ସାରଥିଙ୍କ ଅର୍ଥ କାରବାର ମାମଲାରେ ସତ୍ୟମ୍‌ଙ୍କୁ ଇଡିର ଜେରା

ଭୁବନେଶ୍ୱର: ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ଜେରା କରିଛନ୍ତି। ସାରଥିଙ୍କ ଅର୍ଥ କାରବାର ଓ ସତ୍ୟମ୍‌ ଚାରିଟେବୁଲ ଟ୍ରଷ୍ଟ ସମ୍ପର୍କରେ ଇଡି ପକ୍ଷରୁ ତାଙ୍କୁ ପଚରାଉଚରା କରାଯାଇଥିଲା। ସାରଥୀଙ୍କ ଅନ୍ୟତମ ସହଯୋଗୀ ପୁଲସ୍କି ସ୍ୱାଇଁ ମଧ୍ୟ ଆଜି ଇଡିରେ ହାଜର ହୋଇଥିଲେ। କେନ୍ଦ୍ରାପଡ଼ାରେ ଥିବା ଏକ ବ୍ୟାଙ୍କ ଆକାଉଣ୍ଟରୁ ଜବତ ୨୫,୦୦,୦୦୦ ଟଙ୍କା କେଉଁଠୁ ଆସିଲା? ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା ପ୍ରାୟ ୫୫,୦୦,୦୦୦ ଟଙ୍କାର ଫ୍ଲାଟ କାହା […]

satyam

Rakesh Mallick
  • Published: Thursday, 02 June 2016
  • , Updated: 02 June 2016, 04:37 PM IST

ଭୁବନେଶ୍ୱର: ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ଜେରା କରିଛନ୍ତି। ସାରଥିଙ୍କ ଅର୍ଥ କାରବାର ଓ ସତ୍ୟମ୍‌ ଚାରିଟେବୁଲ ଟ୍ରଷ୍ଟ ସମ୍ପର୍କରେ ଇଡି ପକ୍ଷରୁ ତାଙ୍କୁ ପଚରାଉଚରା କରାଯାଇଥିଲା। ସାରଥୀଙ୍କ ଅନ୍ୟତମ ସହଯୋଗୀ ପୁଲସ୍କି ସ୍ୱାଇଁ ମଧ୍ୟ ଆଜି ଇଡିରେ ହାଜର ହୋଇଥିଲେ।

କେନ୍ଦ୍ରାପଡ଼ାରେ ଥିବା ଏକ ବ୍ୟାଙ୍କ ଆକାଉଣ୍ଟରୁ ଜବତ ୨୫,୦୦,୦୦୦ ଟଙ୍କା କେଉଁଠୁ ଆସିଲା? ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା ପ୍ରାୟ ୫୫,୦୦,୦୦୦ ଟଙ୍କାର ଫ୍ଲାଟ କାହା ଟଙ୍କାରେ କିଣା ଯାଇଛି? ବାରିମୂଳ ଆଶ୍ରମକୁ ଟଙ୍କା କେଉଁଠୁ ଆସୁଥିଲା? ସତ୍ୟମ ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମରେ ଅର୍ଥ କେଉଁ ବାଟରେ ଖର୍ଚ୍ଚ ହୋଇଛି? ଆଶ୍ରମରୁ ଗାଏବ ଟଙ୍କା ଓ ସୁନା କେଉଁଠି ଅଛି? ଆଜି ଇଡି ଅଧିକାରୀଙ୍କ ଏସବୁ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ ସତ୍ୟମ। ଯାହାର ଉତ୍ତର ସେ ଇଡି ଅଧିକାରୀଙ୍କୁ ଦେଇଛନ୍ତି।

ସତ୍ୟମ କହିଛନ୍ତି, “ଲୋକମାନଙ୍କ ସହାୟତା ଅର୍ଥରେ ମନ୍ଦିର ହୋଇଥିଲା ଓ ଜାଗା କିଣା ଯାଇଥିଲା। ବାପା ଅନ୍ୟାୟ ଉପାୟରେ ଅର୍ଥ ରୋଜଗାର କରିନାହାନ୍ତି। ଯାହା ସତ୍ୟ ତାହା ନିଶ୍ଚିତ ବାହାରିବ। ଭଗବାନ ଓ ନ୍ୟାୟାଳୟ ଉପରେ ମୋର ବିଶ୍ୱାସ ଅଛି, ଆମକୁ ନ୍ୟାୟ ନିଶ୍ଚିତ ମିଳିବ।”

ସାରଥିଙ୍କ ସହଯୋଗୀ ପୁଲସ୍କି ସ୍ୱାଇଁ କହିଛନ୍ତି, “ମିଡିଆରେ ଯେତେବେଳେ ସାରଥିଙ୍କ ନାଁରେ ଅପପ୍ରଚାର ଆରମ୍ଭ ହୋଇଥିଲା ସେ କିଛି ଲୋକଙ୍କ ସହ ପରିଚିତ କରାଇ ଦେବାକୁ କହିଥିଲେ, ଯେଉଁମାନେ ମିଡିଆପର୍ସନଙ୍କ ସହ କଥାବାର୍ତ୍ତା ହୋଇପାରିବେ। ଏଥିପାଇଁ ସେ ମୋତେ ଟଙ୍କା ଦେଇଥିଲେ ଓ ମୁଁ କିଛି ଲୋକଙ୍କ ସହ ତାଙ୍କର ପରିଚୟ କରାଇ ଦେଇଥିଲି।”

ସାରଥି ଆଶ୍ରମ କେଳେଙ୍କାରୀ ପଦାକୁ ଆସିବା ପରେ ସତ୍ୟମ ଫେରାର ହୋଇ ଯାଇଥିଲେ। ସେ ବ୍ୟବହାର କରୁଥିବା ଏକ ଦାମୀ କାର ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲର ପାର୍କିଂ ପ୍ଲେସରୁ ମିଳିଥିଲା। ପରେ ତାଙ୍କ ଫୋନ ଟ୍ରାକିଂ କରି କ୍ରାଇମବ୍ରାଞ୍ଚ ତାଙ୍କୁ ମୁମ୍ବାଇରୁ ଗିରଫ କରିଥିଲା। ସାରଥିଙ୍କ ଅର୍ଥ କାରବାର ମାମଲାରେ ଗତ ୩୦ ତାରିଖରେ ତାଙ୍କ ଭାଇ ଏବଂ ୩୧ ତାରିଖରେ ଅନ୍ୟ ୩ ସହଯୋଗୀଙ୍କୁ ଡାକି ଇଡି ପଚରାଉଚରା କରିଥିଲା।

Related story