ରାସନକାର୍ଡ ଅନିୟମିତା: ସମ୍ବଲପୁରରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ପଳାପତାକା ପ୍ରଦର୍ଶନ

ସମ୍ୱଲପୁର: ରାସନ କାର୍ଡ ଅନିୟମିତତାକୁ ନେଇ ରାଜ୍ୟରେ ବିଭିନ୍ନ ସ୍ଥାନରେ ମନ୍ତ୍ରୀମାନଙ୍କୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ମନ୍ତ୍ରୀ ସଂଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ପରେ ବୁଧବାର ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। ଦେବୀ ମିଶ୍ର ସମ୍ବଲପୁରର ନୃସିଂହ ଗୁରୁ ଟାଉନ୍ ହାଇସ୍କୁଲର ପ୍ଲାଟିନମ୍ ଜୁବିଲି ଉତ୍ସବକୁ ଯୋଗ ଦେବାକୁ ଆସିଥିବା ବେଳେ ତାଙ୍କୁ ମହିଳା କଂଗ୍ରେସର କର୍ମୀମାନେ କଳା ପତାକା ଦେଖାଇଥିଲେ। […]

congresssbp

Rakesh Mallick
  • Published: Wednesday, 06 January 2016
  • , Updated: 06 January 2016, 07:40 AM IST

ସମ୍ୱଲପୁର: ରାସନ କାର୍ଡ ଅନିୟମିତତାକୁ ନେଇ ରାଜ୍ୟରେ ବିଭିନ୍ନ ସ୍ଥାନରେ ମନ୍ତ୍ରୀମାନଙ୍କୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ମନ୍ତ୍ରୀ ସଂଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ପରେ ବୁଧବାର ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। ଦେବୀ ମିଶ୍ର ସମ୍ବଲପୁରର ନୃସିଂହ ଗୁରୁ ଟାଉନ୍ ହାଇସ୍କୁଲର ପ୍ଲାଟିନମ୍ ଜୁବିଲି ଉତ୍ସବକୁ ଯୋଗ ଦେବାକୁ ଆସିଥିବା ବେଳେ ତାଙ୍କୁ ମହିଳା କଂଗ୍ରେସର କର୍ମୀମାନେ କଳା ପତାକା ଦେଖାଇଥିଲେ। ସେ ସ୍କୁଲର ପ୍ରବେଶ ଦ୍ୱାର  ପାଖରେ ପହଞ୍ଚି ଭିତରକୁ ଯାଉଥିବା ସମୟରେ ମହିଳା କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିଥିଲେ। ଏହି ଘଟଣାରେ ପୋଲି ୫ ଜଣ ମହିଳା କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି।

ମନ୍ତ୍ରୀଙ୍କୁ କଳା ପତାକା ଦେଖାଯିବା ଘଟଣାକୁ ଅସ୍ୱୀକାର କରିଛି ସ୍ଥାନୀୟ ପୋଲିସ୍। ସମ୍ବଲପୁରର ଅତିରିକ୍ତ ଏସପି ସୁଶୀଲ ପାଣିଗ୍ରାହୀ କହିଛନ୍ତି, ମହିଳା କଂଗ୍ରେସ କର୍ମୀମାନେ  କଳା ପତାକା ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ପୋଲିସ୍ ସେମାନଙ୍କୁ ରୋକି ଥିଲା। ସେମାନେ କଳା ପତାକା ଦେଖାଇ ପାରି ନ ଥିଲେ। ଏଥିପାଇଁ ସେମାନଙ୍କୁ ସୁଯୋଗ ଦିଆଯାଇ ନ ଥିଲା। ୫ ଜଣ କର୍ମୀଙ୍କୁ ଥାନାରେ ଅଟକ ରଖାଯାଇଛି। ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ୱାଭାବିକ ଭାବେ ଚାଲି ଥିଲା। ସେଥିରେ କୌଣସି ବାଧା ଉପୁଜି ନୁହେଁ।

ସେହିଭଳି ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି ଯେ ତାଙ୍କୁ କେହି କଳା ପତାକା ଦେଖାଇବାର ସେ ଦେଖି ନାହାନ୍ତି। ସେ ଗଣମାଧ୍ୟମରୁ ଏହା ଜାଣିବାକୁ ପାଇଲେ। ଯଦି ସେମାନଙ୍କର କିଛି ଆପତ୍ତି ଅଭିଯୋଗ ଅଛି, ତା’ହେଲେ ସେମାନେ ସ୍ମାରକ ପତ୍ର ଦେଇ ପାରି ଥାଆନ୍ତେ। ସେ ଗାଡ଼ିରୁ ଓହ୍ଲାଇ ସ୍ମାରକପତ୍ର ଗ୍ରହଣ କରି ଥାଆନ୍ତେ।

ବିଜେଡିର କାର୍ଯ୍ୟକାରିଣୀ ସଭ୍ୟ ସିଦ୍ଧାର୍ଥ ଦାସ କହିଛନ୍ତି, କଂଗ୍ରେସର ସ୍ଥିତି ବୁଡ଼ି ଗଲା ଗୋଡ଼ ତଳକୁ ତଳ ଭଳି। ଅତ୍ୟନ୍ତ ହୀନ ରାଜନୀତି କରୁଛି କଂଗ୍ରେସ। ନୃସିଂହ ଗୁରୁ ଭଳି ଏକ ଐତିହାସିକ ସ୍କୁଲର ୭୫ ବର୍ଷ ପାଳନ ବେଳେ କଂଗ୍ରେସର ଏଭଳି ଆଚରଣ ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୃହେଁ। ନୃସିଂହ ଗୁରୁ ଥିଲେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ। ତାଙ୍କରି ନାଁରେ ଏହି ସ୍କୁଲ୍ ପ୍ରତିଷ୍ଠା ହୋଇଛି। ଆଉ ଏହି ସ୍କୁଲର ପ୍ଲାଟିନମ୍ ଜୁବିଲି ପାଳନ କରିବା ସମ୍ବଲପୁରବାସୀଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଏଭଳି ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ହୀନ ରାଜନୀତି।

ଅନ୍ୟପକ୍ଷରେ ମହିଳା କଂଗ୍ରେସର ରାଜ୍ୟ ସଭାନେତ୍ରୀ ସସ୍ମିତା ବେହେରା କହିଛନ୍ତି ଯେ ରାସନ କାର୍ଡ ଅନିୟମିତତା ନେଇ ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା। ରାସନ କାର୍ଡ ବଣ୍ଟନରେ ଯେଉଁ ଅନିୟମିତତା ହୋଇଛି ତାହା ଅତ୍ୟନ୍ତ ନିନ୍ଦନୀୟ। ତେଣୁ ଏହାକୁ ବିରୋଧ କରି ଆଜି ମହିଳା କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା।

Related story