ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ୍‌ରୁ ଅଲଗା ହୋଇଗଲା ଇଞ୍ଜିନ

ରାଉରକେଲା: ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ୍‌ରେ ଆଜି ଏକ ଅଘଟଣ ଘଟିଛି। ଚଳନ୍ତା ଅବସ୍ଥାରେ ଟ୍ରେନ୍‌ରୁ ଇଞ୍ଜିନ ଅଲଗା ହୋଇଯାଇଥିଲା। ରାଉରକେଲା ଷ୍ଟେସନ୍‌ରୁ ଟ୍ରେନ୍‌ ଛାଡ଼ିବାର ୧୦ରୁ ୧୫ ମିନିଟ୍‌ ପରେ ବିରଜାପାଲ୍ଲୀ ନିକଟରେ ଏହି ଅଘଟଣ ଘଟିଥିଲା। ଇଞ୍ଜିନ୍‌ ଦୁଇ କିଲୋମିଟର ଗଲା ପରେ ବଗି ନଥିବା ଦେଖି ଚାଳକ ପଛକୁ ଫେରିଥିଲେ। ତେବେ ଏହି ଘଟଣାରେ କିଛି କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି। ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଇଞ୍ଜିନ ଯାଞ୍ଚ କରିଥିଲେ। ଅନ୍ୟପକ୍ଷରେ […]

train-engin

Rakesh Mallick
  • Published: Tuesday, 24 January 2017
  • , Updated: 24 January 2017, 10:03 PM IST

ରାଉରକେଲା: ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ୍‌ରେ ଆଜି ଏକ ଅଘଟଣ ଘଟିଛି। ଚଳନ୍ତା ଅବସ୍ଥାରେ ଟ୍ରେନ୍‌ରୁ ଇଞ୍ଜିନ ଅଲଗା ହୋଇଯାଇଥିଲା। ରାଉରକେଲା ଷ୍ଟେସନ୍‌ରୁ ଟ୍ରେନ୍‌ ଛାଡ଼ିବାର ୧୦ରୁ ୧୫ ମିନିଟ୍‌ ପରେ ବିରଜାପାଲ୍ଲୀ ନିକଟରେ ଏହି ଅଘଟଣ ଘଟିଥିଲା। ଇଞ୍ଜିନ୍‌ ଦୁଇ କିଲୋମିଟର ଗଲା ପରେ ବଗି ନଥିବା ଦେଖି ଚାଳକ ପଛକୁ ଫେରିଥିଲେ। ତେବେ ଏହି ଘଟଣାରେ କିଛି କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି।

ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଇଞ୍ଜିନ ଯାଞ୍ଚ କରିଥିଲେ। ଅନ୍ୟପକ୍ଷରେ ଟ୍ରେନ୍‌ ବଗିରୁ ଇଞ୍ଜିନ୍‌ ଅଲଗା ହେବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା।

ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ୍‌ ରାଉରକେଲାରେ ପହଞ୍ଚିବା ପରେ ଇଞ୍ଜିନ ଚେଞ୍ଜ ହୋଇଥିଲା। ତା’ପରେ ଟ୍ରେନ୍‌ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

ପୂର୍ବତଟ ରେଳବାଇ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ,“ରାଉରକେଲାରେ ଟ୍ରେନ୍‌ ଇଞ୍ଜିନ ବଦଳାଯାଏ। ବିଦ୍ୟୁତ ଇଞ୍ଜିନ ଖୋଲାଯାଇ ଡିଜେଲ ଇଞ୍ଜିନ ସଂଯୋଗ କରାଯାଏ। ମାତ୍ର ଠିକ୍‌ ଭାବେ ଡିଜେଲ ଇଞ୍ଜିନ୍‌ ସଂଯୋଗ କରାଯାଇନବାରୁ ଏପରି ଅଘଟଣ ଘଟିଥିଲା। ଡିଜେଲ ଇଞ୍ଜିନ ସଂଯୋଗକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Related story