ସାରଥୀଙ୍କ ଆଶ୍ରମରେ ପୁଣି ଚଢାଉ, ବ୍ୟାଙ୍କ ଆକାଉଣ୍ଟରେ ରହିଛି କୋଟି କୋଟି ଟଙ୍କା

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ସାରଥୀଙ୍କୁ କ୍ରାଇମବ୍ରାଞ୍ଚ ଟିମର ଜେରା ବେଳେ ବହୁ ତଥ୍ୟ ପଦାକୁ ଆସିଛି । ଜେରାବେଳେ ସାରଥୀଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଥିବା ଜଣାପଡିଛି । ସାରଥୀଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଉପସ୍ଥିତିରେ ତାଙ୍କୁ କ୍ରାଇମବ୍ରାଞ୍ଚ୍ ମୁଖ୍ୟ କାର୍ଯ୍ୟାଳୟରେ ଜେରା କରାଯାଉଛି। ସେପଟେ କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍ କେନ୍ଦ୍ରାପଡ଼ା ବାରିମୂଳ ସ୍ଥିତ ଆଶ୍ରମରେ ପୁଣି ଚଢାଉ କରିଛି । ଆଶ୍ରମରେ ଥିବା ଲଜର ୨୦୯ ଓ ୨୧୦ ନମ୍ବର ଘରେ ଚଢାଉ […]

baba2

baba2

Rakesh Mallick
  • Published: Monday, 10 August 2015
  • Updated: 10 August 2015, 01:19 PM IST

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ସାରଥୀଙ୍କୁ କ୍ରାଇମବ୍ରାଞ୍ଚ ଟିମର ଜେରା ବେଳେ ବହୁ ତଥ୍ୟ ପଦାକୁ ଆସିଛି । ଜେରାବେଳେ ସାରଥୀଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଥିବା ଜଣାପଡିଛି । ସାରଥୀଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଉପସ୍ଥିତିରେ ତାଙ୍କୁ କ୍ରାଇମବ୍ରାଞ୍ଚ୍ ମୁଖ୍ୟ କାର୍ଯ୍ୟାଳୟରେ ଜେରା କରାଯାଉଛି। ସେପଟେ କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍ କେନ୍ଦ୍ରାପଡ଼ା ବାରିମୂଳ ସ୍ଥିତ ଆଶ୍ରମରେ ପୁଣି ଚଢାଉ କରିଛି । ଆଶ୍ରମରେ ଥିବା ଲଜର ୨୦୯ ଓ ୨୧୦ ନମ୍ବର ଘରେ ଚଢାଉ କରାଯାଇଛି । ସେହିଭଳି ବିବାଦୀୟ ଯୁବତୀଙ୍କୁ ତାଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମର ଏକ ଚାରି ଜଣିଆ ପଚରାଉଚରା କରୁଛି।baba

କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସାରଥୀଙ୍କ ୨୦ରୁ ଅଧିକ ବ୍ୟାଙ୍କ ଖାତା ସିଜ କରି ଯାଞ୍ଚ କରୁଛି। ଗତ ୩ ବର୍ଷ ଧରି ସାରଥୀଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଯାଞ୍ଚ କରାଯିବ । କ୍ରାଇମବ୍ରାଞ୍ଚ ଟିମ୍ ତରଫରୁ କେନ୍ଦ୍ରାପଡ଼ାର ଆଲ୍ଲାହାବାଦ ବ୍ୟାଙ୍କ ଶାଖାରେ ଥିବା ସାରଥିଙ୍କ ବିଭିନ୍ନ ଆକାଉଣ୍ଟର ଯାଞ୍ଚ କରାଯାଇଛି। ସେହିପରି ଅନ୍ୟ ବ୍ୟାଙ୍କରେ ଥିବା ଆକାଉଣ୍ଟଗୁଡ଼ିକର ଯାଞ୍ଚ କରାଯାଉଛି । ବାବାଙ୍କ ୪ଟି ବ୍ୟାଙ୍କ ଆକାଉଣ୍ଟରେ ଦେଢ କୋଟି ଟଙ୍କା ରହିଥିବା ଏଡିଜି ଶର୍ମା କହିଛନ୍ତି ।baba1

ଆଜିର ଯାଞ୍ଚ ବେଳେ କଟକ, ଭୁବନେଶ୍ୱର ଓ ପୁରୀରେ ସାରଥୀଙ୍କ ନାଁରେ ଜମିଥିବା ଠାବ ହୋଇଛି। ଏହାସହ ଅନ୍ୟ ଲୋକଙ୍କ ନାଁରେ ମଧ୍ୟ ବହୁ ଜମି କଣାଯାଇଥିବା କ୍ରାଇମ ବ୍ରାଞ୍ଚ ଏଡିଜି ବି.କେ. ଶର୍ମା ସୂଚନା ଦେଇଛନ୍ତି। ପୁରୀ, ଭୁବନେଶ୍ୱର ଓ କେନ୍ଦ୍ରାପଡାରେ ସାରଥିଙ୍କ ୮ଟି ଘର ରହିଛି । ଭୁବନେଶ୍ୱରରେ ୨ଟି ଓ କେନ୍ଦ୍ରାପଡାରେ ଗୋଟିଏ ଘର ରହିଛି । ସେପଟେ ସାରଥୀଙ୍କ ବାରିମୂଳ ଆଶ୍ରମର ଜମି ମାପ ଆରମ୍ଭ ହୋଇଛି । ଅରୁଣ ବୋଥ୍ରାଙ୍କ ତତ୍ତ୍ୱାବଧାନରେ ସାରଥୀଙ୍କ ଅଢେଇ ଏକର ଜମି ଉପରେ ଥିବା ଆଶ୍ରମର ମାପ କରାଯାଉଛି । ସାରଥୀଙ୍କ ଆଶ୍ରମ ଠିକ ଜମିରେ ରହିଛି ନା ଅଧିକ ଜମି ଜବରଦଖଲ କରାଯାଇଛି ତାହାର ତଦନ୍ତ ସ୍ଥାନୀୟ ତହସିଲଦାର ଓ ଅମିନ ମାପ କରୁଛନ୍ତି । ଆସନ୍ତାକାଲି ତିନି ଦିନିଆ ରିମାଣ୍ଡ ସରିବା ପରେ ସାରଥୀଙ୍କୁ କୋର୍ଟରେ ହାଜର କରାଯିବ। ଏହାପରେ  ସାରଥୀଙ୍କୁ ପୁଣିଥରେ ୫ ଦିନ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ । ସେହି ସମୟରେ ସାରଥୀଙ୍କ ପଲିଟିକାଲ ଓ ଚିଟଫଣ୍ଡ ଲିଙ୍କ ସମ୍ପର୍କରେ ପଚରାଉଚୁରା କରିବ ବୋଲି ଏଡିଜି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story