କଟକ: ଆଜି ଦ୍ୱିତୀୟ ଦିନରେ ସାରଥିଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ତାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଉପସ୍ଥିତିରେ କରାଯାଉଛି ଜେରା। ସେପଟେ କେନ୍ଦ୍ରାପଡ଼ା ବାରିମୂଳ ସ୍ଥିତ ଆଶ୍ରମକୁ ମଧ୍ୟ କ୍ରାଇମବ୍ରାଞ୍ଚର ଅନ୍ୟ ଟିମ୍ ଯାଇ ରେଡ୍ କରିଛି। ଆସନ୍ତାକାଲି ସାରଥିଙ୍କ ତିନି ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ଏହାପରେ କ୍ରାଇମବ୍ରାଞ୍ଚ ସାରଥିଙ୍କୁ ପୁଣି ଥରେ ୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ। ସେହି ସମୟରେ ସାରଥିଙ୍କ ପଲିଟିକାଲ ଏବଂ ଚିଟଫଣ୍ଡ ଲିଙ୍କ୍ ସମ୍ପର୍କରେ ପଚରାଉଚୁରା କରିବ । କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସାରଥିଙ୍କ ୨୦ରୁ ଅଧିକ ଖାତା ସିଜ୍ କରି ଯାଞ୍ଚ କରୁଛି। ତାଙ୍କର ଗତ ତିନି ବର୍ଷର ବ୍ୟାଙ୍କ ଷ୍ଟେଟମେଣ୍ଟ୍ ମଧ୍ୟ ଯାଞ୍ଚ କରାଯିବ। କଟକ, ଭୁବନେଶ୍ୱର ଏବଂ ପୁରୀରେ ସାରଥୀଙ୍କ ନାଁରେ ଜମି ଥିବା ଠାବ ହୋଇଛି। କେବଳ ସାରଥୀ ନୁହେଁ ଅନ୍ୟ ଲୋକଙ୍କ ନାଁରେ ମଧ୍ୟ ବହୁ ଜମି କିଣିଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି ବି.କେ ଶର୍ମା ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଟ୍ରାକ୍ ପାର ହେଉଥିଲେ ଆରପିଏଫ୍ କନଷ୍ଟେବଳ, ପିଟି ଦେଲା ଟ୍ରେନ୍
ସାମାନ୍ୟ ଅସାବଧାନତାରୁ ଘଟିଗଲା ବଡ଼ ଅଘଟଣ । ଷ୍ଟେସନରେ ମହିଳା ଆରପିଏଫ୍ କନଷ୍ଟେବଳଙ୍କୁ ଧକ୍କା ଦେଲା ଟ୍ରେନ୍ ।
Politics
ଝାରସୁଗୁଡ଼ାରେ ତେଜୁଛି ରାଜନୀତି; କିରିମିରାରେ ହୋଇ ପାରିଲାନି ଅନାସ୍ଥା ଭୋଟିଂ
ଝାରସୁଗୁଡ଼ା ଜିଲ୍ଲାରେ ଆରମ୍ଭ ହୋଇଥିବା ପଲଟିକାଲ ହାଇଡ୍ରାମା ଅଧିକ ରୋଚକ ମୋଡ଼ ନେଇଛି। ବହୁ ଚେଷ୍ଟା ପରେ ବି କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ ହୋଇ ପାରିନି।
Politics
‘ସୁଭଦ୍ରା ପୋର୍ଟାଲରେ OPT OUT ହୋଇଥିଲେ ପୁଣି କରିହେବ Log In’
OPT OUT ହୋଇଥିବା ଲୋକଙ୍କ ପାଇଁ ସୁଭଦ୍ରା ପୋର୍ଟାରଲେ ପୁଣି ଥରେ ଲଗ୍ ଇନ ସହ ଅପ୍ଟ ଇନର ବ୍ୟବସ୍ଥା କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
Accident
ତେଲେଙ୍ଗାନାରେ ଟ୍ରକ୍କୁ ପିଟିଲା ବସ୍, ୪ ଓଡ଼ିଆ ମୃତ
ଏକ ଟ୍ରକ୍ ପଛରେ ଏକ ବସ୍ ପିଟି ହେବାରୁ ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି।
Accident
ଏସକେ ମାର୍ଟରେ ଲାଗିଲା ନିଆଁ, ଆଖି ପିଛୁଳାକେ ସବୁ ଜଳିଗଲା
ରାୟଗଡ଼ା ଏସକେ ମାର୍ଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା । କନଭେଣ୍ଟ ସ୍କୁଲ ଛକରେ ଥିବା ୪ ମହଲା ବିଶିଷ୍ଟ ଏସକେ ମାର୍ଟରେ ନିଆଁ ଲାଗିଛି ।