ସାଲେପାଲି ଜଙ୍ଗଲରେ ଗୁଳି ବିନିମୟ, ଦୁଇ ମାଓବାଦୀ ମୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ସାଲେପାଲି ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଫଳରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ମାଓବାଦୀମାନେ ଛତିଶଗଡ଼ ଅଞ୍ଚଳର ହୋଇଥିବା ସନ୍ଦେହ କରାଯାଉଛି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ।  ଏବେ ମଧ୍ୟ ଉକ୍ତ ଜଙ୍ଗଲରେ ଗୁଳିବିନିମୟ ଚାଲିଥିବା ଜଣାପଡ଼ିଛି।

ସ୍ୱତନ୍ତ୍ର ଗୁଇନ୍ଦା ରିପୋର୍ଟ ଆଧାରରେ ଆଜି ପୋଲିସ ସାଲେପାଲି ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲା। ପୋଲିସକୁ ଦେଖି ମାସବାଦୀମାନେ ଗୁଳି ଚଳାଇଥିଲା। ଏହାର ଜବାବରେ ପୋଲିସ ମଧ୍ୟ ଚଳାଇଥିଲା। ଉଭୟଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ପୋଲିସ ଉକ୍ତ ଜଙ୍ଗଲରୁ ଦୁଇଟି ୩୦୩ ବନ୍ଧୁକ ଓ ବହୁ ମାଓ ସାମଗ୍ରୀ ଜବତ କରିଛି। କମ୍ୱିଂ ଅପରେସନ୍‌ ପରେ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।