୧୦୦ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଚିବାଳୟର କନ୍‌ଫରେନ୍ସ ହଲ୍‌ରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୧୦୦ଟି ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ୮ଟି ଆହାର କେନ୍ଦ୍ରର ଉଦଘାଟନ କରିଛନ୍ତି। ଏଥିସହ କୋରାପୁଟ-ସୁନାବେଡ଼ା-ଜୟପୁର ଜୋନ୍‌ରେ ସିଟି ବସ୍‌ ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ୬୩ କୋଟି ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ଏହି ପାନୀୟଜଳ ପ୍ରକଳ୍ପ ଦ୍ୱାରା ସହରାଞ୍ଚଳର ୨ଲକ୍ଷ ୭୦ ହଜାର ଲୋକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ  କହିଛନ୍ତି, “ସହରାଞ୍ଚଳରେ ବିକାଶ ଓ ଭିତ୍ତିଭୂମିର ସାମଗ୍ରିକ ବିକାଶ […]

chifminister

Rakesh Mallick
  • Published: Thursday, 30 June 2016
  • , Updated: 30 June 2016, 04:28 PM IST

ଭୁବନେଶ୍ୱର: ସଚିବାଳୟର କନ୍‌ଫରେନ୍ସ ହଲ୍‌ରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୧୦୦ଟି ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ୮ଟି ଆହାର କେନ୍ଦ୍ରର ଉଦଘାଟନ କରିଛନ୍ତି। ଏଥିସହ କୋରାପୁଟ-ସୁନାବେଡ଼ା-ଜୟପୁର ଜୋନ୍‌ରେ ସିଟି ବସ୍‌ ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି।

୬୩ କୋଟି ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ଏହି ପାନୀୟଜଳ ପ୍ରକଳ୍ପ ଦ୍ୱାରା ସହରାଞ୍ଚଳର ୨ଲକ୍ଷ ୭୦ ହଜାର ଲୋକ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ  କହିଛନ୍ତି, “ସହରାଞ୍ଚଳରେ ବିକାଶ ଓ ଭିତ୍ତିଭୂମିର ସାମଗ୍ରିକ ବିକାଶ ପାଇଁ ମୋ ସରକାର ପ୍ରତିଶ୍ରୁତି ବଦ୍ଧ।”

ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି, “ଆଜି ମୁଖ୍ୟମନ୍ତ୍ରୀ ୪ଟି ମହାନଗର ନିଗମ ସହ ୪୬ଟି ମ୍ୟୁନିସିପାଲିଟିରେ ଆଉ ୧୦୦ଟି ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିଛନ୍ତି। କୋରାପୁଟ, ସୁନାବେଡା ଓ ଜୟପୁରରେ ସିଟି ବସ୍ ସେବା ମଧ୍ୟ ଆରମ୍ଭ ହୋଇଛି। ଏହାସହ ନୀଳଗିରି କାମାକ୍ଷାନଗର, ଚଣ୍ଡୀଖୋଲ, ପଟ୍ଟାମୁଣ୍ଡାଇ, ଆନନ୍ଦପୁର, କରଞ୍ଜିଆ, ଉଦଳା ଓ କୋଣାର୍କରେ ଲୋକମାନଙ୍କ ସୁବିଧା ପାଇଁ ୮ଟି ଆହାର କେନ୍ଦ୍ର ଉଦଘାଟନ କରାଯାଇଛି।”

Related story