ସର୍ଦ୍ଦାର ରାଜସ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତର ପ୍ରସଙ୍ଗ: ଆଡମିଶନ୍ ପ୍ରକ୍ରିୟା ସ୍ଥଗିତ ରଖିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ। ରାଜ୍ୟର ତିନିଟି ମେଡ଼ିକାଲ କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ସ୍ପେଶାଲ୍ ଲିଭ୍ ପିଟିସନର ଶୁଣାଣି ବେଳେ ସର୍ବୋଚ୍ଚ କୋର୍ଟ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଏନେଇ ହାଇକୋର୍ଟରେ ଅପିଲ୍ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଜାନୁଆରୀ ୫ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ […]

sardarraja

Rakesh Mallick
  • Published: Wednesday, 16 December 2015
  • , Updated: 16 December 2015, 02:06 PM IST

ନୂଆଦିଲ୍ଲୀ: ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ। ରାଜ୍ୟର ତିନିଟି ମେଡ଼ିକାଲ କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ସ୍ପେଶାଲ୍ ଲିଭ୍ ପିଟିସନର ଶୁଣାଣି ବେଳେ ସର୍ବୋଚ୍ଚ କୋର୍ଟ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଏନେଇ ହାଇକୋର୍ଟରେ ଅପିଲ୍ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଜାନୁଆରୀ ୫ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।

ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଛାତ୍ରଛାତ୍ରୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ନିବେଦନ କରିଥିଲେ ମାମଲାର ଶୁଣାଣି ଶେଷ ନ ହେବା ଯାଏଁ ଆଡମିଶନ୍ ପ୍ରକ୍ରିୟା ଉପରେ ରୋକ୍ ଲଗାଯାଉ। ତେବେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଆସନ୍ତାକାଲି ହାଇକୋର୍ଟରେ ଅପିଲ୍ କରାଯିବ ବୋଲି ଆବେଦନକାରୀଙ୍କ ଓକିଲ ସୂଚନା ଦେଇଛନ୍ତି।

Related story