ସଂପୂର୍ଣ୍ଣ ସରକାରୀ ଅନୁଦାନ ଦାବିରେ ଦ୍ୱିତୀୟ ଦିନରେ ବ୍ଲକଗ୍ରାଣ୍ଟ୍ ଶିକ୍ଷକଙ୍କ ଆନ୍ଦୋଳନ ଜାରି, ୪ହଜାର ବିଦ୍ୟାଳୟରେ ପାଠପଢା ଠପ୍

ଭୁବନେଶ୍ୱର: ସଂପୂର୍ଣ୍ଣ ସରକାରୀ ଅନୁଦାନ ପ୍ରଦାନ କରିବା ଦାବିରେ ସାରା ରାଜ୍ୟରେ ଚାଲିଥିବା ବ୍ଲକ୍ ଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନକୁ ପ୍ରାୟ ଚାରି ହଜାର ବ୍ଳକ୍ ଗ୍ରାଣ୍ଟ ସ୍କୁଲର ଶିକ୍ଷକ ଓହ୍ଲାଇଛନ୍ତି। ଆନ୍ଦୋଳନରେ ରାଜ୍ୟର ୨ହଜାର ୨୦୯ଟି ମାଧ୍ୟମିକ ସ୍କୁଲ୍, ୯୧୬ଟି ଏମ୍.ଇ ସ୍କୁଲ୍, ୧୩୮ଟି ମାଦ୍ରାସା ସ୍କୁଲ୍ ଏବଂ ୪୨ଟି ସଂସ୍କୃତ ସ୍କୁଲ୍ ସମେତ ପ୍ରାୟ ଚାରି ହଜାର ବ୍ଳକ୍ ଗ୍ରାଣ୍ଟ ସ୍କୁଲ ଶିକ୍ଷକ ସାମିଲ ହୋଇଛନ୍ତି।

teacher

teacher

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 05:03 AM IST

ଭୁବନେଶ୍ୱର: ସଂପୂର୍ଣ୍ଣ ସରକାରୀ ଅନୁଦାନ ପ୍ରଦାନ କରିବା ଦାବିରେ ସାରା ରାଜ୍ୟରେ ଚାଲିଥିବା ବ୍ଲକ୍ ଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନକୁ ପ୍ରାୟ ଚାରି ହଜାର ବ୍ଳକ୍ ଗ୍ରାଣ୍ଟ ସ୍କୁଲର ଶିକ୍ଷକ ଓହ୍ଲାଇଛନ୍ତି। ଆନ୍ଦୋଳନରେ ରାଜ୍ୟର ୨ହଜାର ୨୦୯ଟି ମାଧ୍ୟମିକ ସ୍କୁଲ୍, ୯୧୬ଟି ଏମ୍.ଇ ସ୍କୁଲ୍, ୧୩୮ଟି ମାଦ୍ରାସା ସ୍କୁଲ୍ ଏବଂ ୪୨ଟି ସଂସ୍କୃତ ସ୍କୁଲ୍ ସମେତ ପ୍ରାୟ ଚାରି ହଜାର ବ୍ଳକ୍ ଗ୍ରାଣ୍ଟ ସ୍କୁଲ ଶିକ୍ଷକ ସାମିଲ ହୋଇଛନ୍ତି।

teacher

ଗତକାଲି କଟକରେ ଓଷ୍ଟା ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ଡାକରାରେ ବହୁ ସଂଖ୍ୟାରେ ଶିକ୍ଷକମାନେ ସାମିଲ ହୋଇଥିଲେ। ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଧାରଣାରେ ବସିଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲା ବିଦ୍ୟାଳୟ ମହାସଂଘ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା। ଜିଲ୍ଲାର ୮୦ଟି ବ୍ଲକଗ୍ରାଣ୍ଟ ବିଦ୍ୟାଳୟରେ ତାଲା ପକାଇବା ସହିତ ଶିକ୍ଷକ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବଲାଙ୍ଗିର ଜିଲ୍ଳାରେ ଶତାଧିକ ଶିକ୍ଷକ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନ ନେଲେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ବ୍ରହ୍ମପୁର ସହର ସମେତ ଗଞ୍ଜ।ମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିକ୍ଷକ ସଂଘ ପକ୍ଷରୁ ଧାରଣା ଓ ରାଲି  କରାଯାଇଥିଲା। ବିଭିନ୍ନ ବ୍ଲକରୁ ଆସିଥିବା ଶିକ୍ଷକ ସଂଘର ପ୍ରତିନିଧି ମାନେ ବିଶାଳ ଶୋଭାଯାତ୍ରା କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos