ସମୁଦ୍ର ଭିତରେ ଭୁତ ଜାହାଜ: ଜାଣନ୍ତୁ ପ୍ରକୃତ ରହସ୍ୟ

ଏବେ ଏକ ଭୁତ ଜାହାଜ ରୋମାନିଆର ବ୍ଲାକ ସି’ରେ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି କିଛିବର୍ଷ ପୂର୍ବ ଏହି ଜାହଜଟି ବୁଡ଼ି ଯାଇଥିଲା। ଏହା ପୁଣି ଥରେ ସମୁଦ୍ର ଉପରକୁ ଆସିଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲେ ରୋମାନିଆରେ ଏହି ଜାହାଜଟିକୁ ଶାପିତ କୁହାଯାଇଥାଏ। କିଛିଦିନ ପୂର୍ବ କାୟାକିଙ୍ଗ (ଏକ ପ୍ରକାର ବୋଟ ରେସ) ଅଭ୍ୟାସ ଚାଲିଥିବା ବେଳେ ଜଣେ ଝିଅର ନଜର ଏହି ଜାହାଜ ଉପରେ ପଡ଼ିଥିଲା। ଜାହାଜରେ ଥିବା ଏକ ହୋଲ୍‌ (ଦ୍ୱାର) ଦେଇ ସେ […]

ship

Rakesh Mallick
  • Published: Monday, 30 October 2017
  • , Updated: 30 October 2017, 09:59 PM IST

ଏବେ ଏକ ଭୁତ ଜାହାଜ ରୋମାନିଆର ବ୍ଲାକ ସି’ରେ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି କିଛିବର୍ଷ ପୂର୍ବ ଏହି ଜାହଜଟି ବୁଡ଼ି ଯାଇଥିଲା। ଏହା ପୁଣି ଥରେ ସମୁଦ୍ର ଉପରକୁ ଆସିଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲେ ରୋମାନିଆରେ ଏହି ଜାହାଜଟିକୁ ଶାପିତ କୁହାଯାଇଥାଏ। କିଛିଦିନ ପୂର୍ବ କାୟାକିଙ୍ଗ (ଏକ ପ୍ରକାର ବୋଟ ରେସ) ଅଭ୍ୟାସ ଚାଲିଥିବା ବେଳେ ଜଣେ ଝିଅର ନଜର ଏହି ଜାହାଜ ଉପରେ ପଡ଼ିଥିଲା। ଜାହାଜରେ ଥିବା ଏକ ହୋଲ୍‌ (ଦ୍ୱାର) ଦେଇ ସେ ଭିତରକୁ ଚାଲି ଯାଇଥିଲେ।

ଜାହଜ ମଧ୍ୟରେ ପ୍ରବେଶ କରିବା ପରେ ଝିଅଟି ପୂରା ଡରି ଯାଇଥିଲେ। କାରଣ ଝିଅର ହେଲମେଣ୍ଟରେ ଲାଗିଥିବା କ୍ୟାମେରାରେ ଜାହାଜ ଭିତରର ଦୃଶ୍ୟ ରେକର୍ଡ ହୋଇଯାଇଥିଲା। ଝିଅଟିର ବୟାନ ଅନୁସାରେ ଜାହାଜର ଭିତରଟି କୌଣସି ଭୁତ ଫିଲ୍ମର ସେଟ୍‌ ପରିଥିଲା। ଯେଉଁଠି ବିରାଟ ବିରାଟ ଇଞ୍ଜିନ ରହିଥିଲା। ଯାହା ଏତେବର୍ଷ ପରେ ବି ପୂର୍ବ ପରି ଠିକଠାକ ଥିଲା। ଏତେବର୍ଷ ସମୁଦ୍ରରେ ବୁଡି ରହିବା ପରେ ମଧ୍ୟ ଇଞ୍ଜିନର କୌଣସି ଅଂଶ ନଷ୍ଟ ହୋଇ ନଥିଲା, ହେଲେ ବାହାରୁ ଜାହାଜଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଭଳି ଦେଖାଯାଉଥିଲା।

ପ୍ରକୃତ ସତ୍ୟ

ରିପୋର୍ଟ ଅନୁସାରେ ଏହି ଜାହାଜକୁ ବ୍ରିଟିସ୍‌ ମିଲେଟାରୀ ଦ୍ୱାରା ଯୁଦ୍ଧ ସାମଗ୍ରୀ ନେବା ଆଣିବା କରାଯାଉଥିଲା। ଏହାର ନାଁ ଥିଲା ଏମ୍ପାୟର। ୭୩୩୫ ଟନ୍‌ର ଏହି ଜାହାଜ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହାର କରାଯାଇଥିଲା।

୨୬ ବର୍ଷ ବ୍ୟବହାର କରାଯିବା ପରେ ଜାହାଜଟିକୁ ବ୍ଲାକ ସି’ରେ ଏମିତି ଛାଡି ଦିଆଯାଇଥିଲା। ସେବେଠାରୁ ଏହାର ନାଁ ଭୁତ ଜାହାଜ ରଖି ଦିଆଯାଇଥିଲା ଓ ଏହାକୁ ନେଇ ନାନା କାହାଣୀ ଶୁଣିବାକୁ ମିଳିଥାଏ।

Related story