ରିଷି ମାମଲା: ଥାନାରୁ ଏଫ୍‌ଆଇଆର କପି ନେଲେ ପ୍ରଦୀପ ପାଣ୍ଡେ

ଭୁବନେଶ୍ୱର: ବିବାଦୀୟ ଭିଡିଓ ଛାଡ଼ିଥିବା ନିଆଁଖୁଣ୍ଟା ଡଟ୍‌ କମ୍‌ର ପ୍ରୋପାଇଟର ପ୍ରଦୀପ ପାଣ୍ଡେ ଆଜି କ୍ୟାପିଟାଲ ଥାନାରେ ହାଜର ହୋଇଥିଲେ। ସେ ପୁଣି ଆସନ୍ତା ୨୭ ତାରିଖରେ ପୁଣି ହାଜର ହେବେ। ପ୍ରଦୀପ ଆଜି ପୋଲିସ୍‌ଙ୍କ ପାଖରୁ ଏଫ୍‌ଆଇଆର କପି ନେଇଛନ୍ତି। ପୂର୍ବରୁ ପୋଲିସ୍‌ ନୋଟିସ୍‌ ମୁତାବକ ପ୍ରଦୀପ କ୍ୟାପିଟାଲ ଥାନାରେ ଆଜି ହାଜର ହୋଇଥିଲେ। ଥାନାରୁ ବାହାରିବା ପରେ  ପ୍ରଦୀପ କହିଛନ୍ତି,“ଯେଉଁ ନୋଟିସ୍‌ କରାଯାଇଥିଲା ତାହାର ଏଫଆଇଆର କପି ମୋତେ ଦିଆଯାଇ ନ ଥିଲା। ମୋତେ […]

panday

Rakesh Mallick
  • Published: Tuesday, 20 December 2016
  • , Updated: 20 December 2016, 02:59 PM IST

ଭୁବନେଶ୍ୱର: ବିବାଦୀୟ ଭିଡିଓ ଛାଡ଼ିଥିବା ନିଆଁଖୁଣ୍ଟା ଡଟ୍‌ କମ୍‌ର ପ୍ରୋପାଇଟର ପ୍ରଦୀପ ପାଣ୍ଡେ ଆଜି କ୍ୟାପିଟାଲ ଥାନାରେ ହାଜର ହୋଇଥିଲେ। ସେ ପୁଣି ଆସନ୍ତା ୨୭ ତାରିଖରେ ପୁଣି ହାଜର ହେବେ। ପ୍ରଦୀପ ଆଜି ପୋଲିସ୍‌ଙ୍କ ପାଖରୁ ଏଫ୍‌ଆଇଆର କପି ନେଇଛନ୍ତି। ପୂର୍ବରୁ ପୋଲିସ୍‌ ନୋଟିସ୍‌ ମୁତାବକ ପ୍ରଦୀପ କ୍ୟାପିଟାଲ ଥାନାରେ ଆଜି ହାଜର ହୋଇଥିଲେ।

ଥାନାରୁ ବାହାରିବା ପରେ  ପ୍ରଦୀପ କହିଛନ୍ତି,“ଯେଉଁ ନୋଟିସ୍‌ କରାଯାଇଥିଲା ତାହାର ଏଫଆଇଆର କପି ମୋତେ ଦିଆଯାଇ ନ ଥିଲା। ମୋତେ ଆଜି ଏଫଆଇଆର କପି ଦିଆଯାଇଛି। ଏହାର ମୁଁ ଉତ୍ତର ଦେବି। ଆସନ୍ତା ମଙ୍ଗଳବାର ଦିନ ମୁଁ ପୁଣି କ୍ୟାପିଟାଲ ଥାନାରେ ହାଜର ହେବି।”

ସେ କହିଛନ୍ତି,“ମେୟର ତାଙ୍କ ଅଫିସିଆଲ ପ୍ୟାଡ୍‌ରେ ଏହି ଏ‍ଫଆଇଆର ଦେଇଛନ୍ତି। ଆମେ ଯେଉଁ ତିନୋଟି ଏପିସୋଡ୍‌ ଦେଖାଇଥିଲୁ ଏହି ବ୍ୟକ୍ତିର ବୋଲି ଆମେ କହିନାହୁଁ। ବ୍ୟକ୍ତି ଜଣଙ୍କ କିଏ ଚିହ୍ନନ୍ତୁ ବୋଲି ଆମେ କହିଛୁ। ଭୁବନେଶ୍ୱର ମେୟର ହନୁମାନ ଭଳି ଆଗୁଆ ଡେଇଁ ଆସିଥିଲେ। ମୋର ପେଟ ଓ ନାକ ମିଶୁନାହିଁ ବୋଲି କହିଥିଲେ। ଆପଣମାନେ ଅନୁମାନ କରୁଥିବେ କ’ଣ ହୋଇଥିବ। ମୁଁ ଦୃଢ଼ତାର ସହ କହୁଛି, ସେ ଭିଡ଼ିଓ ଠିକ୍‌।”

ପ୍ରଦୀପ କହିଛନ୍ତି,“ୟୁଟ୍ୟୁବରେ ଭାଇରାଲ ହୋଇଥିବା ଭିଡ଼ିଓରେ ରିଷି ମୃତ୍ୟୁର ସଂପର୍କ ରହିଛି। ରିଷିର ପ୍ରେମିକା ଓ ସାଙ୍ଗମାନଙ୍କ ସହ ଅଧିକ ଲୋକଙ୍କୁ ପଚରାଉଚରା କରାଯାଉ। ରିଷିର ମୃତ୍ୟୁ ଅପମୃତ୍ୟୁ ନୁହେଁ,  ଆମେ ଯେଉଁ ଭିଡ଼ିଓ ଦେଖାଇଛୁ ତାହା ଦୁଇ ବର୍ଷ ତଳର ଭିଡ଼ିଓ। ଏହି ଭିଡ଼ିଓଟି ରିଷିଙ୍କ ପାଖରେ ଥିଲା ଯାହାର ବହୁତ ପ୍ରମାଣ ଅଛି।”

Related story