ରାଉରକେଲା ହାଇଟେକ୍‌ ମେଡ଼ିକାଲ କଲେଜ ଛାତ୍ରଛାତ୍ରୀଙ୍କ ଆମରଣ ଅନଶନ

ରାଉରକେଲା: ରାଉରକେଲା ହାଇଟେକ୍‌ ମେଡିକାଲ କଲେଜ କର୍ତ୍ତୃପକ୍ଷ ଓ ରାଜ୍ୟ ସରକ।ରଙ୍କ ଅବହେଳା ଯୋଗୁଁ ୨୦୧୫-୧୬ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଆଡକୁ ଯାଉଥିବା ବୋଲି ଅଭିଯୋଗ ଆଣି ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଆଜି ଆମରଣ ଅନଶନରେ ବସିଛନ୍ତି। ପରେ ଛାତ୍ରଛାତ୍ରୀ ଓ ଅଭିଭାବମାନେ ଅଧ୍ୟକ୍ଷଙ୍କୁ ଘେରାଉ କରିଥିଲେ। ୨୦୧୫-୧୬ ଶିକ୍ଷା ବର୍ଷରେ ହାଇଟେକ୍‌ ମେଡ଼ିକାଲ କଲେଜରେ ନାମଲେଖାକୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ। ସୁପ୍ରିମକୋର୍ଟଙ୍କ ପରେ ରାଜ୍ୟ ସରକାର ମଧ୍ୟ […]

rouracala

Rakesh Mallick
  • Published: Sunday, 11 December 2016
  • , Updated: 11 December 2016, 06:45 PM IST

ରାଉରକେଲା: ରାଉରକେଲା ହାଇଟେକ୍‌ ମେଡିକାଲ କଲେଜ କର୍ତ୍ତୃପକ୍ଷ ଓ ରାଜ୍ୟ ସରକ।ରଙ୍କ ଅବହେଳା ଯୋଗୁଁ ୨୦୧୫-୧୬ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଆଡକୁ ଯାଉଥିବା ବୋଲି ଅଭିଯୋଗ ଆଣି ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଆଜି ଆମରଣ ଅନଶନରେ ବସିଛନ୍ତି। ପରେ ଛାତ୍ରଛାତ୍ରୀ ଓ ଅଭିଭାବମାନେ ଅଧ୍ୟକ୍ଷଙ୍କୁ ଘେରାଉ କରିଥିଲେ।

୨୦୧୫-୧୬ ଶିକ୍ଷା ବର୍ଷରେ ହାଇଟେକ୍‌ ମେଡ଼ିକାଲ କଲେଜରେ ନାମଲେଖାକୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ। ସୁପ୍ରିମକୋର୍ଟଙ୍କ ପରେ ରାଜ୍ୟ ସରକାର ମଧ୍ୟ ନାମ ଲେଖାକୁ ଅନୈତିକ ଘୋଷଣା କରିଥିଲେ। ଫଳରେ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟରୁ ରେଜିଷ୍ଟ୍ରେସନ୍‌ ପାଉ ନାହାନ୍ତି। ଅନ୍ୟପକ୍ଷରେ କଲେଜ କର୍ତ୍ତୃପକ୍ଷ ଘଟଣାର ପ୍ରତିକାର ନ କରି ନୀରବ ଦ୍ରଷ୍ଟା ସାଜିଛନ୍ତ। ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଗତ ୩ ଦିନ ଧରି ରିଲେ ଅନଶନରେ ବସିଥିଲେ। ହେଲେ କଲେଜ କର୍ତ୍ତୃପକ୍ଷ କିମ୍ୱା ପ୍ରଶାସନ ତିଳେ ମାତ୍ର ନଜର ନଦେବାରୁ ଆଜିଠାରୁ ଛାତ୍ରଛାତ୍ରୀ ଓ ଆମରଣ ଅନଶନରେ କରିଛନ୍ତି।

Related story