ଦୁଇବର୍ଷରେ ସରିବ ରାଉରକେଲାର୨ୟ ବ୍ରାହ୍ମଣୀ ସେତୁ: ଗଡ଼କରୀ କହିଲେ, ପାରାଦୀପ ହେବ ସ୍ମାର୍ଟ ବନ୍ଦର ଓ ସିଟି
ସେ କହିଛନ୍ତି- “ପାରାଦୀପକୁ ସ୍ମାର୍ଟ ବନ୍ଦର ଓ ସ୍ମାର୍ଟ ସିଟି କରାଯିବ। ପାରାଦୀପ ବନ୍ଦର ଏବଂ ସହରର ବିକାଶ ପାଇଁ ୪୦ ହଜାର କୋଟି ଟଙ୍କା ଦିଆଯିବ।”
ରାଉରକେଲାରେ ପହଞ୍ଚିବା ପରେ ଆଜି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ସିଧା ସଭାସ୍ଥଳକୁ ଆସିଥିଲେ ଓ ବ୍ରାହ୍ମଣୀ ନଦୀ ଉପରେ ପ୍ରସ୍ତାବିତ ଦ୍ୱିତୀୟ ସେତୁର ଶିଳାନ୍ୟାସ କରିଥିଲେ। ଖରାପ ପାଗ ଯୋଗୁଁ ନିର୍ଦ୍ଧାରିତ ସମୟର ଦେଢ଼ଘଣ୍ଟା ବିଳମ୍ବରେ ରାଉରକେଲାରେ ପହଞ୍ଚିଥିଲେ ଗଡକରୀ। ବାଲୁଘାଟ ପଡ଼ିଆରେ ଆୟୋଜିତ ସଭାମଞ୍ଚରେ ସେ ସେତୁର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଗଡ଼କରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ଜୁଏଲ ଓରାମ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସ୍ଥାନୀୟ ବିଧାୟକ ଦିଲୀପ ରାୟ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବ୍ରଜରାଜନଗର ବିଧାୟକ ରାଧାରାଣୀ ପଣ୍ଡା ଓ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ପ୍ରମୁଖ ଉପସ୍ଥିତ ଥିଲେ। ୬ ଲେନ୍ ବିଶିଷ୍ଟ ଏହି ସେତୁ ନିର୍ମାଣ ଲାଗି ୪୭୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।
ସୂଚନାଯୋଗ୍ୟ ଯେ, ରାଉରକେଲା ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲ ନିର୍ମାଣ ନେଇ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲା। ଏହାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ଅନେକଥର ଆନ୍ଦୋଳନ ହୋଇଛି। ରାଉରକେଲା ବିଧାୟକ ଦିଲୀପ ରାୟ ପୋଲ ନିର୍ମାଣ ନେଇ କେନ୍ଦ୍ର ନିକଟରେ ଅନେକଥର ଦାବି ଉପସ୍ଥାପନ କରିଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ମଧ୍ୟ ଆଲୋଚନା କରିଥିଲେ।   ପ୍ରଧାନମନ୍ତ୍ରୀ ମଧ୍ୟ ରାଉରକେଲା ଗସ୍ତ କାଳରେ ବ୍ରାହ୍ଣଣୀରେ ଦ୍ୱିତୀୟ ପୋଲ ନିର୍ମାଣ ନେଇ ପ୍ରତିଶ୍ରୁତି ଦେଇଥିଲେ।
ବର୍ତ୍ତମାନର ବ୍ରାହ୍ମଣୀ ବ୍ରିଜରେ ଗର୍ତ୍ତ ସୃଷ୍ଟି ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଅଭିଯୋଗ ପରେ ଗର୍ତ୍ତରେ ଏନଏଚଆଇ କର୍ତ୍ତୃପକ୍ଷ ଟିଣ ପ୍ଲେଟ ପକାଇ ମରାମତି କରିଥିଲେ। ସେଥିପାଇଁ ଆଉଏକ ବ୍ରିଜ୍ ନିର୍ମାଣ କରିବାକୁ ଦାବି ହୋଇ ଆସୁଥିଲା।
Ordigital Desk
• Published: Friday, 21 July 2017
• Updated: 21 July 2017, 02:45 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos