ସାରଥିଙ୍କ ଅନୁଗତ ପ୍ରମୋଦଙ୍କ ସନ୍ଦେହଜନକ ମୃତ୍ୟୁ

କଟକ: ସାରଥି ବାବାଙ୍କ ଜଣେ ଅନୁଗତଙ୍କର ବୁଧବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରମୋଦ ମହାନ୍ତି। ତାଙ୍କ ଘର କଟକର ଜଗତପୁର ଅଞ୍ଚଳର ସିଂହମାପୁରରେ। କିଛି ଦିନ ତଳେ ତାଙ୍କ ଘରୁ ସାରଥିଙ୍କର ଏକ ଲାଲି ରଙ୍ଗର କାର ଜବତ କରାଯାଇଥିଲା। ଏହି କାରଟି ସାରଥିଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡ଼ା ବାରିମୂଳର ସରୋଜ ରାଉତଙ୍କ ନାଁରେ ରେଜିଷ୍ଟ୍ରୀ ହୋଇଥିଲା। ଆଉ ସରୋଜ ହେଉଛନ୍ତି ତାଙ୍କର ସଂପର୍କୀୟ। ସେ ଏକ ପେଟ୍ରୋଲ ପମ୍ପର କର୍ମଚାରୀ। ସାରଥି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ୍ ସରୋଜଙ୍କୁ ବି ଜେରା କରିଥିଲା।

ଆଜି ସକାଳେ ପ୍ରମୋଦ ଘରେ ଥିଲେ। କୌଣସି କାମରେ ବାହାରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେ ହଠାତ ଅସୁସ୍ଥ ହୋଇପଡ଼ି ଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇ ଯାଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ପ୍ରମୋଦଙ୍କ ମୃତ୍ୟୁ ନେଇ ପୋଲିସରେ କୌଣସି ମାମଲା ରୁଜୁ ହୋଇ ନାହିଁ।