୪ ପିଏଲଏଫ୍ଆ‌ଇ ସଦସ୍ୟକୁ ରିମାଣ୍ଡରେ ନେଲା ପୋଲିସ୍  

ରାଉରକେଲା: ପିଏଲଏଫଆଇ ସଂପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଗିରଫ ହୋଇଥିବା ସଦସ୍ୟଙ୍କ ମଧ୍ୟରୁ ୪ ଜଣଙ୍କୁ ରିମାଣ୍ଡରେ ନେଇଛି ବୀରମିତ୍ରପୁର ପୋଲିସ। ସେମାନେ ହେଲେ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ଦେଉଥିବା ପୂର୍ବତନ ବିଏସଏଫ ଅଧିକାରୀ ଯଦୁମଣି ପାତ୍ର, ଜୋନାଲ କମିଟି ସଦସ୍ୟ ଅର୍ଜୁନ ରଣା, କୋଇଡ଼ା ବଡ଼ବିଲ ଏରିଆ କମାଣ୍ଡର କରଣ ସଏ ଓ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀ ମାନୁ କୁଜୁର। ଏମାନଙ୍କୁ ଦୁଇ ଦିନ ଦିନିଆ ରିମାଣ୍ଡରେ ନେବାକୁ ରାଉରକେଲା ଏସଡିଜେଏମ୍‌ କୋର୍ଟ ଅନୁମତି […]

nn

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 06:03 AM IST

ରାଉରକେଲା: ପିଏଲଏଫଆଇ ସଂପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଗିରଫ ହୋଇଥିବା ସଦସ୍ୟଙ୍କ ମଧ୍ୟରୁ ୪ ଜଣଙ୍କୁ ରିମାଣ୍ଡରେ ନେଇଛି ବୀରମିତ୍ରପୁର ପୋଲିସ। ସେମାନେ ହେଲେ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ଦେଉଥିବା ପୂର୍ବତନ ବିଏସଏଫ ଅଧିକାରୀ ଯଦୁମଣି ପାତ୍ର, ଜୋନାଲ କମିଟି ସଦସ୍ୟ ଅର୍ଜୁନ ରଣା, କୋଇଡ଼ା ବଡ଼ବିଲ ଏରିଆ କମାଣ୍ଡର କରଣ ସଏ ଓ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀ ମାନୁ କୁଜୁର। ଏମାନଙ୍କୁ ଦୁଇ ଦିନ ଦିନିଆ ରିମାଣ୍ଡରେ ନେବାକୁ ରାଉରକେଲା ଏସଡିଜେଏମ୍‌ କୋର୍ଟ ଅନୁମତି ଦେଇଛନ୍ତି।

ପିଏଲ୍ଏଫ୍ଆଇର ନେଟଓ୍ୱର୍କ, ଏହାର କାର୍ଯ୍ୟକଳାପ, ପୂର୍ବତନ ବିଏସଏଫ୍‌ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଯଦୁମଣି ପାତ୍ର ଆଉ କାହାକୁ ବନ୍ଧୁକ ଚାଳନା ଟ୍ରେନିଂ ଦେଇଛନ୍ତି କି ନାହିଁ ଓ କେଉଁଠି ଟ୍ରେନିଂ କ୍ୟାମ୍ପ ଚାଲିଥିଲା ସେ ସଂପର୍କରେ ଅଧିକ ତଥ୍ୟ ମିଳିବ ବୋଲି ପୋଲିସ୍‌ ଆଶା ରଖିଛି।

କିଛି ଦିନ ମଧ୍ୟରେ ସୁନ୍ଦରଗଡ଼ ପୋଲିସ ହାତରେ ୧୩ ଜଣ ପିଏଲ୍ଏଫ୍ଆଇ ସଦସ୍ୟ ଧରାପଡ଼ିଛନ୍ତି ।

 

Related story