ସାମାଜିକ ବାସନ୍ଦର କୁପ୍ରଥା; ୧୨ ଘଣ୍ଟା ଧରି ପଡ଼ି ରହିଲା ମୃତଦେହ

ରାଉରକେଲା: ସାମାଜିକ ବାସନ୍ଦର କରୁଣ ପରିଣତି। ମୃତ୍ୟୁ ପରେ ୧୨ଘଣ୍ଟା ଧରି ଶତ୍କାର ନ ହୋଇ ଘର ବାରଣ୍ଡାରେ ପଡ଼ିରହିଲା ମୃତଦେହ। ଏଭଳି ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଗଣୁଆ ଗାଁରେ। ଗଣୁଆ ଗାଁର ଫଗୁ ପେଠେଇ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ତେବେ ଫଗୁଙ୍କ ପରିବାରକୁ ବାସନ୍ଦ କରାଯାଇଥିବାରୁ ଗାଁ ଲୋକେ ମୃତଦେହ ସତ୍କାର କରିବାକୁ ମନା କରି ଦେଇଥିଲେ। ଘରେ କେବଳ ବିଧବା ପତ୍ନୀ ଆଶା ଏବଂ ୮ବର୍ଷର […]

rourkela

Rakesh Mallick
  • Published: Friday, 21 July 2017
  • , Updated: 21 July 2017, 09:46 AM IST

ରାଉରକେଲା: ସାମାଜିକ ବାସନ୍ଦର କରୁଣ ପରିଣତି। ମୃତ୍ୟୁ ପରେ ୧୨ଘଣ୍ଟା ଧରି ଶତ୍କାର ନ ହୋଇ ଘର ବାରଣ୍ଡାରେ ପଡ଼ିରହିଲା ମୃତଦେହ। ଏଭଳି ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଗଣୁଆ ଗାଁରେ।

ଗଣୁଆ ଗାଁର ଫଗୁ ପେଠେଇ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ତେବେ ଫଗୁଙ୍କ ପରିବାରକୁ ବାସନ୍ଦ କରାଯାଇଥିବାରୁ ଗାଁ ଲୋକେ ମୃତଦେହ ସତ୍କାର କରିବାକୁ ମନା କରି ଦେଇଥିଲେ। ଘରେ କେବଳ ବିଧବା ପତ୍ନୀ ଆଶା ଏବଂ ୮ବର୍ଷର ପୁଅ ଥିଲେ।          ଗାଁରୁ ବାସନ୍ଦ କରାଯାଇଥିବାରୁ ଅନ୍ୟ ଦୁଇ ପୁଅ ଦାଦନ ଘଟିବାକୁ ବାହାର ରାଜ୍ୟକୁ ଚାଲିଯାଇଛନ୍ତି। ପତ୍ନୀ ଏବଂ ଛୋଟ ପୁଅଟି ଯେତେ ବିକଳ ହୋଇ ପାଖ ପଡୋଶୀ ଲୋକଙ୍କୁ ଡାକିଥିଲେ ମଧ୍ୟ କେହି  ସେମାନଙ୍କ  କଥା ଶୁଣି ନ ଥିଲେ। ଉଭୟ ମା ଓ ପୁଅ ୧୦ ହଜାର ଟଙ୍କା ଜରିମାନା ଦେଲେ ପୂର୍ବରୁ ବଳବତ୍ତର ଥିବା ବାସନ୍ଦ ଉଠିବ। ତା’ପରେ ଶବ ସତ୍କାର ହେବ ବୋଲି ଗାଁଲୋକେ କହିଥିଲେ। ହେଲେ ଟଙ୍କା ନ ଥିବାରୁ ଫଗୁଙ୍କ ପତ୍ନୀ ସ୍ୱାମୀଙ୍କ ମୃତଦେହ ନିକଟରେ ବସି ରହିଥିଲେ।

ପରେ ଜଣେ ସମାଜସେବୀଙ୍କ ଉଦ୍ୟମରେ ଏକ ଗାଡ଼ିରେ ମୃତଦେହକୁ ନେଇ ନିକଟ ଜଙ୍ଗଲ ଅଞ୍ଚଳକୁ ନେଇ ଯାଇଥିଲେ।  ମାତ୍ର ଗାତ ଖୋଳିବାକୁ ଲୋକ ନ ମିଳିବାରୁ ଆଶା ଏକ ଖଣି କମ୍ପାନୀର ଜେସିବି ସାହାଯ୍ୟରେ ଗାତ ଖୋଳି ସ୍ୱାମୀଙ୍କ ମୃତଦେହକୁ ପୋତି ଦେଇଥିଲେ।

Related story