ସାରଥି ବିବାଦ: ଆଉ ୩ଟି ବ୍ୟାଙ୍କ ଆକାଉଣ୍ଟରେ ୩୫ ଲକ୍ଷ ଟଙ୍କା ରହିଛି

ଭୁବନେଶ୍ୱର: ଆଜି ଜେରା ବେଳେ ସାରଥିଙ୍କ ଆଉ ୩ଟି ବ୍ୟାଙ୍କ ଆକାଉଣ୍ଟର ସନ୍ଧାନ ମିଳିଛି । ଏହି ୩ଟି ଆକାଉଣ୍ଟରେ ମୋଟ ୩୫ ଲକ୍ଷ ଟଙ୍କା ରହିଛି । ଏହି ୩ ଆକାଉଣ୍ଟକୁ ମିଶାଇ ସାରଥିଙ୍କ ୨୨ଟି ବ୍ୟାଙ୍କ ଖାତାରେ ୨ କୋଟି ୫୫ ଲକ୍ଷ ଟଙ୍କ। ରହିଛି । ସେପଟେ ଦ୍ୱିତୀୟ ଦଫାରେ ସାରଥିଙ୍କୁ ପୁଣି ୩ ଦିନ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ । ପ୍ରଥମ ଦଫାର ରିମାଣ୍ଡ ସରିବା ପରେ କଡ଼ା […]

sarathi

Rakesh Mallick
  • Published: Wednesday, 12 August 2015
  • , Updated: 12 August 2015, 05:54 PM IST

ଭୁବନେଶ୍ୱର: ଆଜି ଜେରା ବେଳେ ସାରଥିଙ୍କ ଆଉ ୩ଟି ବ୍ୟାଙ୍କ ଆକାଉଣ୍ଟର ସନ୍ଧାନ ମିଳିଛି । ଏହି ୩ଟି ଆକାଉଣ୍ଟରେ ମୋଟ ୩୫ ଲକ୍ଷ ଟଙ୍କା ରହିଛି । ଏହି ୩ ଆକାଉଣ୍ଟକୁ ମିଶାଇ ସାରଥିଙ୍କ ୨୨ଟି ବ୍ୟାଙ୍କ ଖାତାରେ ୨ କୋଟି ୫୫ ଲକ୍ଷ ଟଙ୍କ। ରହିଛି । ସେପଟେ ଦ୍ୱିତୀୟ ଦଫାରେ ସାରଥିଙ୍କୁ ପୁଣି ୩ ଦିନ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ । ପ୍ରଥମ ଦଫାର ରିମାଣ୍ଡ ସରିବା ପରେ କଡ଼ା ସୁରକ୍ଷାରେ ଦିନ ପ୍ରାୟ ସାଢେ଼ ୧୦ଟାରେ କୋର୍ଟରେ ହାଜର କରାଯାଇଥିଲା ସାରଥି ଓରଫ୍ ସନ୍ତୋଷ ରାଉଳକୁ । ତାଙ୍କୁ ଅଧିକ ପଚରାଉଚରାର ଆବଶ୍ୟକତା ଥିବା ଦର୍ଶାଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପୁଣି ୩ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା। ଏଥିପାଇଁ କୋର୍ଟ ଅନୁମତି ଦେଇଥିଲେ।

ସାରଥିଙ୍କ ପକ୍ଷରୁ ଆଜି କୌଣସି ଜାମିନ ଆବେଦନ କରାଯାଇ ନ ଥିଲା। କୋର୍ଟରୁ ସାରଥିଙ୍କୁ ନିଆଯାଉଥିବା ବେଳେ ବାହାରେ ଭିଡ଼ ଜମାଇଥିବା ଲୋକେ ତାଙ୍କ ବିରୋଧରେ ନାରାବାଜି କରିଥିଲେ। କଡ଼ା ସୁରକ୍ଷା ମଧ୍ୟରେ ଦିନ ପ୍ରାୟ ୧୦ଟା ୪୫ରେ ସାରଥିଙ୍କୁ ପୁଣି କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସାରଥିଙ୍କୁ ମାରାଥନ୍ ଜେରା କରାଯାଇଥିଲା । କାହା କାହା ସହିତ ସାରଥି ଓ ତାଙ୍କ ଆଶ୍ରମର ଆର୍ଥିକ କାରବାର ଚାଲିଥିଲା, କେଉଁ ଆକାଉଣ୍ଟରୁ ସାରଥିଙ୍କ ଆକାଉଣ୍ଟକୁ ଟଙ୍କା ନେଣଦେଣ ହେଉଥିଲା, ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସବୁ ଦିଗକୁ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ। ମିଳିଥିବା ସୂଚନା ଅନୁଯାୟୀ, ସାରଥିଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଏଯାଏଁ ୨କୋଟି ୨୦ ଲକ୍ଷ ଟଙ୍କ। ସମେତ ୮ରୁ ୧୦ କୋଟି ଟଙ୍କ।ର ସମ୍ପତ୍ତି ଠାବ ହୋଇଛି। ଏହି ମାମଲାରେ ଏଯାଏଁ ୨୦ ଜଣଙ୍କୁ ଜେରା କରାଯାଇଛି । କ୍ରାଇମବ୍ରାଞ୍ଚର ୩ ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ତଦନ୍ତ ପ୍ରକ୍ରିୟାରେ ଏବେ ପ୍ରାୟ ୩୦ ଜଣ ଅଧିକାରୀ ସାମିଲ ହୋଇଛନ୍ତି।

Related story