‘ରିଷିଙ୍କ ବାନ୍ଧବୀଙ୍କୁ ଓଏଚ୍‌ଆରସିଙ୍କ ପାଖକୁ ନେଇଥିବା ସମାଜସେବୀଙ୍କୁ ଜେରା କରାଯାଉ’

ଭୁବନେଶ୍ୱର: ରିଷିଙ୍କ ବାନ୍ଧବୀ ଓ ଚର୍ଚ୍ଚିତ ମହିଳାଙ୍କୁ ନେଇ ଗତକାଲି  ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆରସି)ଙ୍କ ପାଖକୁ ଯାଇଥିବା ସମାଜସେବୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। କଥାକଥିତ ଏହି ସମାଜସେବୀ ମେୟର ଅନନ୍ତ ନାରାୟଣ ଜେନାଙ୍କ ଏଜେଣ୍ଟ ସାଜିଥିବା ଆଜି ଉଭୟ କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି। ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନରେ କହିଛନ୍ତି,“ନିଜକୁ ସମାଜସେବୀ କହୁଥିବା ଏହି ମହିଳା ବିଜେଡିର ଏଜେଣ୍ଟ ସାଜି ତଦନ୍ତକୁ ପ୍ରଭାବିତ କରିବାକୁ […]

risi-death

Rakesh Mallick
  • Published: Friday, 30 December 2016
  • , Updated: 30 December 2016, 09:09 PM IST

ଭୁବନେଶ୍ୱର: ରିଷିଙ୍କ ବାନ୍ଧବୀ ଓ ଚର୍ଚ୍ଚିତ ମହିଳାଙ୍କୁ ନେଇ ଗତକାଲି  ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆରସି)ଙ୍କ ପାଖକୁ ଯାଇଥିବା ସମାଜସେବୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। କଥାକଥିତ ଏହି ସମାଜସେବୀ ମେୟର ଅନନ୍ତ ନାରାୟଣ ଜେନାଙ୍କ ଏଜେଣ୍ଟ ସାଜିଥିବା ଆଜି ଉଭୟ କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି।

ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନରେ କହିଛନ୍ତି,“ନିଜକୁ ସମାଜସେବୀ କହୁଥିବା ଏହି ମହିଳା ବିଜେଡିର ଏଜେଣ୍ଟ ସାଜି ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ମେୟର ଓ ବିଜେଡି ନେତାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଏହି ମହିଳାଙ୍କୁ ଦେଖିବାକୁ ମିଳିଛି। ବିବାଦୀୟ ଭିଡିଓ ପଦାକୁ ଆସିବା ଦିନ ମେୟର ନିଜ ସମର୍ଥକଙ୍କ ସହ ଥାନାରେ ଧାରଣା ଦେଇଥିଲେ। ସେ ଦିନ ମଧ୍ୟ ମହିଳା ଜଣଙ୍କ ତାଙ୍କ ପାଖରେ ଥିଲେ। ଏବେ ସେ ରିଷିଙ୍କ ବାନ୍ଧବୀ ଓ ତାଙ୍କ ମାଆ ବୋଲି ପରିଚୟ ଦେଉଥିବା ଚର୍ଚ୍ଚିତ ମହିଳାଙ୍କୁ ନେଇ ମାନବାଧିକାର କମିଶନଙ୍କ ପାଖକୁ ଯାଇଛନ୍ତି। ଏପରି ସ୍ଥିତିରେ ଏହି ସମାଜସେବୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ହେଉଛି। ତେଣୁ ସମାଜସେବୀ ଜଣଙ୍କୁ ଜେରା କରାଯିବା ସହ ତାଙ୍କ ମୋବାଇଲ କଲ ରେକର୍ଡ ଯାଞ୍ଚ କରାଯାଉ।”

ଏପରିକି ଇତିଶ ମେୟର ଓ ଅନ୍ୟ ବିଜେଡି ନେତାମାନଙ୍କ ସହ ମହିଳାଙ୍କ ଏକାଧିକ ଫଟୋ ସାମ୍ବାଦିକ ସମ୍ମିଳନୀରେ ଦେଖାଇଥିଲେ।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି,“ଚର୍ଚ୍ଚିତ ମହିଳାଙ୍କୁ ନେଇ କମିଶନଙ୍କ ପାଖକୁ ଯାଇଥିବା ସମାଜସେବୀ ମେୟରଙ୍କ ପାଖେ ପାଖେ ବୁଲନ୍ତି। ତେଣୁ ମେୟରଙ୍କୁ ସୁରକ୍ଷା ଦେବାକୁ ଆସିଥିବା ମହିଳା ଓ ମାନବାଧିକାର କମିଶନଙ୍କ ପାଖକୁ ଯାଇଥିବା ମହିଳାଙ୍କୁ ପୋଲିସ କାହିଁକି ପଚରାଉଚରା କରୁନି?”

Related story