ସାରଥି ବିବାଦ: ସତ୍ୟମ ଚାରିଟେବୁଲ ଟ୍ରଷ୍ଟର ତଦନ୍ତ କରିବ ଇଡି

ଭୁବନେଶ୍ୱର: ସାରଥି ବିବାଦ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସାରଥିଙ୍କ ସତ୍ୟମ ଚାରିଟେବୁଲ ଟ୍ରଷ୍ଟର ତଦନ୍ତ କରିବ ଇଡି। ଏବେ  ସାରଥି ବିବାଦର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚକୁ ବିଭିନ୍ନ ତଥ୍ୟ ମାଗିଛି ଇଡି। ସାରଥିଙ୍କ ଠାବ ସମ୍ପତ୍ତିର ତଥ୍ୟ ଓ କାଗଜପତ୍ର ଦେବାକୁ କ୍ରାଇମବାଞ୍ଚକୁ ଇଡି ମାଗିଛି । ସାରଥିଙ୍କ ବିବାଦୀୟ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା । ଏହାକୁ ନେଇ କେନ୍ଦ୍ରାପଡା ଓ ରାଜ୍ୟର ବିଭିନ୍ନ […]

sarathi

sarathi

Rakesh Mallick
  • Published: Sunday, 16 August 2015
  • Updated: 16 August 2015, 05:48 PM IST

Sports

Latest News

ଭୁବନେଶ୍ୱର: ସାରଥି ବିବାଦ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସାରଥିଙ୍କ ସତ୍ୟମ ଚାରିଟେବୁଲ ଟ୍ରଷ୍ଟର ତଦନ୍ତ କରିବ ଇଡି। ଏବେ  ସାରଥି ବିବାଦର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚକୁ ବିଭିନ୍ନ ତଥ୍ୟ ମାଗିଛି ଇଡି। ସାରଥିଙ୍କ ଠାବ ସମ୍ପତ୍ତିର ତଥ୍ୟ ଓ କାଗଜପତ୍ର ଦେବାକୁ କ୍ରାଇମବାଞ୍ଚକୁ ଇଡି ମାଗିଛି ।

ସାରଥିଙ୍କ ବିବାଦୀୟ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା । ଏହାକୁ ନେଇ କେନ୍ଦ୍ରାପଡା ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇବା ସହ ବାବାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଉଠିଥିଲା । ସାରଥିଙ୍କ ବାରିମୂଳ ଆଶ୍ରମକୁ ଲୋକେ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ ଲାଠିଚାର୍ଜ କରିଥିଲା । ଏହି ଘଟଣାର ପରଦିନ ତିନିମୁହାଣୀରେ ଲୋକମାନେ ଆନ୍ଦୋଳନ ଚଳାଇଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ଏହି ଘଟଣାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଓ ଏସପି ଥିବା ସତୀଶ ଗଜଭିୟେଙ୍କୁ ନେଇ ରାଜନୀତି ଆରମ୍ଭ ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ, ସରକାର ଉକ୍ତ ଦିନ ଗଜଭିୟେଙ୍କୁ ବଦଳି କରି ତାଙ୍କ ସ୍ଥାନରେ ନୀତିନଜିତ ସିଂହଙ୍କୁ ଦାୟିତ୍ୱ ଦେଇଥିଲେ । ଏହା ମଧ୍ୟରେ କ୍ରାଇମବ୍ରାଞ୍ଚ ସାରଥିଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ସହ ପଚରାଉଚରା କରିବାକୁ ରିମାଣ୍ଡରେ ଆଣିଥିଲା । ପଚରାଉଚରା ସମୟରେ କ୍ରାଇମବ୍ରାଞ୍ଚ ବାବାଙ୍କର କୋଟି କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ଥିବା ଠାବ କରିଥିଲା । ଏହାସହ କୋଟି କୋଟି ଟଙ୍କାର ସମ୍ପତିର ସୂଚନା ମଧ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ସାରଥି ସତ୍ୟମ ଚାରିଟେବୁଲ ଟ୍ରଷ୍ଟ ନାମରେ ଆଶ୍ରମରେ ଏପରି କାମ ଚଳାଇଥିବା ଜଣାପଡିଛି । ଏବେ ଇଡି ଟ୍ରଷ୍ଟର ତଦନ୍ତ କରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos