ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓର ସିବିଆଇ ତଦନ୍ତ ଦାବି ଦୋହରାଇଲା କଂଗ୍ରେସ

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ ଘଟଣାର ସିବିଆଇ ତଦନ୍ତ ଦାବିକୁ କଂଗ୍ରେସ ଦୋହରାଇଛି। ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ଏହି ଘଟଣାର ତଦନ୍ତ କରିବାରେ ରାଜ୍ୟ ପୋଲିସ୍‌ର ସାମର୍ଥ୍ୟ ନାହିଁ। ତୃତୀୟ ମହଲାର ସମ୍ପୃକ୍ତିର ଯଦି ଅଭିଯୋଗ ଆସୁଛି ତେବେ ଓଡ଼ିଶା ପୋଲିସ୍‌ ଏହାର ନିରପେକ୍ଷ ତଦନ୍ତ କରିପାରିବ ନାହିଁ।” ସେ କହିଛନ୍ତି,“ରିଷି […]

congress

Rakesh Mallick
  • Published: Wednesday, 21 December 2016
  • , Updated: 21 December 2016, 11:01 PM IST

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ ଘଟଣାର ସିବିଆଇ ତଦନ୍ତ ଦାବିକୁ କଂଗ୍ରେସ ଦୋହରାଇଛି। ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ଏହି ଘଟଣାର ତଦନ୍ତ କରିବାରେ ରାଜ୍ୟ ପୋଲିସ୍‌ର ସାମର୍ଥ୍ୟ ନାହିଁ। ତୃତୀୟ ମହଲାର ସମ୍ପୃକ୍ତିର ଯଦି ଅଭିଯୋଗ ଆସୁଛି ତେବେ ଓଡ଼ିଶା ପୋଲିସ୍‌ ଏହାର ନିରପେକ୍ଷ ତଦନ୍ତ କରିପାରିବ ନାହିଁ।”

ସେ କହିଛନ୍ତି,“ରିଷି ମୃତ୍ୟୁ ଓ ବିବାଦୀୟ ଭିଡ଼ିଓରେ ମେୟରଙ୍କ ସମ୍ପୃକ୍ତି ଅଭିଯୋଗ ଘଟଣାର ତଦନ୍ତ କରୁଥିବା ପୋଲିସ୍‌ ଅଭିଯୁକ୍ତଙ୍କୁ ନ ଡାକି ଅଭିଯୋଗକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ତଥ୍ୟ ଦେବା ପାଇଁ ଯୁବ କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କୁ ଡାକି ରାସ୍ତାରେ ଅଟକାଇ ପୋଲିସ୍‌ ମାଡ଼ ମାରିଛି। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ପୋଲିସ୍‌ ଏଠି ସରକାରୀ ଗୁଣ୍ଡା ଭାବେ କାମ କରୁଛି।”

ସେ କହିଛନ୍ତି,“ରିଷି ମୃତ୍ୟୁ ଓ ବିବାଦୀୟ ଭିଡ଼ିଓରେ ମେୟରଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଥିବାରୁ ମେୟର ଅନନ୍ତ ନାରାୟଣ ଜେନା ନିଜ ପଦରୁ ଇସ୍ତଫା ଦେବା ଦରକାର। ଆସନ୍ତାକାଲି ଏହାର ପ୍ରତିବାଦରେ ବିଏମ୍‌ସି ଅଫିସ୍‌ ଆଗରେ ବିକ୍ଷୋଭ ଓ ଧାରଣା ଦିଆଯିବ।”

Related story