ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡା ମାଡ଼ ଘଟଣାରେ ୬ ଗିରଫ

ସାଲେପୁର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡା ମାଡ଼ ଘଟଣାରେ ସ୍ୱତନ୍ତ୍ର ପୋଲିସ ଟିମ୍ ୬ ଜଣଙ୍କୁ ଗିରଫ କରିଛି। ସାଲେପୁର ଏସ୍‌ଡିପିଓ ଏହି ସୂଚନା ଦେଇଛନ୍ତି। ଏମାନେ ହେଲେ ଶରତ ଜେନା, ଶରତ ମହାରଣା, ଶାନ୍ତନୁ ମଲ୍ଲିକ, ରାଜେଶ ସାହୁ, ସନ୍ତୋଷ ଜେନା ଓ ଶଙ୍କର୍ଷଣ ମଲ୍ଲିକ। କିଛି ଦିନ ତଳେ ବିଧାନସଭାରେ ନେତା ଓ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ପ୍ରସଙ୍ଗ ଉଠିଥିଲା।  ଏନେଇ ବିଜେପି ବିଧାୟକ ଦିଲୀପ ରାୟଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇଥିଲେ ମୁଖ୍ୟମନ୍ତ୍ରୀ […]

Rakesh Mallick
  • Published: Friday, 15 September 2017
  • , Updated: 15 September 2017, 01:43 PM IST

ସାଲେପୁର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡା ମାଡ଼ ଘଟଣାରେ ସ୍ୱତନ୍ତ୍ର ପୋଲିସ ଟିମ୍ ୬ ଜଣଙ୍କୁ ଗିରଫ କରିଛି। ସାଲେପୁର ଏସ୍‌ଡିପିଓ ଏହି ସୂଚନା ଦେଇଛନ୍ତି। ଏମାନେ ହେଲେ ଶରତ ଜେନା, ଶରତ ମହାରଣା, ଶାନ୍ତନୁ ମଲ୍ଲିକ, ରାଜେଶ ସାହୁ, ସନ୍ତୋଷ ଜେନା ଓ ଶଙ୍କର୍ଷଣ ମଲ୍ଲିକ।

କିଛି ଦିନ ତଳେ ବିଧାନସଭାରେ ନେତା ଓ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ପ୍ରସଙ୍ଗ ଉଠିଥିଲା।  ଏନେଇ ବିଜେପି ବିଧାୟକ ଦିଲୀପ ରାୟଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଥିଲେ,“୩ ବର୍ଷ ଭିତରେ ୧୬ଟି ଅଣ୍ଡାମାଡ଼ ଘଟଣା ହୋଇଛି।  ୧୫ଟି ଘଟଣାରେ ୮୯ ଜଣଙ୍କୁ ଗିରଫ କରାଯାଇଛି। କେବଳ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡାମାଡ଼ ଘଟଣାରେ କାହାକୁ ଗିରଫ କରାଯାଇନାହିଁ।”

ଏହା ପରେ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ରେ ଲେଖିଥିଲେ ଯେ, ବୋଧହୁଏ ଅଣ୍ଡା ସହିତ ଟେକା ପଥର ମାଡ଼ କରାଯାଇଥିବାରୁ କାହାକୁ ଗିରଫ କରାଯାଇନାହିଁ।

ଏହି ଘଟଣାରେ ପୋଲିସ୍ ପ୍ରାୟ ସାଢ଼େ ୩ ମାସ ପରେ କାର୍ଯ୍ୟାନୁଷ୍ଠାନ ନେଇ ୬ ଜଣଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ଗତ ମେ’ ୩୦ ତାରିଖରେ ମାହାଙ୍ଗା ଜାତିପାରିଲୋରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡାମାଡ଼ କରାଯାଇଥିଲା। ଏହାପରେ ଜୁନ୍ ୮ ତାରିଖରେ ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମପୁର ଗାଁର ସମାଜସେବୀ ଶୁଭେନ୍ଦ୍ର ନାୟକ ମାହାଙ୍ଗା ଥାନାରେ ଏନେଇ ଏତଲା ଦେଇଥିଲେ।

 

Related story