦିର କୁହାଯାଉଛି।  ଦୈନିକ ପାଖାପାଖି ୩୫,୦୦୦ ରୁ ୪୦,୦୦୦ ଶ୍ରଦ୍ଧାଳୁ ଏଠାକୁ ଆସନ୍ତି। ଏହି ମନ୍ଦିରର ବାର୍ଷିକ ଆୟ ପାଖାପାଖି ୧୦୦ କୋଟି ଟଙ୍କା। ଏହା ଉତ୍ତର ଭାରତର ସବୁଠୁ ଧନୀ ମନ୍ଦିର।

କାଶୀ ବିଶ୍ୱନାଥ ମନ୍ଦିର, ବାରଣାସୀ, ଉତ୍ତର ପ୍ରଦେଶ: କାଶୀ ବିଶ୍ୱନାଥ ମନ୍ଦିର ହେଉଛି ଉତ୍ତର ପ୍ରଦେଶର ଏକ ପ୍ରମୁଖ ଧର୍ମପୀଠ। ଭଗବାନ ଶିବଙ୍କୁ ସମର୍ପିତ ଏହି ମନ୍ଦିର ପୂରା ଭାରତରେ ବିଖ୍ୟାତ। କିଛି ଲୋକ ଏହାକୁ ସ୍ୱର୍ଣ୍ଣ ମନ୍ଦିର ବି କୁହନ୍ତି। କାରଣ ଏହି ମନ୍ଦିରଟି ୧୫.୫ ମିଟର ପର୍ଯ୍ୟନ୍ତ ସୁନାର ଛାଉଣୀ ହୋଇଛି। ପ୍ରତିବର୍ଷ ମନ୍ଦିରକୁ ୪ ରୁ ୫ କୋଟି ଟଙ୍କା ଦାନ ସୂତ୍ରରେ ମିଳିଥାଏ।

 

Related story